Jyostna mishra

Others

4.2  

Jyostna mishra

Others

ଶେଷ ଶୃଙ୍ଗାର

ଶେଷ ଶୃଙ୍ଗାର

3 mins
139


ଭାବନା ଭିତରେ ପେଶି ହୋଇଗଲେ ସୀମା। ଏ ରୋଗ ଯାହା ଜଣାପଡ଼ିଛି ଭଲ ହେବନି ସମସ୍ତେ ଜାଣନ୍ତି । ଚିକିତ୍ସା ତ ଚାଲୁଛି ତଥାପି ଆସନ୍ତା ଜନ୍ମ ଦିନଟା ଟିକେ ଜାକଜମକରେ ପାଳନ କରିବେ ବୋଲି ପିଲାମାନେ କଥାହେଉଥିଲେ । ନିଜର ଶେଷ ସମୟକୁ ଆଖ ପାଖରେ ପାଇ ଖୁସି କିଏ ରହେ ନା ରହିବ ଯେ ସେ ଖୁସି ହେବ । ମନ ବୁଝୁନି କୁଆଡେ ବୁଲିବାକୁ ଯିବାକୁ କୁହନ୍ତା ଯେ ତା ପାଖରେ କିଏ ସବୁ ସମୟରେ ଜଣେ ଦରକାର ମିତା କାମକରୁଥିବା ସ୍ତ୍ରୀ ଲୋକର ବିଧବା ଝିଅ ଯଦି ଘରେ ରହି କାମ କରନ୍ତା ତେବେ ମିତାକୁ ନେଇ ଯାଆନ୍ତେ। ଘରକୁ ମନିଷ ପଶିଆସିଲେ ପଚାରିଲେ ସବୁ ଠିକ୍ ଲାଗୁଛି ତ । "ହଁ" ଅଳ୍ପ ରେ ଉତ୍ତର ରଖିଲେ ସୀମା। ଉଠିକି ବସିଲେ କୋଲନ୍ କ୍ୟାନସର ରୋଗୀ ସୀମା । ଖୁବ୍ ଆବେଗରେ ବୃନ୍ଦାବନ ଯିବାକୁ ଇଛା ବ୍ୟକ୍ତ କଲେ। ଖୁସିରେ ରାଜି ହେଇଗଲେ ଆଉ ମିତା ଯିବା ଶୁଣି ମନିଷ ବି ଖୁସିହେଲେ ,ତାଙ୍କୁ ସୀମା କଥା ହାଲୁକା ଲାଗିବ । କିନ୍ତୁ କେମୋ ଆରମ୍ଭ ହେବା ଆଗରୁ ବୁଲି ପଳେଇ ଆସିଲେ ଜନ୍ମ ଦିନ ଭଲରେ କଟେଇବାକୁ ପିଲାଙ୍କ ଇଚ୍ଛା ମଧ୍ୟ ପୁରଣ ହେବ । ଆରାମରେ ଖୁବ ସାହାସ ର ସହ ଶେଷ ସ୍ବପ୍ନ ଭଳି ସୀମା ବୁଲୁଥିଲେ ,କିନ୍ତୁ ଖୁବ୍ ହାଲିଆ ଲାଗୁଥିଲା ମନିଷଙ୍କ ସହ ଫେରିବା ପରେ ସେ କହିଲେ ମୁଁ ତ ବେଶୀଦିନ ବଞ୍ଚି ବିନି ମୋର ବାହାଘର ସବୁ ଫଟୋ ଆଲବମ୍ ମତେ ଦିଅ । ମୁଁ ଦେଖିବି ସବୁଦିନ ,ଆମ ପିଲାଙ୍କ ପିଲାଦିନ ସବୁ ମନେପକେଇ ଖୁସି ହେବି । ସାନ ଝିଅକୁ କହିଲେ "ମତେ ଜନ୍ମ ଦିନ ଦେଖିବା ଭଳି ଲାଗୁନି ରେ"। ଆଉ ମନିଷଙ୍କ ଉଦାସ ମନ ଦେଖି ତାଙ୍କ ଦେହର ଅବନତିକୁ ନେଇ ସେ କହିଲେ ମୋ ଶେଷ ଇଛା ପୂରଣ କରିବ ମୁଁ ଚାଲିଗଲେ। କ୍ଷମାକୁ ,ସେ ଭଲ କରି ଜାଣିଥିଲେ ଯୌତୁକ ପାଇଁ ମନିଷ ବାହା ହେଇନଥିଲେ ,ଆଉ କ୍ଷମା ମଧ୍ୟ ଚାକିରୀ କରିବା ପରେ ଘରର ଅନେକ କାମ କାନ୍ଧ କୁ ନେଇ ନିଜେ ବାହାହେବା ଭୂଲିଗଲା । ଜନ୍ମ ଦିନରେ କ୍ଷମାକୁ ଡାକିବାକୁ ଅନୁରୋଧ କଲେସୀମା । କ୍ଷମା ଜାଣି ନଥିଲା ଏହି ମଣିଷ ଏତେଲୋଭୀ ଥିଲେ । ପ୍ରକୃତରେ ବାପାଙ୍କ ଇଛାକୁ ବିରୋଧ କରି ବହୁତ ଦିନ ରକୁ ଗଲେନି । ଯୌତୁକ ନନେଇ ବାହାହେଲେ ଘରକୁ ଯିବି ଅଡ଼ି ବସିଲେ । ଶେଷରେ ସୀମା ର ଖୁବ୍ ଆମାୟିକ ବ୍ୟବହାର ନେଇ ସାଧାରଣ ଘରେ ସେ ବିବାହ କରିଥିଲେ । କ୍ଷମା ସହ ଏପରି ହେଲା ଯେ ସେ ଆଉ କହିବାକୁସାହାସ କରିପାରିଲେନି ମୁଁ ଯୌତୁକ ବିରୋଧୀ ବୋଲି । ପୁଅ ରାଜି ନୁହେଁ ଘରୁ ପଳେଇଲା ଏହିକଥା ଆଲୋଚନା ପରେ ପ୍ରସ୍ତାବ ଭାଙ୍ଗି ଗଲା । ପରେ ସୀମା ସହ କ୍ଷମା ରଅନେକ ଦିନ ପରେ ଦେଖାହେଲା ।କ୍ୟାନ୍ସର ହେବା ଜାଣିବାପରେ । ସେଦିନଠୁ ସେ ମନିଷକୁ ଶେଷ ଇଛା ମାଗିବାର ସର୍ତ୍ତ ରଖିଥିଲା । ଜନ୍ମ ଦିନ ଦୁଇ ଦିନପୂର୍ବରୁ କ୍ଷମାକୁ ଘରକୁ ଡାକିଲା ସୀମା । ତାକୁ ସବୁକଥା କହିଲା ଏବଂ ମନିଷଙ୍କୁ ବାହାହେବାକୁ ମନେଇଲା । କ୍ଷମା ଜାଣିଲା ଯେ ସୀମା ବେଶିଦିନ ନୁହେଁ । କିଛି ଉତ୍ତର ଦେଇପାରିଲାନି ।

