Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ତା ଟଙ୍କାରେ ମୁଠେ ଦାନା କି ପାରିବ ଗଢ଼ି

ତା ଟଙ୍କାରେ ମୁଠେ ଦାନା କି ପାରିବ ଗଢ଼ି

1 min
7.0K


ତା ଟଙ୍କାରେ ମୁଠେ ଦାନା କି ପାରିବ ଗଢ଼ି

 

ପର୍ଶୁରାମ ବିଶ୍ୱାଳ

 

ଦେବକୀଙ୍କ କୋଳେ କୃଷ୍ଣ ସିନା ଜନ୍ମ, ପାଳିଲେ ଯଶୋଦା ମାତ

ବ୍ରହ୍ମା ସରଜିଲେ ମାନବ ସମାଜ, ତୋଳିଦେଲେ ଚାଷୀ ହାତ

କହରେ କାଳିଆ ଚାଷୀଟି ନଥିଲେ

କେ’ ଦିଅନ୍ତା ମୁଠେ ଭାତ ?

 

ବଡ଼ଲୋକ ଫିଙ୍ଗେ କୁକୁରଖିଆ ତା ଅଧା ମାଂସଛଡ଼ା ଖଲି

ଚାଷୀର ଘରଣୀ ଭାତ ରାନ୍ଧି ବସେ, ନାହିଁ ତୁଣ ନାହିଁ ଡାଲି

ହଜାର ଲକ୍ଷଟି ଲୋଡ଼ା ହୁଏ କାହିଁ

କି ପାଠ ପଢ଼ିବ ସୁତ ?

 

ବଡ଼ଲୋକ ପିଲା ଇସ୍କିନା ହେଲେ ଆପୋଲୋ, କଳିଙ୍ଗ ଲୋଡ଼ା

ବଡ଼ ରୋଗ ହେଉ ପଛେ ଚାଷୀଭାଇ ଖୋଜେ ସେ ବଇଦା ବୁଢ଼ା

ପୁଅ ବାହା ପାଇଁ ଚାଷୀ ଘର ଝିଅ

କେ’ ଖୋଜେନା ଏହା ସତ ।

 

ବଢ଼ି-ମରୁଡ଼ିରେ ଭେଳା ତା ବୁଡୁଚି, ଟଙ୍କା ନାହିଁ ଚାଷ ପାଇଁ

ଦୁଃଖ ସହିବାକୁ କେ’ ଅଫିସି ଗଲେ ଚଉକିଟେ ନମିଳଇ

ମୁଣ୍ଡଝାଳ ତୁଣ୍ଡେ ମାରିକି ବଞ୍ଚି ବି

କା’ ପାଇଁ ଖୋଳେନା ଗାତ ।

 

ପଚାରିବୁ ଜଗା କହୁ ଏ ସମାଜ ନକରି ସିଏ ବାହାନା

କି ଦେଇଚ ତାକୁ, ବେଇଚି ଯିଏ ତମ ତୁଣ୍ଡେ ଦେଇ ଦାନା

ଖାଲିଟି ଶୋଷଣ କଷଣ ଭିତରେ

ଗଡ଼େ ତା ସଂସାର ରଥ ।

 

କେତେ ବାପା-ମାଆ ପୁଅ ପଇସାରେ ଚଢ଼ନ୍ତି ଦାମିକା ଗାଡ଼ି

ପଚାରୁ ତା ପୁଅ ତା ଟଙ୍କାରେ ମୁଠେ ଦାନା କି ପାରିବ ଗଢ଼ି

ଚାଷୀ ମୁହେଁ ହସ ଲୋଡ଼ା ଆଜି ପ୍ରଭୁ

ତାକୁ କୋଟି ଦଣ୍ଡବତ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in