Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Nilamadhab Bhuyan

Drama Romance Tragedy


3.6  

Nilamadhab Bhuyan

Drama Romance Tragedy


ସୁରଭି

ସୁରଭି

5 mins 54 5 mins 54

 ବିଂଶ ଶତାବ୍ଦୀରେ ଶୀତ ଋତୁ ର ଶେଷ ଅବସ୍ଥା । ଥଣ୍ଡା ଅନୁଭବ ହେଉଥିଲେ ମଧ୍ୟ ବହୁତ କମ୍ । ତାହା କେବଳ ପାହାନ୍ତା ସମୟରେ । କେତେ ଭଦ୍ର ବ୍ୟକ୍ତି ବାରଣ୍ଡାରେ ବସି ଗପ କରିବା ସହିତ କିଏ ଦାନ୍ତ କାଠିକୁ ଚୋବେଇ ଚୋବେଇ ଦୁଇ ଇଞ୍ଚ କରିସାରିଲାଣି ଆଉ କିଏ ମୁହଁକୁ ହାତରେ ସଫା କରିବାରେ ଲାଗିଛି ଏପଟେ ସ୍ତ୍ରୀ ଲୋକଙ୍କ ଝାଡୁଆ ଧୂଳିର୍ ବାସ୍ନା ଆସୁଥାଏ । ହଠାତ ଏକ ଖବର ଆସିଲା କି, ମାଷ୍ଟର ଙ୍କର କଣ ଗୋଟେ ହେଇଛି । କିଛି ଲୋକ ରୁଣ୍ଡ ହୋଇ ମାଷ୍ଟର ଙ୍କ ଘରକୁ କଣେଇ କଣେଇ ଦେଖିବାରେ ଲାଗିଛନ୍ତି । ରମେଶ ବାବୁ ପେଷା ରେ ଶିକ୍ଷକ । ଘରୁ ମୁରୁକି ହସ ଦେଇ ବାରଣ୍ଡା କୁ ଆସିଲେ । ବାହାରେ ରୁଣ୍ଡ ହେଇଥିବା ଲୋକଙ୍କ ମଧରୁ ଜଣେ ପଚାରିଲା ଆରେ କହ କଣ ହେଇଛି ? ରମେଶ ବାବୁଙ୍କ ଖୁସି ଦ୍ବିଗୁଣିତ ଅବସ୍ଥାରେ କହିଲେ ଲକ୍ଷ୍ମୀ ଟିଏ ଆସିଲା ।

ସମୟ ପାଖାପାଖି ସକାଳ 9.28 । ଘରେ ନୂଆ ଚାନ୍ଦ ଆସିବା ଖୁସିରେ ଉତ୍ସବ ଭଳି ମନେ ହେଉଥିଲା । ଆଜକୁ ପ୍ରାୟ ୯ ବର୍ଷ ପରେ ରମେଶ ବାବୁଙ୍କ ସ୍ତ୍ରୀ ନିତା ଗୋଟିଏ ସୁନ୍ଦର ପରି କୁ ଜନ୍ମ ଦେଇଛନ୍ତି । ଘରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଉଛି କିନ୍ତୁ ଜଣେ ବହୁତ ଦୁଖୀ ସହ ରାଗ ମୁହଁ ଧରି ବସି ରହିଛନ୍ତି । ସେ ହେଉଛନ୍ତି ରମେଶ ବାବୁ ଙ୍କ ମା , ତାଙ୍କ ମତରେ ପ୍ରଥମେ ଗୋଟିଏ ପୁଅ ଯଦି ହୁଅନ୍ତା ତେବେ ବଂଶ ରକ୍ଷା କରିଥାନ୍ତା । ମନେ ମନେ କେତେ କଣ ବୁଟୁ ବୁଟୁ ହେଇ କହିଯାଉଛନ୍ତି । " ମୁଁ ଆଗରୁ ଜାଣିଛି ପରା , ଏହି ଅଲକ୍ଷଣି ଗୋଟିଏ ମାଇପି ଛୁଆ କୁ ଜନ୍ମ ଦେବ ବୋଲି " ସେପଟେ ରମେଶ ବାବୁ ଖୁସି ମନରେ ମା କୁ କହିବାକୁ ଯାଉଥିଲେ ହଠାତ୍ ମା ର ଚେହେରା ଦେଖି ରହିଗଲେ ଆଉ ପଚାରିଲେ ମା ତୁ କଣ ଖୁସି ନାହୁଁ କି ?? ମା କହିଲେ ଖୁସି ନା ଚୋପା !! ଏତିକି ଉତ୍ତର ଶୁଣି ଆଉ କଣ ପଚାରିବା ପୂର୍ବରୁ ସେଠୁ ଫେରିଗଲେ । ସବୁ ବିଧି ଅନୁସାରେ ନାମକରଣ କରାଗଲା ଆଉ ନାମ ରଖାଗଲା "ସୁରଭି" । ରମେଶ ବାବୁଙ୍କୁ ତାଙ୍କ ଗୋସେଇଁ କହୁଥିଲେ କି ତୋ ଝିଅ ବହୁତ ଧର୍ଯ୍ୟ ଆଉ ସତ୍ୟବତୀ ହେବ । ଆଉ ଲକ୍ଷ୍ମୀ ପ୍ରତିମା ଟିଏ । ଆଉ ଠିକ ସେହିପରି ତାର ବ୍ୟବହାର ଥିଲା ।

