ତୋ ଆଖିରେ ଖାଲି ତୋ ପୁଅ-ଭାରିଯା
ତୋ ଆଖିରେ ଖାଲି ତୋ ପୁଅ-ଭାରିଯା
ତୋ ଆଖିରେ ଖାଲି ତୋ ପୁଅ-ଭାରିଯା
ପର୍ଶୁରାମ ବିଶ୍ୱାଳ
ମଣିଷ ମାରିଯା’ କି ତୁ ଚୋରି କରିଯା’
ରାଜକୋଷ ଲୁଟି ପରଧନ ହରିଯା’
ଗରିବକୁ ଠକି ବଡ଼ଲୋକ ହେଇଯା’
ଭାରିଯାକୁ ସୁନା ଗହଣାରେ ଛାଇଯା’
ହେଲେ ହିସାବ କରୁଚି ଜଣେ ବସି
ତା ନାଆଁ କାଳିଆ ରଜା,
ତୋର ସବୁଦିନ, ତା’ର ଦିନେ
ସେ ବୁଝିବ ମଜା ।
ଧରମକୁ ଆଖିଠାର କେତେ ମାରିବୁ?
ବାଟ ଚାଲୁଥବୁ ଦିନେ ଝୁଣ୍ଟିପଡ଼ିବୁ,
ଉଠାଇବେ ନାହିଁ ତୋର କେହି ନିଜର,
ଯା’ ପାଇଁ ସଞ୍ଚିଛୁ ଧନ ସେ ହେବ ପର,
ଏ ହାତ ପାପ ସେ ହାତ ନୁହେଁ ଜାଣିଯା’ ।
କାହିଁ ତୋ ସମାଜସେବା କହରେ ପୁଅ
ଗରିବ ଆଖିରେ ତୁ କି ଦେଖିନୁ ଲୁହ ?
ଦେଶ ପାଇଁ ମଲା ପୁଅ, କାନ୍ଦୁଚି ମାଆ
କାହିଁ ତା ପାଇଁ ଦରଦ ନାହିଁ ତୋ ଆହା !
ଖାଲି ତୋ ଆଖିରେ ତୋର ପୁଅ-ଭାରିଯା ।
ବେଳ ଥାଉଁ ବନ୍ଧ ଗୋଟି ବାନ୍ଧରେ ଧନ,
ସତ କରମରେ ବିତୁ ବାକି ଜୀବନ,
ପରଦୁଃଖେ ଆଖିଲୁହ ଦେଏ ନିଗାଡ଼ି,
ଭୋକିଲାକୁ ତୋ ଦୁଆରୁ ଦେଏନା ତଡ଼ି,
ତେବେ ତୁ ଜାଣିବୁ ଧନ କାଳିଆ ମଜା ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****