Dipti Behera

Others

3  

Dipti Behera

Others

ସୀତା

ସୀତା

3 mins
222


ଆଜି ପବିତ୍ର ରାମ ନବମୀ ।ଘରେ ଆଜି ସମସ୍ତେ ଖୁସି କାହିଁକିନା ଝିଅ ହେଇଛି । ଜନାର୍ଦ୍ଦନ ବାବୁ ବି ବହୁତ ଖୁସି ତାଙ୍କର ଝିଅଟିଏ ହୋଇଛି ବୋଲି । ରାମନବମୀ ରେ ଝିଅ ହୋଇଥିବାରୁ ଝିଅର ନାଆ ସେ ରଖିଥିଲେ ସୀତା । ସୀତା ତାଙ୍କର ଏକମାତ୍ର ଝିଅ ହୋଇଥିବାରୁ ସେ ତାକୁ ବହୁତ ଭଲ ପାଆନ୍ତି । 

  ସୀତା ଭାରି ଚୁଲବୁଲି ଝିଅଟିଏ ।ସେ ଥିଲା ବହୁତ ଜିଦିଆ । ପିଲାଟି ବେଳୁ ସେ ଯାହା ଜିଦ୍ କରୁଥିଲା ବାପା ତାର ସବୁ ଜିଦ୍ଦି ପୁରାଣ କରୁଥିଲେ ।ସେ ଯାହା ଚାହୁଁଥିଲା ସେଇଆ କରୁଥିଲା।ସବୁ ପରେ ବି ସୀତାର ହୃଦୟ ଥିଲା କୋମଳ । ହୃଦୟରେ ଅନ୍ୟମାନଙ୍କ ପ୍ରତି ଥିଲା ସମ୍ମାନ, ସ୍ନେହ ଓ ଭଲପାଇବା।

  ସୀତା ଏବେ ବଡ଼ ହେଇସାରିଛି।ଏବେ ସୀତାକୁ 18 ବରଷ ପୁରିଗଲାଣି ।ଏବେ ସେ ଯୁବତୀ।ସେ ଏବେ ଯୌବନର ପାହାଚରେ ପଦ ଦେଇସାରିଛି। ସେ ଏବେ ଖୋଲା ଆକାଶର ବିହଙ୍ଗ ସଦୃଶ ।ସେ ହୋଇଛି ଆଧୁନିକ ନାରୀ ।ଉଗ୍ର ଆଧୁନିକତାକୁ ସେ ଆପଣେଇ ନେଇଛି। ଆଧୁନିକ ଜୀବନ ଶୈଳୀ ସହ ସେ ନିଜକୁ ଵଦଳାଇଛି । ଚୁଡ଼ିଦାର ବଦଳରେ ଜିନ୍ସ ପିନ୍ଧିଚି,ସାଙ୍ଗସାଥୀ ମାନଙ୍କ ସହ ପାର୍ଟି କରିଛି, ଯାହା କହିଲେ ସମସ୍ତଙ୍କ ମୁହଁରେ ଜବାବ ଦେଇଛି ।

  ସମୟ କ୍ରମରେ ଜନାର୍ଦ୍ଦନ ବାବୁଙ୍କର ଦେହ ଖରାପ ହୁଏ ।ସୀତା ଉଗ୍ରଆଧୁନିକ ହେଲେ ବି ସେ ତା ବାପାଙ୍କୁ ବହୁତ ଭଲ ପାଏ। ବାପାଙ୍କର ଦେହ ଖରାପ ସୀତାକୁ ପୁରା ବଦଳାଇ ଦିଏ ।ସେ ବାପାଙ୍କର ଯତ୍ନନିଏ ତାଙ୍କର ସେବା କରେ ।ସତରେ ଯେମିତି ସୀତା ତାଙ୍କର ଝିଅ ନୁହେ ତାଙ୍କର ମାଆ ।ଯେମିତି ମାଆ ପୁଅର ଯତ୍ନ ନିଏ ସେମିତି ସୀତା ଆଜି ଜନାର୍ଦ୍ଦନ ବାବୁଙ୍କ ମା ସାଜିଛି ।କେତେବେଳେ ବାପାଙ୍କ ପରି ଆକଟ କରୁଛି ତା କେତେବେଳେ ମା ପରି ସ୍ନେହ ଦେଉଛି । ଜନାର୍ଦ୍ଦନ ବାବୁ ଝିଅର ବିବାହ କରିବା ପାଇଁ ମନସ୍ଥ କରିଛନ୍ତି । ସୀତା ମଧ୍ୟ ବାପାଙ୍କ କଥାରେ ରାଜି ହୋଇଯାଇଛି ।

