Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ବଦଳେଇଦବୁ ମୋ ପ୍ରାଣନାଥ

ବଦଳେଇଦବୁ ମୋ ପ୍ରାଣନାଥ

1 min
6.5K


ବଦଳେଇଦବୁ ମୋ ପ୍ରାଣନାଥ

 

ପର୍ଶୁରାମ ବିଶ୍ୱାଳ

 

ହେ ଦୀନବନ୍ଧୁ କାଳିଆ ଠାକୁର ଗିରି ଗୋବର୍ଦ୍ଧନ ଧାରୀ

କଅଣ ୟାଙ୍କର ହେଇଚି କେଜାଣି କିଛି ମୁଁ ପାରୁନି ବାରି

ଦିନରାତି ଖାଲି ଟଙ୍କା, ଜମି, ଜାଗା

ନିଘାରେ ହୁଅନ୍ତି ଘାରି ।

 

ଚାକିରିରେ ଲାଞ୍ଚ ନେଉଥିଲେ ବୋଲି ପୋଲିସିରେ ଧରାହେଲେ

ଛଅମାସକାଳ ଜେଏଲ ଭୋଗିଲେ, ଚାକିରି ବି ହରେଇଲେ

ତେବେ ବି ୟାଙ୍କର ଚେତା ପଶୁନାହିଁ

ମାନ ମହତଟି ସାରି ।

 

ଭାରିଜା ବୋଲି ମୁଁ ସୁଖଦୁଃଖ ଦିନେ ହେଇନାହିଁ ଦୁଇଧାଡ଼ି

ପିଲା ନାହିଁ ବୋଲି ମନ-କପୋତଟି କାନ୍ଦୁଅଛି ମୁଣ୍ଡକୋଡ଼ି

ଏଣେ ଟଙ୍କା ପାଇଁ କେତେ ନାଟକ ମୁଁ

ଦେଖିବି କହ ଶ୍ରୀହରି !

 

ବଦଳେଇଦବୁ ମୋ ପ୍ରାଣନାଥ ତୁ ସତେ ଜଗନ୍ନାଥ

ତୋ ନୀଳଚକ୍ରରେ ବାନ୍ଧିଦେବି ଜଗା ଗୋଟେ ସେ ନାଲିଆ ନେତ

ତା ନହେଲେ ରଶି ଦେବି ମୁଁ କହୁଚି

ନହେଲେ ନଈ ପୋଖରୀ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in