ମୋ ଭଳି ଶ୍ରମିକ ଏଇ ସଂସାରରେ
ମୋ ଭଳି ଶ୍ରମିକ ଏଇ ସଂସାରରେ
ମୋ ଭଳି ଶ୍ରମିକ ଏଇ ସଂସାରରେ
ପର୍ଶୁରାମ ବିଶ୍ୱାଳ
ଯୋଉ ଧୂପ ଗୋଟି ଜଳିଲେରେ ଜଗା ତୋ ମନ୍ଦିର ମହକୁଚି
ଯେତେ ପୂଜାର୍ଚ୍ଚନା ଅଛି ଏ ଜଗତେ ସବୁଠି ଧୂପଟି ଅଛି
ସେଇ କାରଖାନା ଶ୍ରମିକ ମୁଁ ପ୍ରଭୁ
ମୋ ଦୁଃଖ କିଏ ବୁଝୁଚି ?
ସୁନ୍ଦର ଦିଶିଲେ କାନଫୁଲ ପିନ୍ଧି ପ୍ରଶଂସା ମିଳଇ ଭାରି
କାନକୁ ଯିଏ ସେ ଗଢ଼ିଚି ତା କଥା କେହି କାହିଁ ନପଚାରି
ଧୂପର ଆଦର ସଭିଏଁ କରନ୍ତି
ମତେ କିଏ ପଚାରୁଚି ?
ମୋ ହାତତିଆରି ଧୂପ ବାସନାରେ ମୋହିତ ଏଇ ଜଗତ
ଅଳିଆ ନର୍ଦ୍ଦମା ଭରା ଏ ବସ୍ତିରେ ମୋ ଘରଟି ଅଛି ସତ
ମୋ ଜୀବନରଥ ଗଡୁ କି ନଗଡୁ
କା’ର କଅଣ ଯାଉଚି !
ମୋ ଭଳି ଶ୍ରମିକ ଏଇ ସଂସାରରେ କେତେ କେତେ ଚିଜ ଗଢ଼ି
ଖୁସି ବାଣ୍ଟୁଚନ୍ତି ଏଇ ସମାଜକୁ, ଅଭାବରେ ଶଢ଼ିଶଢ଼ି
ତାଙ୍କ ପାଇଁ ତୋର ବିଚାରଟି ନାହିଁ
ଏ ଅଭିଯୋଗ କରୁଚି ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****