ବଞ୍ଚିଲି ମିଛୁଆ ହେଇ
ବଞ୍ଚିଲି ମିଛୁଆ ହେଇ
ବଞ୍ଚିଲି ମିଛୁଆ ହେଇ
ପର୍ଶୁରାମ ବିଶ୍ୱାଳ
ସତ ମଜା ପ୍ରଭୁ ଚାଖିପାରିଲିନି, ବଞ୍ଚିଲି ମିଛୁଆ ହେଇ,
ମୋ ଅଧା ଜୀବନ ବିତିଲାରେ ଜଗା କଞ୍ଚା ମିଛ କହିକହି,
ଯୋଡୁଚି ମୁଁ ହାତ ରେ' କଳାସାଆନ୍ତ
ଦେ’ ମତେ ବଦଳେଇ ।
ସତ କହିବାକୁ ସତେଇଶି ଥର ପଣ ମୁଁ କରିଚି ଯାହା,
କାମ ବେଳେ ମିଛ ବାହାରିପଡୁଚି, ବୁଦ୍ଧି ଥାଇ ହେଲି ବାୟା,
ଏମିତି ମଣିଷ କେମିତି ଗଢ଼ିଲୁ
କହରେ କଳାକହ୍ନେଇ ।
ତୋ ଦୟାରୁ ଜଗା ବାଲମିକ ହେଲା ସେଇ ଦସ୍ୟୁ ରତ୍ନାକର,
ତୋ କରୁଣା ପାଇ ଅଜାମିଳ ପାପୀ ଗଲା ବଇକୁଣ୍ଠପୁର,
ତୋ ପାଇଁ ଠାକୁର ମୂକ କଥା କହେ
ପଙ୍ଗୁ ଯାଏ ଗିରି ଡେଇଁ ।
ତୋ ଭକତି ଝୁଲା ମୋ କାନ୍ଧେ ବହିବି, ଦେ’ ଥରେ ଅନୁମତି,
ନାଆଁ ଗୋଟି ତୋର ଧରୁଥିବି ନିତି, ଦେଏ ତୁ ମତେ ଶକତି,
ବରଷିଲେ ଶିରେ ତୋ କରୁଣା ବର୍ଷା
ମିଛୁଆ କେ’ କହିବନି ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****