ପ୍ରଦୀପ୍ ଓ ସନ୍ଦୀପ୍
ପ୍ରଦୀପ୍ ଓ ସନ୍ଦୀପ୍
ପ୍ରଦୀପ୍ ଓ ସନ୍ଦୀପ୍ ଦୁଇ ଜଣ ଭାରି ସାଙ୍ଗ।ଛୋଟ
ବେଳୁ ଗୋଟିଏ ସ୍କୁଲରେ ପାଠ ପଢି ଆସିଛନ୍ତି। ଯୁଆଡ଼େ ଯାଆନ୍ତି ଏକ ସଙ୍ଗରେ। ଜୀବନ ଦିଆ ନିଆ କହିଲେ ଚଳେ। ସେମାନଙ୍କ ବାପା ମା'ଙ୍କ ମଧ୍ୟରେ ମଧ୍ୟ ଭଲ ବନ୍ଧୁତା ଥିଲା।ଉଭୟେ ଭଲ ନମ୍ବର ରଖି ଦଶମ ଶ୍ରେଣୀ ପାସ୍ କଲେ। ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ବରରେ ଏକ ଘରୋଇ ମହାବିଦ୍ୟାଳୟରେ ନାମ ଲେଖାଇଲେ।ଘର ଛାଡ଼ି ଯାଉଛନ୍ତି ବୋଲି ମନରେ ଦୁଃଖ ଓ ଭୟ ତ ଥିଲା କିନ୍ତୁ ନିଜର ଅନ୍ତରଙ୍ଗ ବନ୍ଧୁ ସାଙ୍ଗରେ ଯାଉଛି ବୋଲି ଦୁହେଁ ଖୁସି ଅନୁଭବ କରୁଥିଲେ। ଛାତ୍ରାବାସରେ ଯେଉଁ କୋଠରୀରେ ସେମାନେ ରହୁଥିଲେ ସେଠି ଆଉ ଦୁଇ ଛାତ୍ର ମଧ୍ୟ ରହୁଥିଲେ।ପ୍ରଦୀପ୍ ଓ ସନ୍ଦୀପ୍ରର ଵୋଉ ସେମାନଙ୍କୁ ଵୁଝାଇ କହିଥିଲେ" ଦେଖ ଵାପା, ତୁମେମାନେ ଏପର୍ଯ୍ୟନ୍ତ କେଵଳ ଆମ ପରିବାର ଓ ଗାଁ ପିଲାଙ୍କ ସହିତ ରହୁଥିଲ।ଆମେ ଦେଇଥିବା ସଂସ୍କାରର ପ୍ରଭାବ ତୁମ ଉପରେ ପଡୁଥିଲା। ଏବେ ସହରକୁ ଯିଵ। ବିଭିନ୍ନ ଘରୁ ବିଭିନ୍ନ ସଂସ୍କାର ପାଇଥିବା ପିଲାଙ୍କ ସଂସ୍ପର୍ଶରେ ଆସିଵ। ସବୁବେଳେ ମନେ ରଖିବ ଯେ ତୁମେ କେଉଁ ଲକ୍ଷ ନେଇ ସହରକୁ ଯାଉଛ। ତୁମ ଲକ୍ଷପଥରେ ଯିଏ ବିଘ୍ନ ସୃଷ୍ଟି କରିଵ ତାକୁ ତ୍ୟାଗ କରିଵ। ସବୁବେଳେ ମନ୍ଦକୁ ଛାଡ଼ି ଭଲକୁ ଗ୍ରହଣ କରିବାକୁ ଚେଷ୍ଟା କରିଵ"। କାରଣ ଏଇ ବୟସର ପିଲାମାନେ ଭଲମନ୍ଦ ଏତେ ସହଜରେ ଵୁଝି ପାରିନଥାନ୍ତି ଓ ଅନ୍ୟ କଥାରେ ପଡି ନିଜର ମୂଲ୍ୟବାନ ସମୟ ନଷ୍ଟ କରି ବିଗିଡି ଯାଇଥାନ୍ତି।ପ୍ରଦୀପ୍ ଵୋଉଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥାଏ।ହେଲେ ସନ୍ଦୀପ୍ ପରଵୁଦ୍ଧିଆ ହେବାକୁ ଲାଗିଲା।ସେ ଆଉ ଦୁଇ ଜଣ ସାଙ୍ଗଙ୍କ ସହିତ ଵେଶୀ ମିଳାମିଶା କରିବାକୁ ଲାଗିଲା।ପ୍ରଦୀପ ଲକ୍ଷ କଲା ସେମାନଙ୍କ ଚାଲି ଚଳନ କିଛି ଭଲ ନାହିଁ। ପାଠପଢାରେ ଵେଶୀ ସମୟ ନଦେଇ ଗପସପ କରୁଛନ୍ତି ।