ଆଦର୍ଶ ଶିକ୍ଷକ କରିଦେ ତୁ ଜଗା
ଆଦର୍ଶ ଶିକ୍ଷକ କରିଦେ ତୁ ଜଗା
ଆଦର୍ଶ ଶିକ୍ଷକ କରିଦେ ତୁ ଜଗା
ପର୍ଶୁରାମ ବିଶ୍ୱାଳ
ମଣିଷ ତିଆରି କାରଖାନାରେ ମୁଁ ହେବି କୁଶଳୀ ଶ୍ରମିକ
ବିଦ୍ୟାଳୟ ଗୋଟି ମୋ ପାଇଁ ମନ୍ଦିର, ମୁଁ ସିନା ତା’ର ପୂଜକ
ଆଦର୍ଶ ଶିକ୍ଷକ କରିଦେ’ରେ ଜଗା
ମୁଁ ଏ ସମାଜସେବକ ।
ଶହେବର୍ଷ ଆଗୁ ପିଲା ପାଠପଢ଼ା ଚିଇନି ଦେଶ ଯୋଜନା
ଦେଶଜାତି କାମ କରିବ ସେ ଆଗ ପାଠୁଆଟି ହେଲେ ସିନା
ଏ ଭାବଟି ମୋର ମନେ କରୁ ଘର
ହେ ପ୍ରଭୁ ବିଶ୍ୱନାୟକ !
ଦରମା ମିଳିବା ହେଉ ପଛେ ହେଳା, ହେଳା ନୋହୁ ପାଠପଢ଼ା
ସଜାଡ଼ିବା ହେଉ ମୋର କାମ ଗୋଟି, ଯିଏ ହେଲା ଅସଜଡ଼ା
ମୂଲ୍ୟବୋଧ ଶିକ୍ଷା ଦାନ ଗୋଟି ହେଉ
ମୋର ଜୀବନର ଲକ୍ଷ୍ୟ ।
ଆମ ପିଲା ଆମ ଦେଶ ଭବିଷ୍ୟତ, ତାଙ୍କ ପାଇଁ କାମ କରି
ଭରି ଦେଶପ୍ରେମ, ଜାତୀୟତା ଭାବ, ପରାଣ ଯାଉ ମୋହରି
ହସୁଥବ ଦେଶ, ଦେଖିବି ସରଗେ
ସବୁଠି ଅଛି ବିବେକ ।
ଜଗତରେ ଜଗା ରଖିବେ ପିଲାଏ ଆମ ଦେଶ ମାଟି ନାଆଁ
ତେବେ ଏ ଶିକ୍ଷକ ଜୀବନ ସାର୍ଥକ ଜାଣିବିରେ ଚଉବାହା
ଅବସର ବେଳେ ଖୋଜିବେ ମୋ ଛାତ୍ର
ଯେ ଅଛି ଦୁନିଆଯାକ ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****