୨ୟଭାଗ

ମନିଷ ଙ୍କ ସହ ମୁହଁକୁ ମୁହଁ ପଡିଗଲାପରେ କ୍ଷମା

ପଚାରିଲା ସୀମାର ଇଛା ଆପଣଙ୍କ ଇଛା ସମାନ ?

କ୍ଷମାର ଉତ୍ତର ନଜାଣି ସୀମା କିଛି କହିନଥିଲା

ମନିଷଙ୍କୁ । ସେ ମଧ୍ୟ କିଛି ନଜାଣି ହଁ କହି ରହିଗଲେ।ଜନ୍ମ ଦିନ ସକାଳୁ ସେ ଯେମିତି ସଜେଇ ହେବ ,କ୍ଷମା ବି ସଜେଇ ହେବ ,ଏକା ଜିଦି କଲେ ସୀମା । ଶେଷ ଶୃଙ୍ଗାର ନେବା ବେଳ ପାଖେଇ ଆସିଲା ତାଙ୍କର ,କିନ୍ତୁ କିଛି ବି ମନରେ ଉଦାସ ପଣ ନଥିଲା । ପିଲାମାନଙ୍କୁ ଡାକି ପାପାଙ୍କ ପାଇଁ ସେ ଜଣଙ୍କୁ ଠିକ୍ କରିଛି ,ସେ ବାହାହେବେ ,ତୁମ ମାନଙ୍କ ମତ କୁହ । ପିଲାମାନେ ସମସ୍ତେ ବାହାରେ ,ମା ପରେ ପାପାଙ୍କ କଥା ସମସ୍ତେ ଭାବୁଥିଲେ । ହେଲେ ଶେଷ ସମୟ ରେ ବି ମା ସବୁ ଯୋଗାଡ କରିଛନ୍ତି ଦେଖି ଆଶ୍ଚର୍ଯ୍ୟ ହେଇଗଲେ । ମନିଷ ଙ୍କ ହାତ ଓ କ୍ଷମା ହାତକୁ ଛନ୍ଦି ଦେଇ ସେହି ଶୃଙ୍ଗାର ବେଶରେ ସୀମା ସବୁଦିନ ଲାଗି ଶୋଇଗଲେ ।

ସବୁ କାମ ଭିତରେ କ୍ଷମା ଯିବାକୁ ଚାହିଁ ମଧ୍ୟ ଯାଇ ପାରିଲାନି । ମନିଷ ଙ୍କ ସହ ଘର ସଂସାର ପାଇଁ ସୀମା ର ପ୍ରଥମ ଶ୍ରାଦ୍ଧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦୁହେଁ ସିଦ୍ଧାନ୍ତ ନେଲେ ।


Rate this content
Log in

More oriya story from Jyostna mishra