ଟାରୋ ର କାହାଣୀ
ଟାରୋ ର କାହାଣୀ
ମାମୁନ କୁ ଯେତେବେଳେ ତିନିବର୍ଷ ହୋଇଥିଲା ସେବେଠୁ ସେ ଅଛି । ଏବେ ତ ମାମୁନ କୁ ୨୩ ହେଲାଣି, ମାନେ "ଟାରୋ" କୁ ୨୦ ବର୍ଷ।
ସଂମ୍ପର୍କର ଲମ୍ବା ଇତିହାସ ଯୋଡି ହୋଇଛି ଟାରୋ ସହ।
ଅନେକ ଘାତ ପ୍ରତିଘାତ ମଧ୍ଯରେ ଜୀବନ ଜିଇଁବାର କଳା ବାସ୍ତବିକ ତା'ଠୁ ଶିଖିବା କଥା । ସେ ବର୍ଷ ରଜ ବେଳେ ସମସ୍ତେ ଗାଁରେ ଥିଲେ । ଗାଁରେ ବହୁତ ବଡ ବାଡି,ଆଉ ସେହି ବାଡିରେ ଅଛି ଆମ୍ବ , ଜାମ ,ବତାପି ,ବିଲାତି-ଅତା, ଡେଉଁଚ, ଜମରୁଳୁ, ଆଦି ହରେକ ରକମର ଫଳଗଛ ପୁଣି ଗୋଟେ ବଡ ପୋଖରୀ । ପୋଖରୀ ହୁଡାରେ ଧାଡି ଧାଡି ହୋଇ ତାଳ, ଖେଜୁର ଗଛ ଭର୍ତ୍ତି।ହୁଡାର ଗୋଟିଏ କୋଣକୁ ମାଡି ରହିଛି ପ୍ରକାଣ୍ଡ ବାଉଁଶ ନଟା ଆଉ ସେ'ଦିନ ନାତୁଣୀ ମାମୁନ ଦେଖିବ ବୋଲି ଜେଜେ ତା ପାଇଁ ପାଇ ନେଇ ଆସିଥିଲେ ଗୁୁଲୁଗୁଲୁଆ ନିଷ୍ପାପ ଟାରୋକୁ..। ମାମୁନର କାନ୍ଦ ସହ ବନ୍ଧା ପଡିଥିଲା ଟାରୋର କାହାଣୀ।
ଟାରୋ ଏକ କଇଁଛ । ତାକୁ ଜଣା ନଥିଲା ବୋଧେ ସଂପର୍କ ଭାଙ୍ଗିବାର କୌଶଳ, ସେଇ ପାଇଁ ତ ଜାଣତରେ ବା ଅଜାଣତରେ ଯେତେବେଳେ ବି ତାକୁ ମୁକ୍ତ ହେବାର ସୁଯୋଗ ମିଳିଛି ସେ ଯାଇ'ନି ।ପ୍ରଥମେ ପ୍ରଥମେ କାଚ ଜାର ପରେ ଆକ୍ବାରିୟମ,ତାପରେ ଅସ୍ଥାୟୀ ପାଣି ଡ୍ରମ କିନ୍ତୁ ସେତେବେଳେ ତାକୁ ବଗିଚାରେ ଢାଳି ଦିଆଗଲା ଯେତେବେଳେ ମାମୁନ ର ମା' ଦେହ ଖରାପ ହେଲା ।
ଘରେ ତାଲା ପଡିଲା । ୧୫/୧୭ ଦିନ ପରେ ସେ ଯେତେବେଳେ ସୁସ୍ଥ ହୋଇ ଘରକୁ ଫେରିଲେ ସମସ୍ତେ ମନେ ପକେଇଲେ ଟାରୋକୁ ଯା ହଉ ମୁକ୍ତ ହେଲା। କିନ୍ତୁ ଟାରୋ ବୋଧେ ମୁକ୍ତ ହେବା ଉଦ୍ଦେଶ୍ଯରେ ନଥିଲା ବଗିଚାର ଏକ କ୍ରୋଟନ ଗଛ ମୂଳରେ ବସା କରି ରହିଥିଲା ବୋଧେ ସେଦିନ ପାଣି ଦେବା ବେଳେ ମାମୁନର ନଜରକୁ ଆସିଥିଲା । ମାମୁନର ଜିଦ୍ ପରେ ତା ପାଇଁ ସ୍ଥାୟୀ ବ୍ଯବସ୍ଥା କରାଗଲା। ବଗିଚାର ଗୋଟିଏ କୋଣକୁ ୩×୬×୩ ର ଗୋଟିଏ କୁଣ୍ଡ , କୁଣ୍ତ ମଝିରେ ଗୋଟିଏ ଚୋଟ ଚଉତରା କୁଣ୍ତର କାନ୍ଥରେ ଛୋଟ ଛୋଟ ଗୁମ୍ଫା । ପୁଣି 'ଓଭରହେଡ' ପାଣି ଟାଙ୍କି ସହ ସ୍ଥାୟୀ -ଇନଲେଟ,ଆଉଟଲେଟ କନେକସନ ।
ୟା ଭିତରେ ଅନେକ କିଛି ଘଟିଛି, କେତେବେଳେ ତା ପାଇଁ ସାଙ୍ଗ ଅଣାଯାଇଛି । କେତେବେଳେ ତାକୁ ଅଣଦେଖା କରାଯାଇଛି, କେତେବେଳେ ଏକା-ଏକା ଅନେକ ସମୟ କାଟିଛି । ମାମୁନ ବି ୟା ଭିତରେ 'Environmental Biology ' ରେ ସ୍ନାତକୋତ୍ତର ସାରିଛି।
ମାମୁନ ର ଗୋଟାଏ ଜିଦ୍ ଟାରୋ କୁ ଛଡା ହେବ ତା ପ୍ରାକ୍ରୁତିକ ପରିବେଶରେ । ଯେଉଠୁ ସିଏ ଆସିଥିଲା ସେଇମୁକ୍ତ ଠି ସେଇ ଗାଁରେ ଆଉ ଏ ବର୍ଷ ରଜକୁ ଆମେ ସମସ୍ତେ ଗାଁକୁ ଯିବା..। "
ମାମୁନ କହୁଥାଏ-, ଟାରୋ କିନ୍ତୁ ମୋତେ ବହୁତ କିଛି ଶିଖେଇଛି...ବହୁତ କିଛି। ଯେମିତି ଧର୍ଯ୍ୟର ସହ ସମୟକୁ ଅପେକ୍ଷା କରିବାକୁ ହେବ ସାମ୍ନା କରିବାକୁ ହେବ ପରିସ୍ଥିତିକୁ ଓ ବିଶ୍ବାସ ରଖିବାକୁ ହେବ ନିଜ ଉପରେ ତେବେ ତ ଆଗକୁ ବଢି ହେବ। ଜୀବ ଜନ୍ମ ଲକ୍ଷ୍ଯ କଣ କି'..!' 'Survival of Fitest.. ଆଜି ଛାଡି ଦେବି .. ଯେକୌଣସି ପରିସ୍ଥିତିରେ ବଞ୍ଚିବାର କଳା.... ଇତ୍ଯାଦି..
ଗାଡି ଗାଁ ଅଭିମୁଖେ ଗଡୁଥାଏ..!!
