STORYMIRROR

Shree Vishesa

Others

4  

Shree Vishesa

Others

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
252


ନିଶ୍ୱାସ ମୋ ସରିଆସିଲାଣି, ଅସମର୍ଥ ଏ ଶରୀର

ତଥାପି ବଞ୍ଚିଛି ମୁଁ ଅନେକ ଆଶାରେ 

ପ୍ରଭୁ, ତୁମ ଆସିବା ଅପେକ୍ଷ୍ୟାରେ ।


ନା ଖରା, ନା ଛାଇ, ନା ରାତି, ନା ଦିନ 

ମୁଁ ଏକ ନୂଆ ଦୁନିଆରେ 

ଭୁଲିଛି ମୋ ପରିଚୟ, ମୋ ଠିକଣା 

ଦେଖୁଛି ମୁଁ ସବୁକିଛି ଏକ ନୂଆ ଚାହାଁଣୀରେ 

ତୁମ ଆସିବା ଅପେକ୍ଷ୍ୟାରେ ।


ଆଖିରେ ମୋ ସାଜିଲାଣି, କେତେ ଇନ୍ଦ୍ରଧନୁ 

ନୂଆ ରଙ୍ଗ, ନୂଆ ରୂପ 

ହୃଦରେ ମୋ ଆଙ୍କିଲାଣି, କେତେ ଯେ ମଥୁରା କେତେ ପୁଣି ଗୋପ 

ତୁମେ ଫେରିବ ତ ପ୍ରଭୁ?

ବାନ୍ଧଛି ତୁମକୁ ମୋ ଭାବର ଡୋରିରେ, 

ତୁମ ଆସିବା ଅପେକ୍ଷାରେ ।


ଆଖିର ଲୁହକୁ କେତେ ଯେ ରୋକିବି 

ମନର କୋହକୁ କେତେ ମୁଁ ଚାପିବି 

ସାରା ରାତି ସୋଉନି ମୁଁ ଖୋଜେ ତୁମକୁ 

ତୁମେ କିନ୍ତୁ ସୋଇଯାଅ ରାଜ ପଲଙ୍କରେ 

ଖୁସି ଖୁସି ହଜିଯାଅ ତୁମ ସପନରେ,

ହେଲେ ତୁମେ ମୋ ସପନ କାହ୍ନା, ଏ ଜୀବନରେ 

ବଞ୍ଚିଛି ମୁଁ 'ତୁମ ଦର୍ଶନ ଅପେକ୍ଷାରେ,

ତୁମ ଆସିବା ଅପେକ୍ଷାରେ' ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