STORYMIRROR

Narendra Kashyap

Others

3  

Narendra Kashyap

Others

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

2 mins
221

ଧନ୍ୟ ଅଟେ ଜୀବନ ପାଇଛି ମନୁଷ୍ୟ ଜନ୍ମ,

ପୃଥିବୀ ପୃଷ୍ଠରେ ଅଦ୍ଭୁତ ସୃଷ୍ଟି ଈଶ୍ୱରଙ୍କର,

ସମନ୍ତ ଜୀବଜଗତା ଗଛ, ଲତା, ନଦୀ

ନାଳ, ପାହାଡ, ପର୍ବତ ବନଜଙ୍ଗଳ ପଶୁପକ୍ଷୀ,

ବିଧତାଙ୍କର ସୃଷ୍ଟି, ଏଠାରେ ମନୁଷ୍ୟ ଗଢିଥାଏ

ଭିନ୍ନ ଭିନ୍ନ ସମ୍ପର୍କ,ଅନ୍ୟାନ୍ୟ ଲୋକମାନଙ୍କ ସହିତ,

ନିଜର ପରିବାର ମଧ୍ୟରେ l ଶିଶୁଟିଏ ଜନ୍ମ ହେବା ପୂର୍ଵରୁ

ମାଆ ସହିତ ଘନିଷ୍ଠ ସମ୍ପର୍କରେ ବାନ୍ଧି ହୋଇଥାଏ l

ଠିକ ନଦୀର ସମ୍ପର୍କରେ ଯେଉଁ ଭଳି ନଦୀ ତୀରରେ

ନଦୀ ବହି ବହି ଯାଏ ଏ କୋଣରୁ ସେ କୋଣକୁ,

ପାହାଡ଼ରୁ ବାହାରି ମିଶିଯାଏ ସମୁଦ୍ର ସହିତ

କିନ୍ତୁ ଅଟକି ପାରେ ନାହିଁ ତା ତୀରରେ,

ମୁହୂର୍ତ୍ତ ପାଇଁ ମଧ୍ୟ ଚାହେଁପାରେ ନାହିଁ ତୀରକୁ,

କାଳ ଚକ୍ରରେ ଘୁରି ଘୁରି ବହିଯାଏ ତାର ଲକ୍ଷ୍ୟସ୍ଥଳୀଙ୍କୁ l

ନୀଳ ସାଗରରେ ଯାଇ ଅଦୃଶ୍ୟ ହୋଇଯାଇଥାଏ ନଦୀ l

ସେହିପରି ମନୁଷ୍ୟ ଜୀବନ କାଳରେ

ଘୁରି ଘୁରି ଶେଷରେ ମିଶିଯାଏ ମାଟିରେ l

ଈଶ୍ୱରଙ୍କ ପାଖରେ ହୋଇଯାଇଥାଏ ଲୁପ୍ତ,

ନଦୀ ସେହିପରି ତାର ଉତ୍ପତ୍ତି ହେବାସ୍ଥଳରୁ

ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ ବିଭିନ୍ନ ସମ୍ପର୍କ ତୋଳିଥାଏ l

ପାହାଡ଼ ସହିତ ରାସ୍ତାର ଗୋଡ଼ି, ମାଟି, ଧୂଳି ସହିତ ପାଣିରେ ଥିବା ଛୋଟ ଛୋଟ ମାଛ ସହିତ

ବଣ ଜଙ୍ଗଲ ଦେଇ ଯାଇଥିବା ଘଞ୍ଚ ଘଞ୍ଚ ଗଛ ସହିତ

ଗାଆଁ ଘର ସହିତ ନାଉରିଆ ସହିତ ଡ଼ଙ୍ଗା ସହିତ ତୀରରେ ଥିବା ବିଭିନ୍ନ

ଲୋକମାନଙ୍କ ସହିତ ଯାହା ସହିତ ଯେତେ

ସମ୍ପର୍କ ଗଡି ଉଠିଲେ ମଧ୍ୟ ଚିରିଦିନ ରହେ ନାହିଁ l

ସମୟ ସହିତ ସବୁ ବଦଳିଯାଏ l

ସମ୍ପର୍କ ଭାଙ୍ଗି ଯାଏ, ଠିକ ବର୍ତ୍ତମାନର

ସମୟ ସେହିଭଳି, କୋଭିଡ ସମୟରେ ସବୁ ବଦଳିଗଲା l

ସମ୍ପର୍କ ବଦଳିଗଲା ନିଜର ମଧ୍ୟ ପର ଭଳି

ବ୍ୟବହାର କଲା ତା’ପର ମଧ୍ୟ ଆପଣା ପ୍ରେମ ଦେଲ l

ପୃଥିବୀ ତାର ବାଟ ଭୁଲିଯାଇଛି ଏହି ସମୟରେ l

ଏମିତି ଲାଗୁଛି ସବୁ ଅଟକିଗଲା, କିନ୍ତୁ ସମୟ ଚାଲିଛି ପ୍ରବଳ ବେଗରେ,

ଠିକ ସେହିଭାବରେ ନଦୀର ସମ୍ପର୍କ ତୀର ସହିତ,

ଦେଖି ତ ପାରିବା କିନ୍ତୁ ଛୁଇଁବା ନାହିଁ l

ଅଟକିଲେ ଲାଭ ନାହିଁ ଝରି ଝରି ଯିବାକୁ

ପଡିବ ସାଗର ପାଖକୁ ଆମେ ସମସ୍ତେ ଜାଣିଛୁ

ଜନ୍ମ ନେଇଛୁ ତା ହେଲେ ମୃତ୍ୟୁ ନିଶ୍ଚିତ l

ତଥାପି ମନୁଷ୍ୟ କୋଭିଡ ସହିତ ଲଢେଇ କରୁଛି

ଜୀବନକୁ ଦାୟୀରେ ରଖି ନଦୀ ମଧ୍ୟ ନିଜର

ସମ୍ପର୍କକୁ ଦାୟୀରେ ରଖିଥାଏ ତୀର ସହିତ

ଏବଂ ଝରି ଝରି ମିଶିଯାଏ ସାଗର ସହିତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