Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଗଠନମୂଳକ କାମରେ ବିରୋଧୀ

ଗଠନମୂଳକ କାମରେ ବିରୋଧୀ

1 min
1.0K


ଗଠନମୂଳକ କାମରେ ବିରୋଧୀ

 

ପର୍ଶୁରାମ ବିଶ୍ୱାଳ

 

ଗଣତନ୍ତ୍ର ଦେଶେ ବିରୋଧୀ ଦଳର ଭୂମିକା ଜାଣୁ ଠାକୁର

ସେ ନଥିଲେ ସାରା ଦେଶରେ ଶୁଭିବ ଏକଛତ୍ରବାଦୀ ସ୍ୱର

ତୋର ବାହୁତଳେ ରଖ ତାଙ୍କୁ ପ୍ରଭୁ

ସିଏ ପ୍ରହରୀ ଆମର ।

 

ବିରୋଧୀଙ୍କ ସଂଖ୍ୟା ଗୋଟି କମିଗଲେ କି ଲାଭ ହବ ଏ ଦେଶ

ତାଙ୍କ ବିନା କିଏ ବାଛିବ କହରେ ସରକାର ଗୁଣଦୋଷ

ସଂସଦ ହେଉବା ବିଧାନସଭାରେ

ତା ବିନା ସବୁ ବେକାର ।

 

ଲୋକଶାସନଟି ଭଲରେ ଚାଲିବ, ଥିଲେଟି ବିରୋଧୀ ଦଳ

ଖୋଳିତାଡ଼ି ସିଏ ବାହାର କରିବ ଶାସକ ଗୋଷ୍ଠୀ କନ୍ଦଳ

ଇଏ ସିନା ସବୁ ଦେଶହିତ ପାଇଁ

କ୍ଷତିଟି ନୁହେଁ କାହାର ।

 

ଗଠନମୂଳକ କାମରେ ବିରୋଧୀ ସହଯୋଗ ଗୋଟି ଲୋଡ଼ା

ନହେଲେ ସଂସଦ ବିଧାନସଭାଟି ପାଲଟିଯିବ ଆଖଡ଼ା

କହିଦେ କାଳିଆ ଭଲକୁ ସେ ଭଲ

କହୁଥାଉ ନିରନ୍ତର ।

 

ଭୋଅଟ ପାଇଁକି ତୁଚ୍ଛା କଥାଟାରେ ରାଜନୀତିଟି ନହେଉ

ହେଉ ଧର୍ମଘଟ ଅବା ସେ ଧାରଣା, ଏ ମାଟିରୁ ଉଠିଯାଉ

ଅଯଥା ସମୟ, ଅର୍ଥ ବରବାଦ

ସମ୍ପତ୍ତି ନଷ୍ଟ ଯା’ ସାର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in