ରକତ ସମାନ ନୁହେଁ କି ଠାକୁର
ରକତ ସମାନ ନୁହେଁ କି ଠାକୁର
ରକତ ସମାନ ନୁହେଁ କି ଠାକୁର
ପର୍ଶୁରାମ ବିଶ୍ୱାଳ
ଲକ୍ଷ୍ମୀ ମାଆ ପାଇଁ ତୋର ଶ୍ରୀ ମନ୍ଦିରେ
ନାହିଁ ପ୍ରଭୁ ଛୁଆଁଛୁତ,
ଆନନ୍ଦ ବଜାରେ ଅବଢ଼ା ଖାଆନ୍ତି
ସଭିଏଁ ହୋଇଣ ମିତ,
ଏକଥା ବୁଝୁନି କିଆଁ ଏ ମଣିଷ
କହରେ କଳାସାମନ୍ତ ।
ମେହେନତ କରି ଦେହୁ ଝାଳ ମାରି
ଗଢ଼ିଲୁ ଯୋଉ ମନ୍ଦିର,
ତାଆ ଭିତରକୁ ଯିବା ପାଇଁ ମନା
ଇଏ କିଭଳି ବିଚାର ?
କେତେଦିନ କହ ହେଉଥିବୁ ଜଗା
ଆମେ ଖାଲି ହନ୍ତସନ୍ତ ?
ଗାନ୍ଧୀ ମହାତମା କହିଥିଲେ ସିନା
ଛୁଆଁଛୁତ କିଛି ନାହିଁ,
ଦେଶର ଆଇନି କହେ ସେଇକଥା
ଏକଥା କେ’ ନଜାଣଇ !
ଅଛୁଆଁ କେ’ କଲେ ଗୁହାରି ମନ୍ଦିରେ
ଚୁମ୍ବିତୋଫାନଟି ସତ ।
ରକତ ସମାନ ନୁହେଁ କି ଠାକୁର
ଆମେ ତ ମଣିଷ ଜାତି,
ବୁଝୁନି ସମାଜ ଏଇ କଥା ଗୋଟି
ଏ କି ଭେଦଭାବ ନୀତି ?
ଅବୁଝାକୁ ପ୍ରଭୁ ବୁଝେଇଦେଏରେ
କରୁ ସିଏ କୋଳାଗ୍ରତ ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****