STORYMIRROR

Jayaprakash Choudhury

Children Stories

3  

Jayaprakash Choudhury

Children Stories

ସଦ୍ ଗୁରୁ

ସଦ୍ ଗୁରୁ

2 mins
440

ଥରେ ଗୋଟିଏ ଗାଇ ଜଙ୍ଗଲକୁ ଘାସ ଚରିବା ପାଇଁ

ଆସିଥାଏ । ସନ୍ଧ୍ୟା ହୋଇ ଆସୁଥାଏ,ସେ ଦେଖିଲା ଗୋଟିଏ ବାଘ ତାହାରି ପିଛା କରୁଥାଏ, ସେ ଭୟଭିତ ହୋଇ ଏପଟ ସେପଟ ଦୌଡିବାକୁ ଲାଗିଲା,ବାଘ ମଧ୍ୟ ଗାଇ ପଛରେ ଦୌଡିବାକୁ ଲାଗିଲା ।


ଦୌଡିବା ସମୟରେ ଗାଇକୁ ଗୋଟିଏ ପୋଖରି ଦେଖାଗଲା,କିଛି ଚିନ୍ତା ନ କରି ଗାଇ ସେହି ପୋଖରି 

ଭିତରକୁ ଚାଲିଗଲା । ବାଘ ଗାଇର ପିଛା କରି ସେ ମଧ୍ୟ ପୋଖରି ଭିତରକୁ ଚାଲିଗଲା ।ସେହି ପୋଖରିରେ ପାଣି ବହୁତ କମ୍ ଥିଲା ଓ ପଙ୍କ କାଦୂଅରେ ପରିପୂର୍ଣ ଥିଲା ।

ସେହି ଦୁଇ ଜଣଙ୍କ ଦୂରତା ବହୁତ କମ୍ ଥିଲା,କିନ୍ତୁ ସେ କିଛି କରିବା ପାଇଁ ଅସମର୍ଥ ଥିଲା। ଗାଇର ପାଦ ଧିରେ ଧିରେ ପଙ୍କ ଭିତରକୁ ଦବିବାକୁ ଲାଗିଲା,ବାଘ ଗାଇକୁ ପାଖରେ ପାଇ ମଧ୍ୟ କିଛି କରିବା ପାଇଁ ସକ୍ଷମ ନଥାଏ,

 କାରଣ ସେ ମଧ୍ୟ ପଙ୍କ ଭିତରେ ଧିରେ ଧିରେ

ଦବିବାକୁ ଲାଗିଥାଏ ।


ଦୁଇଜଣ ପଙ୍କ ଭିତରେ ଫସି ରହିଥିଲେ,ଗାଈକୁ ଏତେ ପାଖରେ ପାଇ ମଧ୍ୟ ବାଘ ଗାଇକୁ ଆହାର କରି ପାରୁ ନଥାଏ । କିଛି ସମୟ ପରେ ଗାଇ ବାଘକୁ ପଚାରିଲା,

କଣ ତୁମର କେହି ଗୁରୁ କିମ୍ବା ମାଲିକ ନାହାନ୍ତି ?

ବାଘ ଗାଇ ଆଡକୁ ରାଗରେ ଚାହିଁ କହିଲା,

ମୁଁ ତ ଜଙ୍ଗଲର ରାଜା,ମୋର କେହି ମାଲିକ ନାହାନ୍ତି,

ମୁଁ ନିଜେ ହିଁ ଜଙ୍ଗଲର ମାଲିକ । ଗାଇ କହିଲା -

କିନ୍ତୁ ତୁମ ଶକ୍ତିର ଏଠି କଣ କାର୍ଯ୍ୟ ?

ବାଘ କହିଲା - ତୁ ମଧ୍ୟ ମୋ ଭଳି ଏଠି ଫସି ରହିଛୁ,

ତୋ ଆଗରେ ମରଣ ଅପେକ୍ଷା କରିଛି, ତୋ ଅବସ୍ଥା ମଧ୍ୟ ମୋ ଭଳି ରହିଛି । ଗାଇ ଅଳ୍ପ ହସି କହିଲା - ଏହା ସତ୍ୟ ନୁହେଁ, ମୋ ମାଲିକ ଯେତେବେଳେ ସନ୍ଧ୍ୟାରେ ଘରକୁ ଫେରିବ, ସେତେବେଳେ ମୋତେ ନ ପାଇଲେ ,

ସେ ମୋତେ ଖୋଜି ଖୋଜି ଏଠି ଆସି ପହଞ୍ଚିବ ଓ

ମୋତେ ଏହି ପଙ୍କ ଭିତରୁ ଉଦ୍ଧାର କରି ନିଜ ଘରକୁ ନେଇ ଚାଲିଜିବ । କିନ୍ତୁ ତୋତେ କିଏ ଉଦ୍ଧାର କରିବ ?


କିଛି ସମୟ ପରେ ଜଣେ ବ୍ୟକ୍ତି ଆସି ଗାଇକୁ ପଙ୍କ  ଭିତରୁ ବାହାର କରି ନିଜ ଘରକୁ ନେଇ ଚାଲିଗଲା ।

ଘରକୁ ଜିବା ପୂର୍ବରୁ ଗାଇ ଓ ସେହି ବ୍ୟକ୍ତି ବାଘ ଆଡକୁ

କିଛି ସମୟ ଚାହିଁ ରହିଲେ ।ସେ ଚାହିଁଲେ ମଧ୍ୟ ବାଘକୁ ପଙ୍କ ଭିତରୁ ଉଦ୍ଧାର କରି ପାରିବେ ନାହିଁ, କାରଣ ବାଘ ତାଙ୍କ ଜୀବନ ପ୍ରତି ବିପଦ ଥିଲା

ଏହି କାହାଣିରେ......


-ଗାଈ ହେଉଛି ସମର୍ପିତ ହୃଦୟର ପ୍ରତୀକ


-ବାଘ ହେଉଛି ଅହଙ୍କାରୀ,


-ମାଲିକ ହେଉଛନ୍ତି ସଦ୍ ଗୁରୁ ର ପ୍ରତୀକ


-ପଙ୍କ ହେଉଛି ଏହି ସଂସାରଏବଂ ଏହି ସଂଘର୍ଷ ହେଉଛି ଅସ୍ଥିତ୍ବର ଯୁଦ୍ଧ!


ଜୀବନରେ ଆମକୁ କେବେ ନା କେବେ ଜଣେ ମିତ୍ର,ଗୁରୁ

କିମ୍ବା କେହି ସହଯୋଗୀର ଆବଶ୍ୟକତା ପଡିଥାଏ,

ତେଣୁ ନିଜକୁ ବଡ ଭାବିବା ମୋଟେ ଉଚିତ୍ ନୁହେଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Jayaprakash Choudhury

ରଫୁ

ରଫୁ

2 mins ପଢ଼ନ୍ତୁ