  ଆଜି ସୀତାର ବାହାଘର । ଘର ସଜା ହୋଇଛି ବେଦୀ ସଜା ହେଇଛି । ଘରେ ଲୋକଙ୍କର ଗହଳି ଲାଗିଛି ।ସୀତା ଆଜି ଠିକ୍ ସୁନା କଣ୍ଢେଇ ପରି ସଜ ହୋଇଛି । ବାପାଙ୍କ ଆଖିରେ ଲୁହ ।କେତେବେଳେ ଯେ ତାଙ୍କର ସେଇ ଅଲିଅଳି ସୁନା କଣ୍ଢେଇ ଏତେବଡ ହେଇଗଲା ।ମିଛିମିଛିକା ବୋହୂ ବୋହୁକା ଖେଳୁ ଖେଳୁ ଆଜି ସତରେ ସେ ବୋହୂ ସାଜିଛି । ଆଖିରେ ଆଖିଏ ଲୁହ ଓ ଛାତିରେ ଛାତିଏ କୋହକୁ ଚାପି ବାପା ଝିଅ ପାଖକୁ ଯାଇଛନ୍ତି ।ସେ ଜାଣନ୍ତି ତାଙ୍କ ଝିଅ ଟିକେ ଜିଦିଆ, ରାଗି,ହେଲେ ହୃଦୟ ତାର କୋମଳ ।ବାପା ଝିଅକୁ କହିଛନ୍ତି ,"ଶାଶୁ ଘରେ ସମସ୍ତଙ୍କ ମନ ନେଇ ଚଳିବୁ,ସମସ୍ତଙ୍କ ଯତ୍ନ ନେବୁ,ଦୁଃଖକଷ୍ଟ ସହି ଭଲ ବୋହୁଟିଏ ହବୁ,ଆମ ବାପା ମା ଦୁହିଁଙ୍କର ନାଆଁର ଟେକ ରଖିବୁ"।

ଏମିତି ଅନେକ କିଛି ଯାହା ବାପା ଝିଅକୁ ବୁଝାଇଛନ୍ତି।

ଏଠି କବି 'ରାଜେନ୍ଦ୍ର କିଶୋଇ ପଣ୍ଡା'ଙ୍କର ଗୋଟେ କବିତା ମନେପଡେ-

 "ମାଟିକୁ କେବେ ଫାଟିଯାଆ ବୋଲି କହିବୁନି ଝିଅ,

  ବରଂ ତୁ ଦେବକୀ ପରି ନିଜେ ଫାଟିଯିବୁ,

  ଇଶ୍ୱରଙ୍କ ଜନ୍ମ ପାଇଁ ଦ୍ଵାର ଖୋଲିଦେବୁ"

ସୀତାର ବିବାହ ସମ୍ପନ୍ନ ହୋଇଛି । ବାପା ଝିଅକୁ ଶାଶୂ ଘରକୁ ବିଦା କରିଛନ୍ତି । ସେ ଏବେ ଝିଅରୁ ବୋହୂ ହେଇ ସାରିଛି।ସେ ଏବେ କାହାର ସ୍ତ୍ରୀ କାହାର ବୋହୂ କାହା ଘରର ଗୃହଲକ୍ଷ୍ମୀ ।ସମୟ ବିତି ଚାଲିଛି ସୀତା ତାର କର୍ତ୍ତବ୍ୟ କରି ଚାଲିଛି।ସମୟ ସ୍ରୋତ ରେ ସେହି ଅଲିଅଳି ଝିଅଟିଏ ନିଜର ଅଳି ଛାଡି ଆଉ କାହାର ଅଳି କୁ ସମ୍ଭାଳୁଛି ।ଯେଉଁ ଝିଅ ଦିନେ ହାତ ଟିକେ କାଟି ଗଲେ ପୁରଘରକୁ ଚିଲେଇ ଦେଉଥିଲା ହେଲେ ଆଜି ହାତରେ ତତଲା ଚେଙ୍କ ଲାଗିଲେ ବି ତାର ପାଟି ଟିକେ ବି ଶୁଭେନି ।ସତରେ କେତେ ବଦଳି ଯାଇଛି ସେ। ନା ଅଛି ତାର ଜିଦି ନା ଅଛି ତାର ଅଭିମାନ । ଯେତେବେଳେ ଦୁଃଖ ଆସିଛି ସେ ତାର ବାପାଙ୍କ କଥାକୁ ମନେ ପକାଏ। ଆଉ ଜୀବନରେ ଆଗକୁ ବଢେ । ସେ ତାର ବାପା ମାଆଙ୍କ ନାଆଁକୁ ତଳେ ପକେଇବାକୁ ଦେଇନି । ଦୁଃଖ ଲାଗିଲେ ଗୁମୁରି ଗୁମୁରି କାନ୍ଦିଛି ସତ ହେଲେ କାହା ଆଗରେ ନିଜର ଦୁଃଖ କୁ ପ୍ରକାଶ କରିନି ।ହସି ହସି ସବୁ ଦୁଃଖ କଷ୍ଟ ସହିଯାଇଛି । ମାଆ ସୀତାଙ୍କ ପରି ଅଗ୍ନି ପରୀକ୍ଷା ଦେଇଛି ହେଲେ ଆହା ପଦେ ମଧ୍ୟ କହିନାହିଁ।ସବୁ ସହିଛି ଚୁପଚାପ।

  ସତରେ ନାରୀ ମହାନ୍ ।ସେ କେତେବେଳେ ଜାୟା ତ କେତେବେଳେ ଜନନୀ ତ କେତେବେଳେ ଭଗିନୀ ।ଧରିତ୍ରୀ ପରି ସବୁ କଷ୍ଟକୁ ସାହୁଥିବାରୁ ସେ ପୁଣି ସର୍ବଂସହା ।



Rate this content
Log in

More oriya story from Dipti Behera