Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Sahoo

Others

3  

Jagannath Sahoo

Others

ନିଦାଘ

ନିଦାଘ

1 min
6.7K


      

ନିଦାଘ

ପ୍ରସ୍ଥାନ କରିଲେ ଶୀତ ଓ ବସନ୍ତ

ଆଗମନ କଲା ନିଦାଘ କାଳ,

ଦ୍ୱୀପହର ଝାଞ୍ଜି ଦେହ ଜାଳିଦେଲା

ଗମ ଗମ ହୋଇ ବହିଲା ଝାଳ ।

 

ସକାଳ ପ୍ରହରୁ ଭାଷ୍କରଙ୍କ ତେଜ

ଅମାପ ବେଗରେ ଚାଲିଲା ବଢି,

ଉତ୍ତାପ ଏମିତି ପ୍ରଖର ହୋଇଲା

ଲାଗେ ଦେହ ହାତ ଯିବକି ସଢି !

 

ରାସ୍ତା ଘାଟ ସବୁ ଜନଶୁନ୍ୟ ହେଲା

ଶୁନ୍ ଶାନ୍ ଲାଗେ ଗ୍ରାମ ସହର,

ପ୍ରଭାତ ଅବଧି ସରିବା ଆଗରୁ

ଲାଗେ ଆସିଗଲା ଦୁଇ ପ୍ରହର ।

 

ସକାଳରୁ ସଂଧ୍ୟା ଅନଳ ବରଷେ

ଧରଣୀର ପୃଷ୍ଠ ହୁଏ ଦହନ,

ସନ୍ଧ୍ୟାର ପବନ ଲାଗଇ ଶୀତଳ

ପରଶ ତାହାର କିଣଇ ମନ ।

୦୦୦୦୦୦୦୦୦୦୦୦

         -ଜଗନ୍ନାଥ ସାହୁ


Rate this content
Log in

More oriya poem from Jagannath Sahoo