Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa priyadarsini Nanda

Others

4.8  

Monalisa priyadarsini Nanda

Others

ଆକାଶ

ଆକାଶ

1 min
382



ସୃଷ୍ଟିର ପ୍ରତ୍ୟେକ୍ଷଦର୍ଶୀ ତୁମେ 

          ହେ ଦିଗନ୍ତବିସ୍ତାରୀ ଆକାଶ

ଜଗତ ନିର୍ମାଣର ମୁକସାକ୍ଷୀ 

          ଦେଖିଛ ଧରଣୀର ବିକାଶ||


ସୂର୍ଯ୍ୟ,ଚନ୍ଦ୍ର ତାରା ପ୍ରଥମେ ଦେଖିଛ 

              ପାହାଡ଼ ପର୍ବତ ନଦୀ

ହୃଦୟ ତୁମର ଅଟେ ଯେ ଅପାର 

             କାହିଁ ଯାଇଛି ବିସ୍ତାରୀ||


ଜୟ ପରାଜୟ ହୋଇଛନ୍ତି ପରା 

            କେତେ ରାଜା ମହାରାଜା

ମୁକସାକ୍ଷୀ ଅଟ ତୁମେ ଯେ ଆକାଶ 

           ହୃଦୟେ ଉଡାଇ ଧ୍ବଜା||


ପ୍ରକୃତି ରାଣୀର ଷୋଡ଼ଶୀ ରୂପ 

           ସୌନ୍ଦର୍ଯ୍ୟ ଦେଖିଛ ତୁମେ

ମାନବର ଆଜି ଦାନଵ ରୂପରେ 

          ସେ ବୃଦ୍ଧା ହୋଇଛି କ୍ରମେ||


ହେ ଆକାଶ ମୋତେ ଉତ୍ତର ଦିଅ 

            ନିରବ ତୁମେ କଣ ପାଇଁ

କେବେ ଆସିବ ତୁମେ ଅସ୍ତ୍ର ଧରି 

       ଦୁଷ୍ଟକୁ ସଂହାର କରିବା ପାଇଁ ||



Rate this content
Log in