ଗ୍ରାମରୁ ସହର ପ୍ରାୟତଃ 10 କିଲୋମିଟର । ଗ୍ରାମ ପାଖରେ ଜଙ୍ଗଲ ଯୋଗୁ ଗ୍ରାମ ର ଶୋଭା ବଢିଯାଉଥାଏ । ଗ୍ରାମ ରେ ଥଣ୍ଡା ପବନ ଆଉ କୋଇଲି ର୍ କୁହୁ କୁହୁ ନାଦ ଏବଂ ଜଙ୍ଗଲରୁ ମୟୁର ର ଡାକ ଯେମିତି ମନ ଲୋଭା । କୁହନ୍ତି ଇଂରାଜୀ ଶାସନ ସମୟରେ କିଛି ଅଫିସର କାଠ ଯୋଗାଡ଼ ନିମନ୍ତେ ଏହି ଗ୍ରାମ କୁ ଆସିଥିଲେ । ଏହି ଗ୍ରାମରେ ଗୋଟେ ଦିନ ରହିଥିଲେ । ଆଉ ବଡ଼ ଅଫିସରଙ୍କ କଥା ବାର୍ତ୍ତା ରେ ଯାହା କୁହାଯାଏ ଯେ , ଇଂରାଜୀ ବାବୁ ଆଉ ଅନ୍ୟ ବାବୁ କଥା ହେଉଥିଲେ ଯେ " ଇଟ୍ସ ଏ ଗୂଡ ପ୍ଲେସ ବିଥ ସୋ ବିଉଟିଫୁଲ " It's a good place with so Beautiful. ଏହି ପଦୀଏ ଶବ୍ଦ ପାଇଁ ସେହି ଗ୍ରାମ ପୁଣି ଥରେ ନାମକରଣ ହୋଇଗଲା । ଆଉ ଇଂରାଜୀ ବାବୁ ଙ୍କ ସାଙ୍ଗରେ ବୁଲୁଥିବା କିଛି ପଦାଚାରି ଙ୍କ ମତ ଅନୁସାରେ ଗାଁ ର ନାମ 'ଗୁରୁଦାସପୁର' ରେ ପରିଣତ ହୋଇଥିଲା ।

