Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra Mohapatra

Others

3  

Rabindra Mohapatra

Others

ତୁମକୁ ଦେଖି ମୁଁ ଭାବେ

ତୁମକୁ ଦେଖି ମୁଁ ଭାବେ

1 min
13.5K


ତୁମକୁ ଦେଖି ମୁଁ ଭାବେ

ସୁନ୍ଦର ସେ ତନୁ ତଳେ        ସୁନ୍ଦର ସେ ମନଟେ

ସୁନ୍ଦର ସେ ମନ ତଳେ        ସୁନ୍ଦର ହୃଦୟ ଗୋଟେ

ସୁନ୍ଦର ହୃଦୟ ତଳେ           ସୁନ୍ଦର ଭାବଟିଏ

ସେ ଭାବ ଚଟାଣେ ଯିଏ      ତୁମ ମନ ଧରା ସିଏ

 

ପ୍ରେମମୟୀ ଧରାକୁ ତୋ      ଧରିଥାଏ ଧାରଣା

ଅନୁଭବ ଜ୍ଞାନେ ଥାଏ         ଷୋଳ କଳା ପାଉଁଣା

ଇଚ୍ଛା ରବି କର ତେଜେ        ଶୋଭାମୟୀ ସବୁଜେ

ମନ ଯେବେ ଟାଣି ନେବ      ଚନ୍ଦ୍ରମା ହେବି ମୁଁ ନିଜେ

 

ଦିନ ରାତି ଗଣି ଗଣି          ଏକୁଟିଆ ମନରେ

ଅସହାୟ ଅନ୍ଧକାରେ           ଲୁହ ଢାଳେ ନିରୋଳେ

ଇଚ୍ଛାର ତୋ କର ଦେଲେ     ଜୋଛନା ଏ ଢାଳିବ

ତନ୍ଦ୍ରାୟୀତେ ମଧୁଝରେ        ନିଶା ଲାଗି ରହିବ

 

କେତେ କାଳୁ ଜଗି ଜଗି       ଭେଟ ମୁଁ ଯେ ପାଇଛି

ଅଧିରା ବିଧୁରା ହାଏ          ନିରବରେ ଖୋଜୁଛି

ଭେଟ ବେଳୁ ଭିଡି ହୋଇ      ବ୍ୟଥିତ ତା ପ୍ରଭାବେ

ତୁମେ କି ସେଇ ଧରିତ୍ରୀ       ଦେଖି ମୁଁ ତୁମକୁ ଭାବେ


Rate this content
Log in