Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrusikesh Pahadi

Others

1.0  

Hrusikesh Pahadi

Others

କବିତା

କବିତା

1 min
6.8K


ଆଗକୁ ଆସିବ ନାହିଁ ହେ ଆଉ ଏ ଶୁଭ ଦିନ 

ଭାଇର ହାତେ ଭଉଣୀ କରିବ ରକ୍ଷା ବନ୍ଧନ । 

ଗ୍ରହ ନକ୍ଷତ୍ରଙ୍କ ଚଳନ ହେଉଥିବ ବିଧିରେ 

ବ୍ୟତିକ୍ରମ କେବେ ହେବନି ତାଙ୍କ ନୀତିରେ । 

ପୂନେଇଁ ଉଆଁସ ଆସିବ ଆସୁଥିବ ସଂକ୍ରାନ୍ତି 

ସୂର୍ଯ୍ୟ ଚନ୍ଦ୍ର ଆଉ ପୃଥିବୀଙ୍କର ରହିବ ସ୍ଥିତି । 

ଖାଇବାକୁ ଦାନା ମିଳିବ ମିଳୁଥିବ ପୋଷାକ 

କୋଠା ଗାଡି ଘୋଡା ରହିବ ଥିବେ ବନ୍ଧୁ ଅନେକ । 

ନଥିବ ଭଉଣୀ ଗୋଟିଏ ରାକ୍ଷୀ ବାନ୍ଧିବା ପାଇଁ 

ଭଉଣୀ ବିବାହେ ବେଦୀରେ ପୋଡିବା ଲାଗି ଖଇ । 

ପୁଅର ବିବାହ ପାଇଁକି ଖୋଜା ପଡିବ ଝିଅ 

ବଂଶ ରକ୍ଷା ପାଇଁ ପୁଅଟି କିଶ କରିବ କୁହ । 

କନ୍ୟା ଭୃଣ ହତ୍ୟା କରିଣ ନାଶ ନାରୀ ବଂଶକୁ 

ସେହି ନାରୀ ବିନା କେମିତି ରଖିବ ଏହି ସୃଷ୍ଟିକୁ । 

ନକର ଏ ହୀନ କରମ ବିଶ୍ୱ ମଙ୍ଗଳ ପାଇଁ 

ସୃଷ୍ଟି ଥିବ ଚିରଦିନକୁ ବିଲୟ ହେବ ନାହିଁ ।


Rate this content
Log in

More oriya poem from Hrusikesh Pahadi