ଚାଲନ୍ତୁ କାହାଣୀକୁ ଚାଲୁ ରଖିବା ।

ରମେଶ ବାବୁଙ୍କ ଇଛା ଅନୁଯାୟୀ ଲକ୍ଷ୍ମୀ ରୂପରେ ସୁରଭି କୁ ପାଇଛନ୍ତି ଆଉ ରମେଶ ବାବୁ ଆଉ ତାଙ୍କ ସ୍ତ୍ରୀ ନିତା ଦୁହେଁ ସ୍ଥିର କଲେ କି କେବଳ ଗୋଟିଏ ଝିଅ କୁ ପାଳି ବଡ଼ କରି ପଢେଇବେ । ସୁରଭି ମଧ୍ୟ ରୂପରେ ଏବଂ ଗୁଣରେ ବହୁତ ସୁନ୍ଦର ଥିଲା । ଛୋଟ ବେଳୁ ମା ଆଉ ବାପାଙ୍କ ସ୍ନେହ ବୋଳା ହୋଇ ଯାଇଥିଲା । କେବେ ଅଳି ଅଝଟି କରେ ନାହିଁ । ସୁରଭି ଧୀରେ ଧୀରେ ବଡ଼ ହେବାକୁ ଲାଗିଲା । ଗ୍ରାମର ସ୍କୁଲ ରେ ତାର ପାଠ ପଢା ଆରମ୍ଭ ହେଲା । ପ୍ରଥମ ରୁ ଷଷ୍ଠ ପର୍ଯ୍ୟନ୍ତ ସବୁ ଶ୍ରେଣୀ ରେ ପ୍ରଥମ ସ୍ଥାନ ତାପରେ ଆଗକୁ ପଢିବା ପାଇଁ ଅନ୍ୟ ଏକ ଗ୍ରାମକୁ ଯିବା ପାଇଁ ପଡେ । କିନ୍ତୁ ସୁରଭି ମନରେ ପଢ଼ିବାର ବହୁତ ଆଶା ଯୋଗୁ ବାପା ଗୋଟିଏ ସାଇକେଲ ଆଣିଦେଲେ । ଚାଲିଲା ସୁରଭିର ପାଠ ପଢିବା ।

ସୁରଭି ର ଭଲ ସାଙ୍ଗ କବିତା ସେ ମଧ୍ୟ ପଢେ କିନ୍ତୁ ସୁରଭି ଠାରୁ ପଛରେ ରହେ । କବିତାର ଅତି କ୍ଲୋଜ ଫ୍ରେଣ୍ଡ କିନ୍ତୁ ତାର ମନ ଭିତରେ ସୁରଭି ପ୍ରତି ଇର୍ଷା ଆଉ ରାଗ ଥାଏ କିନ୍ତୁ କେବେ ସୁରଭି କୁ କହେ ନାହିଁ । ପ୍ରତ୍ୟେକ ପରୀକ୍ଷା ପୂର୍ବରୁ ସୁରଭି ପଢୁଥିବା ବହି ଏବଂ ଖାତା ଉପରେ ତାର ଧ୍ୟାନ ଥାଏ । ସୁରଭି କଣ ପଢେ କଣ ଲେଖେ କବିତା ସବୁବେଳେ ତା ଉପରେ ନଜର ରଖିଥାଏ । କ୍ଲାସ ରେ ସାର ଯଦି ସୁରଭି କୁ କିଛି ପ୍ରଶ୍ନ କରନ୍ତି ତେବେ କବିତା ସୁରଭି କହିବା ପୂର୍ବରୁ କହିବାକୁ ଚେଷ୍ଟା କରେ । ବେଳେବେଳେ ତ ଠିକ୍ କହେ ଆଉ ବେଳେବେଳେ କହିପାରେନା । ସୁରଭି ସାଙ୍ଗରେ ସବୁ ସମୟରେ ଏମିତିକି ଖେଳ କୁଦ ଏବଂ ଅନ୍ୟାନ୍ୟ ଭଲ ଡ୍ରେସ ପିନ୍ଧିବା ଆଉ ଭଲ ବହି ଏବଂ ଖାତା କୁ ଭଲ କଭର ଲଗେଇ ଦେଖାଇ ହେବା । ତାର ଯେମିତି ଗୋଟେ ଅଭ୍ୟାସ ହେଇଯାଇଥିଲା । ଏପଟେ ସୁରଭି କେବେ ବି କବିତା ସାଙ୍ଗରେ ପ୍ରତିଯୋଗିତା କରେ ନାହିଁ । ସେ ସବୁବେଳେ ନିଜ ପାଠ ପଢ଼ାରେ ଧ୍ୟାନ ଦିଏ ଆଉ ଭାବେ ମୁଁ ଯାହା କରୁଛି ଯଦି ଠିକ୍ ହେଲା ତ ଭଲ, କାହାକୁ ଦେଖିକି ନକଲ କରିବି କାହିଁକି ?? ଯାହା ଫଳରେ ମୋର ଭଲ କାମ ମଧ୍ୟ ଭୁଲ ହେବ । ଏମିତି ରେ ସୁରଭି ଭଲ ପଢିବା ଯୋଗୁଁ କ୍ଲାସ ରେ ଅନ୍ୟ ଛାତ୍ର ଏବଂ ଛାତ୍ରୀ ସୁରଭି ଉପରେ ରାଗ ହୁଅନ୍ତି । ମାତ୍ର ସୁରଭି କ୍ଲାସ ରେ ସମସ୍ତଙ୍କ ସାଙ୍ଗରେ କଥା ବାର୍ତା ଏବଂ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପସନ୍ଦ କରେ । ଯଦି କାହାକୁ କୋଉ ପ୍ରଶ୍ନ ର ଉତ୍ତର ଆସେ ନାହିଁ ସେ ତାକୁ ଭଲ ଭାବରେ ବୁଝେଇ ତାର ଠିକ ଉତ୍ତର ଦେଇଥାଏ ।

