Akshya Das

Others

3  

Akshya Das

Others

ସରସ୍ୱତୀ ପୂଜା

ସରସ୍ୱତୀ ପୂଜା

2 mins
406


ପ୍ରମିଳା ନବମଶ୍ରେଣୀରେ ପଢେ । ଆଜି ସରସ୍ୱତୀ ପୂଜା । ସକାଳୁ ସକାଳୁ ଉଠି ପଡ଼ିଲା ଫୁଲତୋଳିବାକୁ ତାର ସାଙ୍ଗ ବିଦୁ ଡାକିଲା । ଗାଁ ର ଅନ୍ୟ ଝିଅ ମାନେ ଆସିପହଁଚିଲେ । ସମସ୍ତେ ବାହାରଲେ ଅରପାରି ପାହାଡ଼ ତଳି ପାଖୁ ।ସେଠାକୁ ଯିବାକୁ ହେଲେ ନଈ ପାରି ହେବାକୁ ପଡେ । ନଈରେ ଏବେ ସେତେ ପାଣି ନାହିଁ । ଆଣ୍ଠିଏ ପାଣି ଭିତରେ ପଶି ଆରପାରିରେ ପହଁଚିଲେ । ଅରଖ,କନିଆର, ଟରାଟ, ଟଗର, ଓ ଜଗନ୍ନାଥ ମନ୍ଦିର ବେଢାକୁ ଲାଗି ମନ୍ଦାର ଫୁଲ ତୋଳିଲେ ।ଚାଙ୍ଗୁଡ଼ି ଫୁଲରେ ପୁରିଗଲା ।ଖୁସିରେ ଘରକୁ ଫେରିଲେ ।ବିଦୁ କହିଲା ବିଦ୍ୟାଳୟରେ ପୁଷ୍ପାଞ୍ଜଳି ପାଇଁ ଆଉ ଫୁଲ ଅଭାବ ହେବନି ।


ଗାଧୁଆ ପାଧୁଆ ସବୁକାମ ସାରି ନିଜନିଜ ପୋଷାକ ପିନ୍ଧିଲେ । ଆଜି ଇଉନିଫର୍ମ ନପିନ୍ଧି ଗଲେ ଚଳିବ ।ପିଲାମାନେ ପହଁଚିଗଲେ ବିଦ୍ୟାଳୟରେ ।ବିଚିତ୍ର ରଙ୍ଗର ପୋଷାକ ପିନ୍ଧିଥିବା ଝିଅମାନେ ପରୀଟି ପରି ଦିଶୁଥିଲେ ।

ପୁଷ୍ପାଞ୍ଜଳି ପର୍ବ ଆରମ୍ଭହେଲା ।ବ୍ରାହ୍ମଣ ମା ସରସ୍ଵତୀଙ୍କ ବନ୍ଦନା ବୋଲୁଥାନ୍ତି ।ପୁସ୍ପାଞ୍ଜଳୀ ପାଇଁ ଫୁଲ ବଂଟା ହେଉଥାଏ ।ଶିକ୍ଷକ ମାନେ ପହଁଚିଲେ । ପ୍ରଧାନ ଶିକ୍ଷକ ପିଲାମାନକୁ କହିଲେ ଧନ୍ୟବାଦ ପିଲାମାନକୁ ସେମାନେ ପୁଷ୍ପାଞ୍ଜଳି ପାଇଁ ଏବର୍ଷ ଯଥେଷ୍ଟ ଫୁଲ ଆଣିଛନ୍ତି । ଇକୋ କ୍ଲବର ଶିକ୍ଷକ ଏକଥାକୁ ପସନ୍ଦ କଲେନାହିଁ । ପୁଷ୍ପାଞ୍ଜଳି ସରିଲା ପରେ କ୍ଲବର ଜରୁରୀ ସଭା ଡକାଇଲେ । ପିଲା ମାନକୁ କହିଲେ, ଦେଖ ପିଲାମାନେ ପ୍ରକୃତିକୁ ସୁରକ୍ଷା ଦେବା ଇକୋକ୍ଳବର ମୁଖ୍ୟ କାମ । ଆମେ ଏଠି ପ୍ରକୃତିକୁ ଲୁଣ୍ଠନ କରିଛେ । ଗଛରେ ଏହି ଫୁଲଗୁଡିକ ଆଉକିଛି ଦିନ ଫୁଟି ରହିଥାନ୍ତା ଅଥଚ ଆମେ ତୋଳିଆଣି ଫିଙ୍ଗିଦେଲେ ।ମା କେବେ ଏକାମରେ ଆମ ପ୍ରତି ସନ୍ତୁଷ୍ଟ ହେବେନି । ମା ତ ପ୍ରକୃତି । ଆମେ ମାକୁ କ୍ଷମା ମାଗିବା, ଆଉ କେବେ ଏଭୂଲ ନକରିବାକୁ ସପଥ ନେବା । ସୁରଭି ଠିଆ ହୋଇ କହିଲା ତେବେ କଣ ଦେବୀଦେବତା କୁଁ ଫୁଲ ଚଢ଼େଇବା ଭୂଲ? ଶିକ୍ଷକ କହିଲେ ହଁ ତାହା କେବଳ ଆମର ଦୁସ୍ତ ମାନସିକତା । ଭଗବାନ ଙ୍କ ସ୍ୱରୂପ ପ୍ରକୃତି । ଗଛରେ ଫୁଲ ଫୁଟି ପ୍ରକୃତିରାଣୀ ଶୋଭାପାଏ । ପଶୁ ପକ୍ଷୀ ମନୁଷ୍ୟ ସମସ୍ତେ ଦେଖି ଆନନ୍ଦ ପାଆନ୍ତି । କିଂନ୍ତୁ ଆମେ ସେ ଫୁଲ ତୋଳିଆଣି ଆମ ଘରକଣରେ ଥିବା ମୂର୍ତି ଙ୍କ ଉପରେ ଚଢେଇ ଖୁସି ପାଉ ।ଯାହା ଆମର ସ୍ୱାର୍ଥପର କାର୍ଯ୍ୟ ଅଟେ ।ଇକୋ କ୍ଲବ ପିଲାମାନେ ଶିକ୍ଷକ ଙ୍କ କଥା ଗ୍ରହଣ କଲେ । ଆଉ ଫୁଲ ଗଛରୁ ଫୁଲ ତୋଳି ଦେବତାକୁଁ ଚଢେଇବା କାର୍ଯ୍ୟ ନକରିବାକୁ ସପଥ ନେଲେ ।।



Rate this content
Log in