Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଏଇ କ୍ରୋଧ ପାଇଁ ବିବେକଶୂନ୍ୟ ମୁଁ

ଏଇ କ୍ରୋଧ ପାଇଁ ବିବେକଶୂନ୍ୟ ମୁଁ

1 min
1.0K


ଏଇ କ୍ରୋଧ ପାଇଁ ବିବେକଶୂନ୍ୟ ମୁଁ

 

ପର୍ଶୁରାମ ବିଶ୍ୱାଳ

 

ପଦୁଟିଏ କଥା ମୋ ନାଆଁ ନେଇ କେ’ କହିଦେଲେ ଠାକୁର

ପଞ୍ଚମକୁ ରାଗ ଉଠିଯାଏ ମୋର, କ୍ରୋଧେ ହୁଏ ଜରଜର

ମୋ ଜୀବନେ କେବେ ଭୁଲ୍ ମାଗିନି

ଆନ ଦୋଷେ ମୋ ନଜର ।

 

କହିଲା ମୋ ପୁଅ ଛକରେ ତାଆସ ଖେଳୁଅଛ ବାପା କିଆଁ

ତିନିଦିନକାଳ ଉପାସ ରହିଲି, ଲାଗିଲା ମୋ ଦେହେ ନିଆଁ

ମୁଁ ରାଗୀ ନୁହଁ, ରାଗୀ ଅବତାର

ଜାଣିବୁ ନନ୍ଦକୁମର ।

 

ତମ ଦେଇ କିଛି ହବନାହିଁ ବୋଲି କହିଲା ଘରଣୀ ଦିନେ

ପନ୍ଦର ଦିନ ମୁଁ ଘର ଛାଡ଼ିଦେଲି ରାଗିରାଗି ମନେମନେ

ଇମିତିକା ରାଗରୁଷାଟି ନଥିବ

ସଂସାର ଭିତରେ କା’ର ।

 

ତୋ ପାଦେ ଗୁହାରି ହେ ଗିରିଧାରୀ ଛଡ଼େଇଦେ’ ରାଗରୁଷା

କାହାର କି କ୍ଷତି କରିବ ସେ ଅବା, ବୁଡ଼େଇଦେଲାଣି ହଂସା

ଏଇ କ୍ରୋଧ ପାଇଁ ବିବେକଶୂନ୍ୟ ମୁଁ

ଉଚ୍ଛନ୍ନ ମୋ ପରିବାର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in