Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ମହିଳା ଶକତୀକରଣଟି ଲୋଡ଼ା

ମହିଳା ଶକତୀକରଣଟି ଲୋଡ଼ା

1 min
13.4K


ମହିଳା ଶକତୀକରଣଟି ଲୋଡ଼ା

 

ପର୍ଶୁରାମ ବିଶ୍ୱାଳ

 

ଜଣେ ଏଠି କରେ ରୋଜଗାର ପ୍ରଭୁ, ବସି ଖାଏ ଦଶଜଣ,

ଓଡ଼ିଶା ଗରିବ ବାଜୁଅଛି ବାଜା, ଇଏ ବି ଗୋଟେ କାରଣ,

ମହିଳା ଶକତୀକରଣଟି ଲୋଡ଼ା

ଆରେ ମୋ କଳାବଦନ ।

 

ନାରୀଶିକ୍ଷା ପାଇଁ ବଢ଼ିଚି ଏ ଦେଶେ ନାରୀର ଆତ୍ମସମ୍ମାନ,

ପ୍ରଶାସନ ଆଉ ପୁଲିସ୍, ବ୍ୟାଙ୍କ ସବୁଠି ତା’ର ଆସନ,

ଘରୋଇ ମହିଳା ଘରକୋଣେ ବସି

ଚୁଲି ଫୁଙ୍କି ଯାଏ ଦିନ ।

 

ମହିଳାଟି ଯେବେ କରେ ରୋଜଗାର, ସ୍ୱାମୀ ରୋଜଗାର ଛାଡ଼ି,

ତା ଘରସଂସାର ନାଆଟି ଚାଲିବ ଭଲରେ ସେ ଗଡ଼ିଗଡ଼ି,

ତା’ର ସ୍ୱାଧୀନତା ହୋଇବ ଅକ୍ଷୁଣ୍ଣ

ନାହିଁ ନିର୍ଯାତନା ଜାଣ ।

 

କହିଦେ କାଳିଆ ଏ ନାରୀଜାତିକି, ହୁଅନ୍ତୁ ସେ ଆଗୁସାର,

ବାଛିନିଅନ୍ତୁ ସେ କି କାମ କରିବେ, ଯାହା ଦିଏ ସରକାର,

ନିଜ ହାତପାଣ୍ଠି ବଢ଼େଇବେ ସିଏ

ଯିବ ତା ଘର ଦୁର୍ଦ୍ଦିନ ।

 

ବୁଝେଇ କହିଦେ ସରକାରକୁ ତୁ, ଆରେ ମୋ କଳାଠାକୁର,

ମହିଳା ଶକତୀକରଣ ପାଇଁକି ଯୋଜନା କରୁ ଅପାର,

ଦଅଶ ଖାଉଚି, ଜଣେ କମାଉଚି

ଏ କଥାଟି ହେଉ ଲୀନ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in