Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Surjyamani Prusti

Others

3  

Surjyamani Prusti

Others

ନାରୀ ମୁଁ

ନାରୀ ମୁଁ

1 min
268



ହଁ ନାରୀ ମୁଁ ଦୁଇ କୂଳକୁ ହିତା ।

ମୋ ପାଇଁ ସୀମାର ସୀମାର ଗାର ଟଣା ହୋଇଛି ।

ଜନ୍ମଠୁଁ ମଲା ପର୍ଯ୍ୟନ୍ତ ,

ମୁଁ ସୀମା ଭିତରେ ହିଁ ବଞ୍ଚିଛି ।

ନିଶ୍ୱାସ ଆରମ୍ଭ ମୋର ସୀମା ଗାରରୁ ,

ନିଶ୍ୱାସ ଶେଷ ମୋ ସୀମା ଶେଷରେ ।

ମୁଁ ଦୁହିତା ,ମୁଁ ଭଗ୍ନୀ, ମୁଁ ଜାୟା, ମୁଁ ଜନନୀ

ଅନେକ ସତ୍ତାର ବିଭିନ୍ନ ରୂପ ,

ସେ ସତ୍ତା ଭିତରେ ବୁଡିଯାଇ

ମୁଁ ହୋଇ ଯାଇଛି ଅପରୁପା ।

ଜାଣେନା ଜନ୍ମ ପରଠୁଁ କେତେ ଯେ ,

ଯନ୍ତ୍ରଣାର ଲୁହ ପିଇ ପିଇ ସ୍ତବ୍ଧ ।

ତ୍ୟାଗର କୁଣ୍ଡରେ ଜଳୁଛି ଆଉ ଜଳୁଥିବି ବି ,

ହୋଇଯିବା ପର୍ଯ୍ୟନ୍ତ ନିସ୍ତବ୍ଧ ।

ନାରୀ ମୁଁ ସର୍ବଂସହା ଧରିତ୍ରୀ ,

ଆଉ ବି ସଂହାରନର ଉଦ୍ଦାମ ଶକ୍ତି ।

ମୁ କମନୀୟ ନାମନୀୟ ହୋଇ ଅନ୍ୟର

ମନକୁ ଜିଣିଛି ,

ଆଉ ମା ଦୁର୍ଗା ରୂପ ଧରି ,

ଦୁଷ୍ଟକୁ ବିନାଶ ବି କରିଛି ।

ହଁ ତଥାପି ଅନେକ ଜାଗାରେ ,

ମୋ ନାରୀତ୍ବ ହୁଏ ଅବଲୁଣ୍ଠିତ ,

ମୋ ପରି ଆଉ ଜଣେ ନାରୀ ,

ଅସୀମ ଶକ୍ତିରେ ଅଭିମନ୍ତ୍ରିତ ହୋଇ

ରାକ୍ଷସକୁ କରେ ବିନାଶ ।

।।।।।।

ଆଜିର ଆନ୍ତର୍ଜାତିକ ମହିଳା ଦିବସରେ ଆପଣମାନଙ୍କୁ ।

ନମସ୍କାର ।


Rate this content
Log in