Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Kumar Odandaray

Others

3  

Sisir Kumar Odandaray

Others

ଏ କି ହଟହଟା

ଏ କି ହଟହଟା

1 min
12.4K


         ଏ କି ହଟହଟା

ମଧୂ,ଗୋପବନ୍ଧୁ  ଙ୍କ  ଉତ୍କଳ  ଆଜି 

ଚାହିଁଛି ଅବାକ ହୋଇ ,

ସ୍ୱାମୀ ବୋହି ନିଏ  ସ୍ତ୍ରୀ ର ଶବକୁ 

ଅସହାୟ ପରା ହୋଇ ! 

 

କେଡେ ଅଲାଜୁକୀ କଥା 

ମାନବିକତା କୁ ହରାଇ ବସିଲୁ ,

ଦେଖି ଘୁରି ଯାଏ ମଥା ! 

 

ତା ଠାରୁ ଅଜବ ଶାସନ ଆମର 

ଗଜବ  ଆମର ନେତା ,

କେଉଁଠି ପଡୁଛି ବରଷା  ଟୋପା ତ ,

କେଉଁଠି ଦେଖାନ୍ତି  ଛତା ! 

 

ଦୁର୍ନୀତି ର ବୃକ୍ଷ ବଢି ବଢି ଯାଏ 

କାହାରି  ନାଇଁଜେ   ଚିନ୍ତା ,

ସଭିଏଁ  ଏଠି ନିଜ ସ୍ୱାର୍ଥ ପାଇଁ 

କାଟି ଚାଲିଛନ୍ତି  ଚିତା ! 

 

ପ୍ରତିଦିନ ଏଠି ଶୋଷିତ ହୁଅନ୍ତି

ନିରୀହ  ମାନବି  ସୀତା ,

ଅର୍ଥ ବାହୁବଳେ  ରାବଣ  ଖସନ୍ତି 

ଦେଖେଇ ତାଙ୍କର ମଥା ! 

 

ହାଏ ଏମିତିକା ବ୍ୟଥା 

କେମିତି ବଢିବ ଉତ୍କଳ ସନ୍ତାନ ,

ହୋଇବ ଜଗତ ଜିତା !

                            ଶିଶିର 

                        ବାଣପୁର, ଖୋର୍ଦ୍ଧା


Rate this content
Log in