ଅଭିନ୍ ଆତ୍ମା
ଅଭିନ୍ ଆତ୍ମା
କୁସନ କେ ଦିନେ କହେଲେ ରାଧିକା
କହତ ଜଗତସାଇଁ
ଜବାବ୍ ଦିଅହୋ ମୋର୍ ଇ କଥାର୍
ପଚାରୁଛେଁ ଯାହା ମୁଇଁ
ସରବ୍ ବିଆପି ତୁମେ ଆଅ ପରେ
ରହିଥିସ ସବୁଠାନେ
ଏନ୍ତା କେନ୍ ଜାଗା ଅଛେ ମାହାପୁରୁ
ନାଇଁ ରହି ତୁମେ ସେନେ
କହେଲେ କୁସନ ସଁସାର୍ ଟା ମୋର୍
ମୋର୍ ବିନା କିଛି ନାଇଁ
ମୁଇଁ ସବୁ ବେଲେ ସବୁଠାନେ ଥିସିଁ
ସରବ୍ ବିଆପି ମୁଇଁ
ସୁନି ରାଧାରାନୀ ହେଇ ହୁରୁଗୁନି
କାହ୍ନୁ ର୍ ପାହାଁ କେ ଧରି
ଛାତିକେ ପଥର୍ କରିସେ କହେଲେ
ସୁନହୋ ବଏଁସିଧାରି
ମୋର୍ କପାଲେ ତୁମେ ନାଇଁ ବଲି
ହେଇ ନି ପାରଲାଁ ବିହା
କପାଲେ ଥିଲେ ତ ଆମେ ଦୁହିଜନ
ହେଇଥିତାଁ ବିହା ସାହା
କଥା ଶୁନି ହରି ରାଧା ହାଁତ୍ ଧରି
ବୁଝାଇ କହେଲେ ହଁସି
ତୁମେ ଆଅ ମୋର୍ ଜୀବନ୍ ପରାନ୍
ତୁମେ ମୋର୍ ସବୁ ଖୁସୀ
ତୁମେ ମୁଇଁ କେଭେ ଭିନେ ଆଉଁ କାଏଁ
କହତ ପରାନସହୀ
ଅଲଗା ଅଲଗା ଗାଗର୍ ସିନେ ଗା
ଅଲଗା ନୋହୁଁତ ଦୁହି
ଦୁହିଲୁକ ଆମେ ଗୁଟେହିଁ ବରହ୍ମ
ଭିନେ ନାଇଁକରି ବିହି
କେନ୍ତା ବିହା ହେମା ଅଭିନ୍ ଆତମା
କହତ ପରାନସହୀ
ନିଜର୍ ସାଙ୍ଗେଗା ନିଜେ କିଏ କେଭେ
ବିହା ହେସିବେଲେ କହ
ଆମେ ଦୁହିଜନ ବିହା ହେଇଥିତାଁ
କହୁଅଛେଁ ଦହଦହ