Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subash Dash

Others

2  

Subash Dash

Others

ସ୍ଵାଧୀନତା ଦିବସ

ସ୍ଵାଧୀନତା ଦିବସ

1 min
7.1K


   ସ୍ଵାଧୀନତା ଦିବସ

ତ୍ରିରଙ୍ଗା ଉଡୁଛି ଉଡୁଥିବ ସଦା
ଆମରି ସ୍ଵାଧୀନ ଦେଶେ,
ହୃଦୟେ ଭରିଛି ଦେଶ ପ୍ରେମ ଆମ
ଜାତୀୟ ସଙ୍ଗୀତ ମୁଖେ ll ୧ ll
ଏକତାର ଆମ ବାଜୁଛି ଡଙ୍କାରେ
ଇତିହାସ ଅଛି ସାକ୍ଷୀ,
ଦେଶ ଗଲେ ଛାଡି ଫିରିଙ୍ଗି ବି ସତେ
ଏକତା ଆମର ଦେଖି ll  ୨ ll
ସ୍ଵାର୍ଥର ଗାଣ୍ଡୀବ ଚାଲୁଅଛି ଆଜି
ସ୍ଵାର୍ଥେ ଅନ୍ଧ ପ୍ରାୟ ସତେ,
ଅନ୍ୟାୟ ବିରୋଧେ ଉଠାଇବା ସ୍ଵର
ଆସୁ ଝଡ ଝଞ୍ଜା ଯେତେ ll ୩ ll
ସମ୍ପର୍କ ଜଳୁଛି ସ୍ଵାର୍ଥର ଚୁଲିରେ
ବିବେକ ପଡିଛି ଗାତେ,
ଅନ୍ୟାୟର ପାଶେ ମୁଣ୍ଡକୁ ନୁଆଁଇ
ରହିବା ଆଉ ବା କେତେ ll ୪ ll
ଆସ ଆଜି ଏହି ପୁଣ୍ୟର ଦିବସେ
ଶପଥ କରିବା ମିଶି,
ତ୍ରିରଙ୍ଗାକୁ ରଖି ସାକ୍ଷୀ
ନୂତନ ଭାରତ ଗଢିତୋଳିଦେବା
ହୃଦେ ସ୍ନେହ ନେଇ ପ୍ରୀତି ll ୫ ll
              ସୁବାସ ଦାଶ
          ବେରବୋଈ,ବଳଙ୍ଗା, ପୁରୀ
         ଦୂରଭାଷା,,୮୬୬୦୩୨୯୬୧୮


Rate this content
Log in