Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Udaya kumar Panda

Others

1  

Udaya kumar Panda

Others

ସ୍ବାର୍ଥ ପାଇଁ ସମ୍ପର୍କ

ସ୍ବାର୍ଥ ପାଇଁ ସମ୍ପର୍କ

2 mins
661



ସ୍ବାର୍ଥ ସବୁ ସ୍ବାର୍ଥ। ସ୍ବାର୍ଥପର ଏହି ଦୁନିଆ। ଯଦି ତୁମେ ନିଶ୍ବ ତେବେ ତୁମପାଇଁ ଏ ଦୁନିଆ ବିଷ। ଯଦି କେହି ଜାଣିବେ କି ତୁମେ ଅସହାୟ, ଦରିଦ୍ର, ମୁର୍ଖ ତେବେ ତୁମପାଇଁ ଏ ଦୁନିଆ ପର ହୋଇଯିବ ଏବଂ ସମସ୍ତେ ତୁମଠାରୁ ଦୂରେଇଯିବେ। ହୁଏତ ତୁମ୍ଭର ସମୟ, ପରିସ୍ଥିତି ଏବଂ ପରିବେଶ ତୁମକୁ ନିଶ୍ବ କରିଦେଇଥାଇପାରେ। ପରନ୍ତୁ କେହି ତୁମର ବାସ୍ତବତା ଜାଣିବାକୁ ଚାହିଁବେ ନାହିଁ। ଏଠି ତ କେବଳ ସ୍ବାର୍ଥ ହାସଲ୍ ହିଁ ମୂଳ ଲକ୍ଷ। କ'ଣ ଏ ଦୁନିଆରେ ଜଣେ ମଧ୍ଯ ବାସ୍ତବ ମାନବିକତାକୁ ବୁଝିବା ପ୍ରାଣୀ ନାହାଁନ୍ତି? ଏହିପରି ଭାବନା ଆଜି ଅଜୟ ମନରେ ଉଙ୍କି ମାରିଛି। ଶୁଣିବାକୁ କେହି ନାହାଁନ୍ତି କି କହିବାକୁ କେହି ନାହାଁନ୍ତି। ଅଜୟ ଆଜି ନିଜେ ନିଜର ବକ୍ତା ଓ ଶ୍ରୋତା l

ଦିନ ଥିଲା ଅଜୟ ସତରେ ଗୋଟେ Looser ଥିଲା। ସମସ୍ତେ ଅଜୟ ଠାରୁ ଦୂରେଇଯାଇଥିଲେ। ସମସ୍ତଙ୍କର ଅଜୟ ପ୍ରତି ବିତ୍ରୁଷ୍ଣା ଭାବ ଅଜୟକୁ ବହୁତ କଷ୍ଟ ଦେଲା। ଅଜୟ ମଧ୍ଯ ବହୁତ ପରିଶ୍ରମ କରି success ପାଇଲା। ଦିନେ ଯେଉଁମାନେ ତାକୁ looser କହୁଥିଲେ ଆଜି ସେଇମାନେ ଅଜୟର success ପାଇଁ ତାକୁ follow କରୁଛନ୍ତି। କିନ୍ତୁ ଯେଉଁ ଅଜୟ ସମସ୍ତଙ୍କ ଆପଣାର ହେବାପାଇଁ ଏତେ ପରିଶ୍ରମ କଲା, ଆଜି ସିଏ ପୁଣିଥରେ ପୂର୍ବ ଅବସ୍ତାକୁ ଫେରିଯିବାକୁ ଚାହୁଁଛି। ତାକୁ ଆଉ କିଛି ଅଛପା ନାହିଁ। ସେ ବୁଝିଜାଇଛି ଏହି ସ୍ବାର୍ଥପର ମଣିଷମାନଙ୍କୁ। ସେ ବହୁତ ଖୋଜିଲା କାଳେ କେଉଁଠି ହେଲ ଗୋଟିଏ ନିସ୍ବାର୍ଥପର ଆତ୍ମିୟ ମିଳିଯିବ କିନ୍ତୁ ଯାହା ବିରଳ ତାହା ସେ କେଉଁଠାରୁ ବା ପାଇଥାନ୍ତା। ଶେଷରେ ସେ ନିଷ୍ପତ୍ତି ନେଲା କି ପୁଣିଥରେ ସମସ୍ତଙ୍କ ପାଇଁ ସେ LOOSER ର ଅଭିନୟ କରିବ।

ଅଜୟର success ପରର ଘଟଣା.....

