Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ହୃଦ କାନ୍ଦୁ ପର ପାଇଁ

ହୃଦ କାନ୍ଦୁ ପର ପାଇଁ

1 min
6.4K


ହୃଦ କାନ୍ଦୁ ପର ପାଇଁ

 

ପର୍ଶୁରାମ ବିଶ୍ୱାଳ

 

ତୋ ଦାଣ୍ଡର ଧୂଳି ମୁଣ୍ଡରେ ମାରି ମୁଁ ଡାକୁଛି ଆରେ କହ୍ନେଇ

ମୋ ହୃଦରାଇଜେ ସେନେହ ମମତା ଫଲ୍ଗୁ ଗୋଟି ଯାଉ ବହି।

ସାର୍ଥକ ହେଉ ଏ ମଣିଷ ଜନମ

ହୃଦ କାନ୍ଦୁ ପର ପାଇଁ ।

 

ଗରିବର ଚଲାପଥରେ ଠାକୁର କୁଢ଼କୁଢ଼ ଫୁଲ ବିଞ୍ଚି

ତାଙ୍କରି ସେବାରେ ଲାଗୁ ମୋ ସମ୍ବଳ, ଯାହା ମୁଁ ରଖିଛି ସଞ୍ଚି

ଶକତି ଦେଏ ତୁ ତାଙ୍କ ଆଖିଲୁହ

ପୋଛିବି ମୁଁ ଭାବଗ୍ରାହୀ ।

 

ଦେଖୁଛି ଠାକୁର ଅନାଥ ଆଶ୍ରମ, ବାପା ମାଆ ନାହିଁ ସାହା

ମହତ ଲକ୍ଷ୍ୟରେ ଚଳେଇଛି ଯିଏ, କିଭଳି ମଣିଷ ଆହା

ସ୍ନେହର ପ୍ରେମର ନିଦର୍ଶନ ସିଏ

ଭଲ ପାଇବାଟି ସେଇ ।

 

ରୋଜଗାରୀ ପୁଅ ତଡ଼େ ବାପାମାଆ ଜରାନିବାସରେ ଧାଡ଼ି

ଭାଗ୍ୟକୁ ଆଦରି ପଡ଼ିରହିଚନ୍ତି କେତେ ବୁଢ଼ା ବୁଢ଼ୀ ଯୋଡ଼ି

ତାଙ୍କରି ସେବାରେ ବିତନ୍ତା ମୋ ଦିନ

ଜୀବନଟା ଧନ୍ୟ ହେଇ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in