କୈ୍ଣସି ନା କୈ।ଣସି ବାହାନାରେ ବାହାରକୁ ବୁଲିବାକୁ ଯାଉଛନ୍ତି। ପ୍ରଦୀପକୁ କହନ୍ତି "କେତେ ପାଠ ପଢୁଚୁ!ଆରେ ଜୀଵନକୁ ଟିକେ ଉପଭୋଗ କରିବା କି ନାଇଁ, ଖାଲି ପାଠ ପଢୁଥିବା। ନୂଆ ସିନେମା ଦେଖିବା । ଦେଖିବା।ଆଉ ଏ ବୟସରେ ଝିଅ ସାଙ୍ଗ ରଖିବାନି ତ ଆଉ କେବେ ରଖିବା।ଜୀଵନଟା ନୀରସ ହେଇ ଯିଵନି!ଚାଲ୍.... ଚାଲ୍...। "ନାଁ ମୁଁ ଏଠିକି ପଢିବାକୁ ଆସିଛି, ଖୁସି ଗପ କରିବାକୁ ନୁହେଁ।ଏ ସମୟରେ ପାଠରେ ମନ ନଦେଲେ ଭବିଷ୍ୟତ ଅନ୍ଧାର ହୋଇଯିଵ।ମୋ' ମା ମୋତେ କହିଛନ୍ତି ,ଯୋଉ ରାସ୍ତା ରେ ଆମକୁ ଯିଵାର ନାହିଁ ସେ ରାସ୍ତାରେ ପାଦ ପକାଇବା ନାହିଁ।,"କହିଲା ପ୍ରଦୀପ୍।ସନ୍ଦୀପ୍ କିନ୍ତୁ ସେମାନଙ୍କ କଥାରେ ପ୍ରଭାବିତ ହୋଇ ଯାଉଥାଏ।ସନ୍ଦୀପ୍ ପ୍ରଦୀପ୍କୁ କହୁଥାଏ"ଆରେ ପ୍ରଦୀପ୍, ମୁଁ ଜାଣିଛି ଆମେ ପଢିବା ପାଇଁ ଆସିଛୁ, ହେଲେ ବୁଲାବୁଲି ନକଲେ କ'ଣ ଭଲ ଲାଗିବ। ଏମିତି କହି ପ୍ରଦୀପ୍କୁ ପାଠପଢାରୁ ବିରତି ନେବା ପାଇଁ ସନ୍ଦୀପ୍ କହୁଥାଏ।ହେଲେ ପ୍ରଦୀପ୍ କହେ" ହଁ ଟିକିଏ ବୁଲାବୁଲି କରିଵା ନିହାତି ଦରକାର। କିନ୍ତୁ ସେ ପିଲାମାନଙ୍କର ଉଦ୍ଦେଶ୍ୟ କିଛି ଅଲଗା ଯାହାଙ୍କ ସାଙ୍ଗରେ ତୁ ସାଙ୍ଗ ହେଉଚୁ। ମୋତେ ଲାଗୁନି ସେମାନଙ୍କର ମୂଳ ଉଦ୍ଦେଶ୍ୟ ପାଠ ପଢିବା ବୋଲି। ଆବଶ୍ୟକତା ଠାରୁ ସେମାନେ ଅଧିକ ବୁଲାବୁଲି କରୁଛନ୍ତି।ଆଉ ତୁ ବି ସେମାନଙ୍କ କଥାରେ ଭାସି ଯାଉଚୁ। ହେଲେ ସନ୍ଦୀପ୍ ଵାହାରେ ଵୁଲିବା,ସିନେମା ଯିବା ଓ ଝିଅଙ୍କ ସହିତ ମିଳାମିଶା କରିବାର ଇଚ୍ଛାଟାକୁ ନିୟନ୍ତ୍ରଣ କରି ପାରୁ ନଥାଏ। ଦିନକୁ ଦିନ ପାଠ ପଢ଼ାରେ ଅବହେଳା କରିବାକୁ ଲାଗିଲା ସନ୍ଦୀପ୍। ନିଜର ଘନିଷ୍ଟ ଵନ୍ଧୁକୁ ଏପରି ବିପଥଗାମୀ ହେଵାର ଦେଖି ସହି ପାରୁ ନଥାଏ ପ୍ରଦୀପ୍।ସନ୍ଦୀପ୍କୁ ବାଟକୁ ଆଣିବା ପାଇଁ ପ୍ରଦୀପ୍ ଗୋଟିଏ ଉପାୟ ପାଞ୍ଚିଲା। ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଯାଇ ଅଭିଯୋଗ କଲା ସନ୍ଦୀପ୍ ନାଁରେ। ଅଧ୍ୟକ୍ଷ ଜଣକ ସନ୍ଦୀପ୍କୁ ନିଜ କକ୍ଷକୁ ଡକାଇ କହିଲେ"ଦେଖ ସନ୍ଦୀପ୍, ତୁମେ ଜଣେ ମେଧାବୀ ଛାତ୍ର ବୋଲି ମୁଁ ଜାଣିଛି। ହେଲେ ଆଜିକାଲି ତୁମେ ପରୀକ୍ଷାରେ ଭଲ କରୁନାହିଁ,କାରଣ ତୁମେ ପାଠପଢ଼ାରେ ସମ୍ପୂର୍ଣ୍ଣ ମନୋନିବେଶ କରୁନାହିଁ।ଯାହା ସାଙ୍ଗରେ ମିଶିଲେ ତୁମକୁ ଲାଗୁଛି ତୁମର ପାଠପଢା ବାଧାପ୍ରାପ୍ତ ହେଉଛି ତୁମେ ସେମାନଙ୍କ ସାଙ୍ଗ ଛାଡ଼ିଦିଅ। ସେମାନଙ୍କ କଥା ଵି ମୁଁ ବୁଝିବି।ପ୍ରଦୀପ୍ ତୁମର ଜଣେ ବହୁତ ଭଲ ସାଙ୍ଗ। ତାଙ୍କୁ ଅନୁସରଣ କର।ସିଏ ଵି ସେମାନଙ୍କ ସହିତ ଗୋଟିଏ କୋଠରୀରେ ରହୁଛନ୍ତି, କିନ୍ତୁ ନିଜର ଲକ୍ଷହାସଲ ପାଇଁ ସଦାସର୍ବଦା ଚେଷ୍ଟାରତ। ସେମାନଙ୍କ କଥାରେ ପଡି ନିଜର କ୍ଷତି କରୁ ନାହାଁନ୍ତି।ପଙ୍କରୁ ପଦ୍ମ ହୋଇ ସେ ଫୁଟି ପାରିଛନ୍ତି। ହେଲେ ତୁମେ ଘୁଷୁରୀ ଭଳି ସେଇ ପଙ୍କକୁ ନିଜ ଦେହରେ ବୋଳି ହେଉଛ! ତୁମେ ଯଦି ମୋ କଥା ନମାନିବ ତାହେଲେ ତୁମ ଵାପା ମାଆଙ୍କୁ ଖବର ଦେଵି"। ଆଜ୍ଞା..,... ଆଜ୍ଞା ,..ମୋ କଥା ଟିକେ ଶୁଣନ୍ତୁ,କହିଲା ସନ୍ଦୀପ୍। ନାଁ,,,... ମୁଁ ତୁମର କୈ୍।ଣସି କଥା ଶୁଣିବାକୁ ଚାହେଁନି। ଶେଷରେ ଗୋଟିଏ କଥା କହିବି"ତୁମେ ନିଜର ଭଲଗୁଣକୁ ଏତେ ବଢାଇ ଦିଅ ଅର୍ଥାତ୍ ନିଜକୁ ଏତେ ଶକ୍ତିଶାଳୀ କରି ଦିଅଯେ ତୁମର ଭଲ ଗୁଣର ପ୍ରଭାଵ ଲୋକଙ୍କ ଉପରେ ପଡୁ, ଅନ୍ୟ ର ଖରାପ ଗୁଣର ପ୍ରଭାବ ତୁମ ଉପରେ ନପଡୁ"। ଅଧ୍ୟକ୍ଷଙ୍କ ଶେଷ ଉପଦେଶ ଗୁଡିକ ସନ୍ଦୀପ୍ର ମନ ଉପରେ ଗଭୀର ପ୍ରଭାବ ପକାଇଲା।"ଆଉ ଏମିତି ଭୁଲ୍ ହେଵନି ଆଜ୍ଞା। ଦୟାକରି ମୋ ପିତାମାତାଙ୍କୁ କିଛି କୁହନ୍ତୁ ନାହିଁ। ଏଣିକି ମୁଁ ମନ ଦେଇ ପାଠ ପଢିବି"ସନ୍ଦୀପ୍ ଅଧ୍ୟକ୍ଷ ମହାଶୟଙ୍କୁ କହିଲା।ହଉ...ହଉ..କହି ଅଧ୍ୟକ୍ଷ ମହାଶୟ ସନ୍ଦୀପ୍କୁ ଆଶୀର୍ବାଦ ଦେଲେ।ସେଇ ଦିନ ଠାରୁ ସନ୍ଦୀପ୍ ଖରାପ୍ ପ୍ରବୃତ୍ତି ସବୁ ଛାଡି ପାଠପଢାରେ ମନ ଦେଲ।।
