STORYMIRROR

Ashutosh kumar sahoo

Children Stories

3  

Ashutosh kumar sahoo

Children Stories

ସମୟର ମୂଲ୍ୟ

ସମୟର ମୂଲ୍ୟ

2 mins
403


ଗୀତା ଗୋଟିଏ ଧନୀ ଘରର ଝିଅ ଥିଲା । ତାର ବାପା ଜଣେ ବ୍ୟବସାୟୀ ଥିଲେ। ସେ ସବୁବେଳେ

ବ୍ୟବସାୟ ରେ ବ୍ୟସ୍ତ ରହୁଥିଲେ । ତାଙ୍କ ମାଆ ମଧ୍ୟ ବିୟୁଟି ପାର୍ଲରରେ କାମ କରୁଥିଲେ। ଅନେକ ସମୟ ଗୀତର ମାଆ ବାପା ଘର ବାହାରେ ରହୁଥିଲେ । ଗୀତା ଘରେ ଏକୁଟିଆ ହିଁ ରହୁଥିଲା।

ବାପା ଅଶୋକ ବାବୁ ଓ ମାଆ ରୀନା ଗୀତା କୁ ସମୟ ଦେଇ ପାରୁନଥିଲେ। ଏଣୁ ଗୀତାର ମନଲାଖି ମହଙ୍ଗା ଖେଳଣା ଆଣି ଦେଇ ଖେଳିବା ପାଇଁ କହିଥାନ୍ତି। ଗୀତା ବହୁତ ଭଲ ପାଠ ପଢ଼େ। ପରୀକ୍ଷାରେ ଭଲ ନମ୍ବର ରଖିଥାଏ ।


     ଥରେ ସେ ପ୍ରଗତି ପତ୍ର ଆଣି ବାପାଙ୍କୁ ଯେତେବେଳେ ଦେଖାଇ କହିଲା - " ବାପା ଦେଖ ମୁଁ ଶ୍ରେଣୀରେ ପ୍ରଥମ ହୋଇଛି" ବାପା କହିଲେ ସୁନା ଝିଅ ଯାଆ ଖାଇ ଶୋଇବୁ। ଗୀତା କହିଲା ବାପା ଥରେ ତ ମୋର ମାର୍କ ଦେଖ । ବାପା କହିଲେ ଦେଖିବାର କ'ଣ ଅଛି । ଯାଆ ଶୋଇବୁ ମୁଁ କାଲି ସକାଳୁ ଭଦ୍ରକ୍ ଯିବାର ଅଛି । ଗୀତା ମନ ଦୁଃଖରେ ସେଠାରୁ ଆସି ଶୋଇଲା।

    ଦିନେ ଗୀତା କୁ ଜ୍ୱର ହେଲା ସେ ମାଆଙ୍କୁ କହିଲା “ମାଆ ମାଆ ତୁମେ ଆଜି କାମକୁ ଯାଅନି ମୋ ପାଖରେ ରୁହ ମାଆ” । ମାଆ କହିଲେ “ଏବେ ପରା ପାଟିସିଜନ୍ ମୋର ବହୁତ କାମ ଅଛି। ମୁଣ୍ଡ ପାଖରେ ଔଷଧ ରଖି ଦେଇଛି । ରୋଷେଇ ଘରେ ମ୍ୟାଗି କରି ରଖି ଦେଇଛି । ଖାଇ ଔଷଧ ଖାଇବୁ”।ମାଆ ଏହା କହି ପାଲର ଚାଲି ଗଲେ।

   ଗୀତା ଦେହ ଜ୍ଵର ରେ ଥରୁଥାଏ | ରୋଷେଇ ଘରୁ ଯାଇ ମ୍ୟାଗି ଆଣି ଖାଇ ଔଷଧ ଖାଇ ଶୋଇଲା। ଖରାବେଳେ ଗୀତାର ମୁଣ୍ଡ ବୁଲାଇଲା ସେ ଖଟରୁ ତଳକୁ ପଡ଼ିଗଲା। ପାଣି ଆଣି ପିଇବା ପାଇଁ ଚେଷ୍ଟାକଲା ମାତ୍ର ଆଣି ପିଇ ପାରିଲା ନାହିଁ। କିଛି ସମୟପରେ ତାର ପ୍ରାଣବାୟୁ ଉଡିଗଲା । ରାତିରେ ଉଭୟ ବାପା ମାଆ ଆସି ଦେଖିଲେ ଗୀତା ତଳେ ପଡ଼ିଛି। ଦୌଡି ଯାଇ ଗୀତାକୁ ଉଠେଇ କୋଳରେ ଧରିଲେ। ଦେଖିଲାବେଳକୁ ଝିଅ ଆଉ ନାହିଁ। କର୍ମ ବ୍ୟସ୍ତତା ର ଦ୍ଵାହି ଦେଇ ଏକମାତ୍ର ଅଲିଅଳି ଝିଅକୁ ହରାଇ ସ୍ୱାମୀ ସ୍ତ୍ରୀ ଦୁହେଁ ନିଜର ଭୁଲ ବୁଝିପାରିଲେ ।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Ashutosh kumar sahoo