STORYMIRROR

Sumitra Sahoo

Others

2  

Sumitra Sahoo

Others

ଶ୍ରବଣ କୁମାର

ଶ୍ରବଣ କୁମାର

2 mins
70

ଅନ୍ଧ ମୁନିଙ୍କର ଏ ଋଷି କୁମାର ଗୋଟିକରେ ଗୋଟିଏ ଏକୋଇର ବଳା କାନ୍ଧରେ ଧରି ଅନ୍ଧ ପିତା ମାତାଙ୍କୁ ଏ ଗାଁ ରୁ ସେ ଗାଁ ସେ ତୀର୍ଥ ବୁଲାଉ ଥିଲା। ମଝିରେ ପିତା ମାତାଙ୍କୁ ତୃଷା ଲାଗିଲା। ଏଣେ ତେଣେ ଦେଖିଲେ ଜମା ଦିଶୁ ନାହିଁ ବାଟରେ ପିତା ମାତାଙ୍କୁ କାନ୍ଧରୁ ତଳକୁ ଓହ୍ଲାଇଲା। କହିଲେ ବସି ଥାଅ ମୁଁ ଯାଉଛି ଜଳ ଆଣି ସେହି କ୍ଷଣି ଗଲେ ମାଠିଆ ନେଇ ପୁଣି । ସରୋଜୁ ନଦୀ କୂଳରେ ଯାଇ ପହଞ୍ଚିଲେ ଜଳ ବୁଡ଼ଉ ବୁଡଉ କାହିଁ ଥିଲା ଆସିଲା ସେ ଶର। ଦେଖି ନ ଥିଲେ ସେ ଭେଦିଲା ଛାତିକୁ ତାଙ୍କର। ମାନବ ଡାକ ଶୁଣି ରାଜା ଦଶରଥ ଧାଇଁ ଆସିଲେ ପ୍ରତ୍ୟେକ୍ଷ । ସେ ଭାବି ଥିଲେ ମୃଗ ବୋଲି ।ଦେଖିଲା ଆସି କି ରୁଷି କୁମର। କ'ଣ କଲି କ'ଣ କଲି ବିଚଳିତ ହେଲେ। ନିଜ ମନକୁ ନିଜେ ଧିକାର କରିଲେ। ରାଜାଙ୍କୁ କହନ୍ତି ମୁନି କୁମର, ଇଏ କ'ଣ କଲ ମୋତେ ମାରିଲ । କିଏ ଅଟ ତୁମେ ମୋତେ ଶୀଘ୍ର କୁହ । ସିଏ କହିଲେ ମୁଁ ଅଯୋଧ୍ୟା ରାଜା ଦଶରଥ। ଆସିଥିଲି ମୃଗ ମାରିବାକୁ । ମୋ ଦ୍ୱାରା ବଡ଼ ଭୁଲ ହୋଇ ଗଲା ।ଏବେ କ'ଣ କରିବି ଭଲା । ନର ହତ୍ୟାରୁ ମୁକ୍ତି ନାହିଁ ମୋର । ରୁଷି କୁମର କହିଲେ ଯାଅ ଅନ୍ଧ ପିତା ମାତାଙ୍କୁ ମିଛ ଯେ କହିବି ସେଠୁ ଉଦ୍ଧାର ପାଇବ । ନ ହେଲେ ସେଠୁ ଅଭିଶାପ ପାଇବ।ଅନ୍ଧ ପିତା ମାତାଙ୍କର ମୁଁ ଥିଲି ନୟନ ପିତୁଳା ଆଉ ଏକୋଇର ବଳା । ବ୍ୟାକୁଳ ହେଉଛି ମୋ ପ୍ରାଣ ଜଳ ଟିକେ ଦିଅ ତତକ୍ଷଣ କହନ୍ତି ଋଷିକୁମର। ଯାଅ ରାଜନ ଶୀଘ୍ର ଯାଅ ଜଳ ନେଇ ଅନ୍ଧ ପିତା ମାତାଙ୍କୁ ଯେ ଦେବ ଜଳ ପିଇ ତାଙ୍କ ଜୀବନ କୁତାର୍ଥ ହୋଇବ। ଧାଇଁ ଆସିଲେ ଜଳ ଧରି ଜଳ ଥୋଇ ସଷ୍ଟାଙ୍ଗେ ପ୍ରଣାମ କରିଲେ । ନିଅ ବୋଲି କହିଲେ ରାଜା ଦଶରଥ ପିତା ମାତା କହିଲେ କିମ୍ପାଇ ଡେରି କରିଲ ଧନ ମୋହରି । ଚୁପ୍ ହୋଇ ରହିଥିଲେ ରାଜା ଦଶରଥ । ଯୋଗ ବଳେ ଜାଣିଲେ ଏ ଯୋଗୀବର । ଅଯୋଧ୍ୟାର ରାଜା ଦଶରଥ ଜାଣ। ତାହା ମାତାର ଲୋତକ ଧରି ପଡ଼ିଲା । ପିତା ମାତା ଦୁହିଁଙ୍କ କାନ୍ଦଣା ଚତୁର୍ଦ୍ଦିଗ ଫାଟିଲା । ରାଜା ଦଶରଥ ଏ ବିକଳ ଦେଖି କହିଲେ, ଯାହା ଅଭିଶାପ ଦେବ ଦିଅ । କିନ୍ତୁ ତୁମର ପୁତ୍ର ଭଳି ସବୁ ସେବା କରିବି । ଅଯୋଧ୍ୟାକୁ ନେଇ ସହ ସମ୍ମାନେ ମୁଁ ରଖିବି । ଯୋଗିବର ଶୁଣି କୁଦାର୍ଥ ହେଲେ । ଅଭିଶାପ ଯେ ଦେଲେ ମୁଁ ପୁତ୍ର ମୁହଁ ନ ଦେଖି ପ୍ରାଣ ତ୍ୟାଗ କରିଲି ତୁମେ ମଧ୍ୟ ପୁତ୍ର ମୁଁହ ନ ଦେଖି ପ୍ରାଣ ତ୍ୟାଗ କରିବ। ତୁମର କୋଳେ ନାରାୟଣ ଜନ୍ମିବେ ଆଉ ତୁମେ ବ୍ୟାକୁଳ ହୋଇବ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