STORYMIRROR

ଅର୍ପିତା ଦାସ

Others

3  

ଅର୍ପିତା ଦାସ

Others

ତୋ ପାଇଁ ସବୁ ଶବ୍ଦ ଅଲୋଡା

ତୋ ପାଇଁ ସବୁ ଶବ୍ଦ ଅଲୋଡା

1 min
258


ବୋଉଲୋ ଆଜି ତୋ କଥା କାଇଁ ଭାରି ମନେ ପଡୁଚି । ସକାଳୁ ଟ୍ୟୁସନ ଗଲାବେଳେ ତୁ ଯୋଉ ଖାଇବାକୁ ଦୋଉ କୋଉ ହୋଟେଲ୍ କି ରେଷ୍ଟୁରାଣ୍ଟରେ ବି ମତେ ଏମିତି ଶାନ୍ତି ଲାଗେନି । ସମସ୍ତଙ୍କଠୁ ଶୁଣିଛି ତୁ କାଳେ ଦାଣ୍ଡ ଓଳେଇଲା ବେଳେ ବି ମୁଁ ତୋ ପିଠିରେ ନାଉପଚା ହେଇ ଝୁଲୁଥାଏ । ମୁଁ କେତେ ବଡ ହେଲା ଯାଏ ବି ମାମା ସାଙ୍ଗରେ ମୋ ମାମୁ ଘରକୁ ଯାଏନି । ଯାଇଛି ତ ତୋ ସାଙ୍ଗରେ ତୋ ଘରକୁ । ଆଜି ଯାଏ ବି ସେଟାକୁ ମୋ ନିଜ ମାମୁଁଘର ବୋଲି ଭାବି ଆସିଚି । ଦିନ ଥିଲା ତୋ କାନି ନ ଧରିଲେ ତୋ ଉପରେ ଗୋଡ ନ ନଦିଲେ ମତେ ନିଦ ହୁଏନି । ତତେ ବି କାଳେ ମୁଁ ଗୋଡ ନପକେଲେ ନିଦ ହୁଏନି । ପିଲା ଦିନେ ପାଠ ପଢେନି ବୋଲି ତୁ ମୋ ପାଇଁ ବହୁତ କାଥା ଶୁଣୁ । ତୁ ମତେ କାଳେ ଏତେ ମୁହଁ ଦେଇଚୁ । ଏବେ ତତେ ଆଉ କାହାଠୁ ବି ମୋ ପାଇଁ କିଛି ଶୁଣିବାକୁ ବି ପଡୁନି । ଏବେ ଆମେ ସମୟ ସାଥିରେ ନିଜକୁ କେତେ ସଜାଡି ନେଲେଣି ଲୋ ବୋଉ ।



Rate this content
Log in

More oriya story from ଅର୍ପିତା ଦାସ