କବିତା ପାଠ ପଢ଼ାରେ ଠିକ୍ ଥିଲେ ମଧ୍ୟ ସେ ଈର୍ଷା ଭାବ ରଖିଥାଏ ଆଉ ସମସ୍ତଙ୍କ ଉପରେ ଚିଡି ଚିଡି ହେଉଥାଏ। ଯେମିତି କି ସେ ହିଁ ସବୁଠୁ ସୁନ୍ଦର ଆଉ ସେ ସଫା ରହିବାକୁ ପସନ୍ଦ କରେ । ତାର ଚିଡି ଚିଡା ବୁଦ୍ଧି ଯୋଗୁ କ୍ଲାସ ର ଅନ୍ୟ ସାଙ୍ଗମାନେ ମଧ୍ୟ ତା ସାଙ୍ଗରେ ବହୁତ ମଜାକ କରନ୍ତି। ଆଉ ସେଦିନ ମଜାକ ଟିକେ ଅଧିକ ହେଇଗଲା । କ୍ଲାସ ରେ ଜଣେ ଛାତ୍ର ମଜାକ କରିବା ବାହାନାରେ ଅନ୍ୟ ସାଙ୍ଗ ଙ୍କ ସହିତ ମିଶି ଏମିତି କିଛି କରିଲେ ଯେ ସମସ୍ତଙ୍କ ମନ ଦୁଃଖ ହେଇଗଲା । କ୍ଲାସ ରେ ଖାଇବା ଛୁଟି ହୋଇଥିଲା । କବିତା ଆଉ ତା ସାଙ୍ଗ ମାନେ ମୁହଁ ହାତ ଧୋଇବା ପାଇଁ ନଳକୂପ ପାଖକୁ ଯାଇଥାନ୍ତି ଏତିକିବେଳେ କିଛି ଅନ୍ୟ ଛାତ୍ର କବିତାର ଟିଫିନ ବକ୍ସ କୁ ଖୋଲି ଦେଖିଲେ କି ସେ କଣ ଖାଇବା ନେଇକି ଆସିଛି । ଆଉ ସଂଗେ ସଂଗେ ତାର ଟିଫିନ ବକ୍ସ ବନ୍ଦ କରି ମଧ୍ୟ ରଖିଦେଲେ । କିନ୍ତୁ ଆଉ ଗୋଟେ ଝିଅ ସେ କ୍ଲାସ ରୁମ ରେ ବସିଥିଲା ଆଉ କବିତା ଯେତେବେଳେ ମୁହଁ ହାତ ଧୋଇ କ୍ଲାସ ରୁମ ରେ ପହଁଚିଲା ହଠାତ ତାକୁ ସେ ଝିଅ କହିଲା '' ସେମାନେ ତୋ ଟିଫିନ ବକ୍ସ ଖୋଲି ଦେଖୁଥିଲେ ଯେ ତୁ କଣ ଖାଇବା ଆଣିଛୁ ବୋଲି " ଏତିକି ଶୁଣି କବିତା ରାଗ ତମ ତମ ହୋଇ ଟିଫିନ ବକ୍ସ କୁ ନେଇ ବାହାରି ଗଲା ପଛେ ପଛେ ସୁରଭି ଆଉ ସାଙ୍ଗ ମାନେ ତାକୁ ବୁଝେଇ ଆଣିବାକୁ ଚେଷ୍ଟା କରିଲେ । ଆଉ କହିଲେ ଆରେ କିଛି ନାହିଁ ସେମାନେ ମଜାକ କରିବାକୁ ଖୋଲିଛନ୍ତି ତୁ କାହିଁକି ରାଗୁଛୁ ?? କବିତା ଆଖିରୁ ଧାର ଧାର ଲୁହ ସାଙ୍ଗରେ ରାଗ ଆଉ କାହା କଥା