STORYMIRROR

Badal Maharana

Others

3  

Badal Maharana

Others

ସ୍କୁଲ ଷ୍ଟୋରୀ-୧

ସ୍କୁଲ ଷ୍ଟୋରୀ-୧

2 mins
177


ଦିନକର କଥା ସ୍କୁଲର ଖେଳ ପିରିଅଡ ସରିବା ପରେ ମୁଁ ବାଥରୁମ୍ ଯାଇ ଗୋଡ ହାତ ଧୋଉଥାଏ | ଏବଂ ସେଠାରେ ଲାଗିଥିବା ଟ୍ୟାପ୍ ରେ ପାଣି ପିଇଲି ।ଫେରିବା ସମୟରେ ଦେଖିଲି ବାଥରୁମ ଉପରେ ଥିବା ପାଣି ଟାଙ୍କି ଟି ହଲୁଛି ଏହା ପଛରେ ଥିବା ରହସ୍ୟ କୁ ଜାଣିବା ପାଇଁ ମୁଁ ବାଥରୁମର ଛାତ ଉପରକୁ ଚଢିଗଲି ।

 ଯାହା ଦେଖିଲି ସେଥିରେ ମୋ ରକ୍ତ ତାତି ଗଲା।ଦେଖିଲି ଗୋଟିଏ ବାର ଚଉଦ ବର୍ଷର ଲଙ୍ଗଳା ପିଲା ସେ ଟାଙ୍କି ର ଢାଙ୍କୁଣି କାଢି,ଟାଙ୍କି ରେ ପଶି ଗାଧୋଇବାର ମଜା ନେଉଛି ।

ତା ଗାଧୁଆ ପାଣି କୁ ମୁଁ ପିଇଛି ଜାଣି ,ବାନ୍ତି ଆସିଗଲା କେବଳ ଯେ ମୁଁ ନାଇଁ ସ୍କୁଲର ସମସ୍ତ ପିଲା ସେଠାରୁ ହିଁ ପାଣି ପିଉଥିଲେ , ମୋ ମୁଣ୍ଡ ଗରମ ହୋଇଗଲା । ମତେ ଦେଖି ଦେବା କ୍ଷଣେ ସେ ଏକ ମୁରୁକା ହସ ମାରିଲା , ସତେ ଯେପରି ଏକ ମହତ୍ତ କାମ କରି ବସିଛି । 

  ତାର ହସ ମୋ ମଧ୍ୟରେ ଥିବା କ୍ରୋଧ କୁ ଅଣାୟତ କରିଦେଲା, ମୁଁ ପାଖରେ ପଡିଥିବା ଟାଙ୍କି ର ଢାଙ୍କୁଣି କୁ ଆଣି ସେ ଟାଙ୍କି ଉପରେ ପକେଇକି ତା ଉପରେ ବସି ପଡିଲି ,ସେ ଲଙ୍ଗଳା ପିଲା ଟାଙ୍କି ଭିତରେ ରହି ଚିତ୍କାର କଲା, ବାହାରକୁ ବାହାରିବା ପାଇଁ ,କିନ୍ତୁ ମୁଁ ଶୁଣିଲି ନାହିଁ ।

  ଠିକ୍ ସେହି ସମୟରେ ତ୍ରିନାଥ ଭାଇନା ବାଥରୁମ ନିକଟକୁ ଆସି ମତେ ଟାଙ୍କି ଉପରେ ବସିଥିବା ଦେଖିବାକୁ ପାଇଲେ , ଏବଂ ପଚାରିଲେ ମହାଣା କାହିଁକି ସେ ଟାଙ୍କି ଟା ଉପରେ ବସିଛୁ । ମୋ ଠାରୁ ସବୁ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଅନୁରୋଧ କରି କହିଲେ ମହାଣା ଓହ୍ଲେଇପଡେ ଆଉ ତାକୁ ଛାଡି ଦେ ରେ ନହେଲେ ସେ ମରିଯିବ....

ଅନେକ ବୁଝା ସୁଝା କଲାପରେ ମୁଁ ଶାନ୍ତ ହୋଇ ସେ ଟାଙ୍କି ର ଢାଙ୍କୁଣି ଖୋଲିଲି ଏବଂ ସେ ଲଙ୍ଗଳା ପିଲା କୁକୁର ଭଳି ଧଅଁସଅଁ ହୋଇ ଏକ ମୁହାଁ ହୋଇ ଧାଇଁ ପଳେଇଲା ...

 ଗୋଟେ କଥା ଯେ ସେ ପିଲାକୁ ଆଉ କେବେ ମୁଁ ଆମ ସ୍କୁଲ କ୍ୟାମ୍ପସର ଆଖପାଖ ରେ ବି ଦେଖିଲିନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