STORYMIRROR

Sabita Tripathy

Others

3  

Sabita Tripathy

Others

Untitled

Untitled

2 mins
224

ଜୀବନ ରେ ବହୁତ ଘଟଣା ଥାଏ କିନ୍ତୁ କିଛି ଘଟଣା ମନରୁ ଭୁଲିହୁଏନା. ସେଦିନ ରାତି କେବେ ଚାହିଁଲେ ବି ମନ ରୁ ଭୁଲିହେବନି. ତମ ର ବ୍ୟସ୍ତତା ମତେ ଯେମିତି ଭିତରୁ ଛଟପଟ କରୁଥିଲା. କିନ୍ତୁ କେମିତି ବା ତମକୁ କହିବି. ପାଞ୍ଚ ଦିନ ହେଲାଣି ଦେହଟା ତମର ଏତେ ଖରାପ ହେଇଯାଇଛି. ମୁଁ କେବେବି ତମ ର ଏମିତି ଅବସ୍ଥା ଦେଖିନି.. ଆମ ବାହାଘର ଦଶ ବର୍ଷ ହେଇଗଲାଣି କିନ୍ତୁ ତମେ ଦେହ ଖରାପ ବେଳେ ଏ ବ୍ୟସ୍ତତା ମୁଁ ଦେଖିନି. ଆଜି କେମିତି ବା ମୁଁ ସାହିପାରିବି ଏ ବ୍ୟସ୍ତତା?,,,ବାରମ୍ବାର ମୁଁ ଅକ୍ସଇଜ଼ଏନ ଲେବଲ ଚେକ କରୁଥଏ, ଜ୍ଵର ବି ପ୍ରବଳ କଣ କରିବି କିଛି ଜାଣି ପାରୁନଥାଏ. ତମେ ଖାଲି କିଛି ହେଇନି କିଛି ହେଇନି ବୋଲି କହୁଥାଅ. କିନ୍ତୁ ଏ ମନ ଟା ବିଲକୁଲ ତମ କଥା ଶୁଣୁ ନଥାଏ.ଡାକ୍ତର ପାଖକୁ ଯାଇକି ଚେକ କଲ. ଅନୁରୋଧ ପରେ ତମେ ରାଜିହେଲ ବ୍ଲଡ ଟେଷ୍ଟ କରିବାକୁ.ବ୍ଲଡ଼ ଟେଷ୍ଟ ରିପୋର୍ଟ ରେ କରୋନା ପଜିଟିଭ ଆସିଲା. ମୋ ପାଦ ତଳୁ ମାଟି ଖସି ପଡିଲା.ଯେଉଁ ମହାମାରୀ ପାଇଁ ସାରା ବିଶ୍ୱ ଛଟପଟ ହେଉଛି ସେ ମୋ ଘରକୁ ଆଖିରି ଆସିଗଲା.ସେତବେଳକୁ ତମ ଦେହ ଖରାପ ର ଛଅ ଦିନ ହେଇଯାଇଥିଲା. ହଠାତ ରାତିରେ ତମକୁ ଅସୁସ୍ଥ ଲାଗିଲା ତମେ ଆଡମିଟ ହେବାପାଇଁ ହସ୍ପିଟାଲ ଗଲ. ବାସ ମୁଁ ଯେତେ ଚାହିଁଲେ ବି ନିଜ କୁ ବୁଝେଇ ପାରୁନଥାଏ, ଅମାନିଆ ଆଖି ଯୋଡିରୁ ଝରିଯାଉଥାଏ ଲୁହ. ପୁଅ ଆଗରେ. ସେବା କଣ କରିବ ସେ ଛୋଟ ପିଲା.ମୁଁ ବାବା ଗୋବିନ୍ଦ ଗୋସ୍ବାମି ଙ୍କୁ ଅଭିମାନ କରି "ମୁଁ କିଛି ଜାଣିନି ତମେ ଯାହା କରିବ, ତମେ ସାଙ୍ଗ ରେ ଆସିଛ ତମେ ରକ୍ଷା କରିବ.ଏଥରକ ଗାଁ ରୁ ବାବା ଙ୍କ ଫୋଟୋ ଆସିଲା ବେଳକୁ ନେଇକି ଆସିଥିଲୁ, ବାବା ବହୁତ ପ୍ରସିଦ୍ଧ.ବାବାଙ୍କୁ ଆମେ ବହୁତ ମାନୁ. ଅଦୃଶ୍ୟ ଶକ୍ତି କୁ ଅନୁଭବ କରୁ.ବାସ ସେତିକି ବେଳେ ମୋବାଇଲ ଟା ରିଙ୍ଗ ହେଲା ଦେଖେ ତ ତମେ. ରିସିଭ କଲି ତମେ କହିଲ କି ମୁଁ ଘରକୁ ଫେରୁଛି. ମୁଁ ଶୁଣିକି ପ୍ରଥମେ ଡରିଗଲି ତାପରେ ଘଟଣା ବିଷୟରେ ଜାଣିଲା ପରେ ମୋର ଭାରି ଇଛା ହେଲା ସେ ଡାକ୍ତର ଙ୍କ ସହ କଥା ହେବାପାଇଁ. ସତରେ ସେଦିନ ରାତିରେ ସେ ଡାକ୍ତର ଯେମିତି ଭଗବାନ ବାନିକି ଆମ ପାଖୁ ଆସିଥିଲେ,,,,, 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Sabita Tripathy

Untitled

Untitled

2 mins ପଢ଼ନ୍ତୁ