ପୁରୁଷ ବି ଏଠି ନିର୍ଯାତିତ ହୁଏ
ପୁରୁଷ ବି ଏଠି ନିର୍ଯାତିତ ହୁଏ
ପୁରୁଷ ବି ଏଠି ନିର୍ଯାତିତ ହୁଏ
ପର୍ଶୁରାମ ବିଶ୍ୱାଳ
ସବୁଠି ଶୁଣୁଚୁ ନାରୀ ନିର୍ଯାତନା ଆରେ ମୋ କଳାଠାକୁର
ପୁରୁଷ ବି ଏଠି ନିର୍ଯାତିତ ହୁଏ, ରଖିଚୁ କି ଏ ଖବର
ଗୁମୁରି କାନ୍ଦୁଚି ସେଇ ପ୍ରାଣ ଗୋଟି
ଯିଏ ହେଉଚି ଶିକାର ।
ଯୌଥ ପରିବାରେ ବାପା, ମାଆ, ଭାଇ ସଭିଙ୍କି ନିଜର କରି
ବାହୁଚି ପୁରୁଷ ତା ସଂସାର-ନାଆ, କର୍ତ୍ତବ୍ୟ ସେ ଭାବିକରି
ସହଜେ ଘରଣୀ କରୁନି ଗ୍ରହଣ
ଏଇ କଥାଟି ତାହାର ।
ବାପାମାଆ ଦୁଃଖକଷ୍ଟ ଦେଖି କାନ୍ଦେ ପୁଅର ଦରଦୀ ପ୍ରାଣ
ଏଣେ ଭାରିଜାଟି ସେକଥା ବୁଝେନା, ତା ପୁଅଝିଅ ତା ସ୍ୱପ୍ନ
ହବ ବାପାମାଆ ଅବା ସେ ପତ୍ନୀର
ହୁଏନା କୋଉ କୂଳର ।
ଟାଣ କଥା ପଦେ କହିଲେ ପୁରୁଷ, ଆଉ ତା’ର ନାହିଁ ରକ୍ଷା
ପାଦର ଆଘାତେ ଦୁଲୁକଇ ମହୀ, କଥା ପୁଣି ଅଙ୍କାବଙ୍କା
କହେ ସେ କହିବ ପୁଲିସ ଆଗରେ
ନିର୍ଯାତନା ଯୌତୁକର ।
ପାନରୁ ଚୂନଟି ଖସିଗଲେ ଜଗା ଆଡ଼ରୁଷା, ମୁହଁଫୁଲା
ଆଉ ବେଶୀ ହେଲେ ତିନିଦିନକାଳ ଲାଗିବ ନାହିଁରେ ଚୁଲା
ବିଷ ଖାଇଦେବି, ରଶି ଦେଇଦେବି
ପାଇବୁ ପାନେ ଏଥର ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****