ନ ଶୁଣି ନଳକୂପ ପାଖରେ ଥିବା ଡ୍ରେନ ରେ ସବୁ ଖାଇବା ଫୋପାଡ଼ି ଦେଲା । ସବୁ ସାଙ୍ଗ ଆଶ୍ଚର୍ଯ୍ୟର ସହିତ କବିତାକୁ ଦେଖିବାକୁ ଲାଗିଲେ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କବିତା କଣ କରିଲା ?? ଯେଉଁମାନେ କବିତାର ଟିଫିନ ବକ୍ସ ଖୋଲିଥିଲେ ସେମାନେ ଆସି କବିତାକୁ କ୍ଷମା ମାଗିଲେ କିନ୍ତୁ କବିତାର ରାଗ ସହିତ ଲୁହ ବୋହିବାରେ ଲାଗିଥିଲା । ଅଧ ଘଂଟାଏ ସରିବାକୁ ଆସିଲାଣି ଆଉ ଅଧ ଘଂଟାଏ ପରେ କ୍ଲାସ ଆରମ୍ଭ ହେଇଯିବ । ସମସ୍ତଙ୍କ ମନରେ ଭୟ ଥାଏ , ସୁରଭି କହିଲା ଛାଡ଼ ସେ କଥା ଆସେ ମୁଁ ଅଧିକା ଭାତ ଆଣିଛି ମିଶିକି ଖାଇନେବା । କିନ୍ତୁ ତାର ଜିଦ ରେ ସେ ଅଟଳ । ସେ ଖାଇଲା ନାହିଁ କି ତା ପାଇଁ ବାକି ସମସ୍ତେ ମଧ୍ୟ ଖାଇପାରିଲେନି । ଆଉ ଗୋଟିଏ ଡର ଥିଲା ଯେ ଯଦି କବିତା ସାର ଙ୍କୁ କହିଦିଏ ତେବେ ପୁରା କ୍ଲାସ ଆଜି ମାଡ଼ ଖାଇବ । କିନ୍ତୁ ସେମିତି କିଛି ହେଲା ନାହିଁ । ଦିପହର ସବୁ କ୍ଲାସ ଯେମିତି ବେକାର ବେକାର ଲାଗୁଥିଲା । ତା ପର ଠାରୁ କ୍ଲାସ ରେ କବିତା ସାଙ୍ଗରେ ବାକି ସାଙ୍ଗ ମାନଙ୍କ କଥା ବାର୍ତା କମ୍ ହେଇଯାଇଥିଲା । କିନ୍ତୁ ସୁରଭି କଥା ହେଉଥାଏ ଆଉ ମିଶି କରି ସ୍କୁଲ ଆସିବା ଆଉ ଯିବା ଏକା ସାଙ୍ଗରେ କରୁଥିଲେ । ସେହି ବର୍ଷର ବାର୍ଷିକ ପରୀକ୍ଷାରେ ମଧ୍ୟ ସୁରଭି ପ୍ରଥମ ସ୍ଥାନ ଏବଂ କବିତା ଦ୍ଵିତୀୟ ସ୍ଥାନ ରେ ରହି ପାସ କରିଲେ ।



Rate this content
Log in

More oriya story from Nilamadhab Bhuyan

Similar oriya story from Drama