କଲେଜରେ ପଢିବା ସମୟରେ ଅଜୟର ବହୁତ friend ଥିଲେ। କଲେଜ ଛାଡିବାର ଗୋଟେ ବର୍ଷ ପରେ ସମସ୍ତଙ୍କ ସହିତ ତାର ଦେଖା ହେଲା। ସମସ୍ତଙ୍କ ସହ କଥାହେବା ପରେ ଗୋଟିଏ କଥା ଅଜୟକୁ ବହୁତ ଅଜବ ଲାଗିଲା । ଏତେ friends ଥିଲେ କିନ୍ତୁ ଜଣେ କେବଳ ଅଜୟକୁ ଚିହ୍ନିପାରିଲା ଏବଂ ଅନ୍ୟମାନଙ୍କୁ ନ ଚିହ୍ନିଲାପରି ବ୍ଯବହାର କଲା। ସେତେବେଳେ ଅଜୟକୁ ଏହା ଅଜବ ଲାଗିଥିଲା କିନ୍ତୁ ପରେ ସେ ସବୁ ଭୁଲିଗଲା। ଏମିତି କିଛିଦିନ ପରେ ଥରେ ଅଜୟ ତାକୁ ସାମାନ୍ଯ କ'ଣ ଟିକିଏ କହିଦେବାରୁ ସେ ଅଜୟକୁ ଜାଣିନାହଁ ବୋଲି ମନା କରିଦେଲା। ଅଜୟ ଜାଣିଗଲା କି ସେ ସ୍ବାର୍ଥପର ଥିଲା। ସ୍ବାର୍ଥ ହାସଲ ହୋଇପାରିଲାନି ବୋଲି ନଚିହ୍ନିବାର ଅଭିନୟ କଲା। ଅଜୟ ଆଖିରେ ଏବେ ସମସ୍ତେ ସ୍ବାର୍ଥପର ମଣିଷ।

ସମୟ ନଈରେ ପୂର୍ବ ସ୍ମୃତିକୁ ଜଳାଞ୍ଜଳି ଦେଇ ଅଜୟ ପୁଣିଥରେ ସମୟ ସୁଅରେ ଭାସି ଚାଲିଲା। ହଠାତ୍ ଦିନେ ଅଜୟର ସେହି ଅବିବେକୀ, ସ୍ବାର୍ଥପର ବନ୍ଧୁ ସହ ଭେଟ ହୋଇଗଲା। ଠିକ୍ ସେହି ସ୍ଥାନରେ ଯେଉଁଠି ସେ ଅଜୟକୁ ଜାଣିନାହଁ ବୋଲି କହିଥିଲା। ଆଜି କିନ୍ତୁ କଥା ଅଲଗା। ସେଦିନ ଅଜୟର ଆବଶ୍ଯକତା ଥିଲା କିନ୍ତୁ ଆଜି ସେହି ଅବିବେକୀ ବନ୍ଧୁ ଜଣକ

ବିପଦରେ... ବନ୍ଧୁକୁ ବିପଦରେ ପଡ଼ିଥିବାର ଦେଖି ଅଜୟର ଆଖି ଛଳ ଛଳ ହୋଇଗଲା। ଅଜୟର ବିବେକ୍ ତାକୁ ବାଧା ଦେଲା। ତତ୍କ୍ଷଣାତ୍ ସେ ଯଥାଶକ୍ତି ତାକୁ ସାହାଯ୍ୟ କଲା। ବନ୍ଧୁ ଜଣକ କିଛି କହିବା ଆଗରୁ ଅଜୟ ତାକୁ ନଚିହ୍ନିଲା ପରି ଚାଲିଗଲା..............।


Rate this content
Log in