ନାରୀଶକ୍ତି ସଦା ବନ୍ଦନୀୟ
ନାରୀଶକ୍ତି ସଦା ବନ୍ଦନୀୟ
ନାରୀ ବିଧାତାର କମନୀୟ ସୃଷ୍ଟି ସ୍ନେହ ପ୍ରେମ ମମତାର ମୂର୍ତ୍ତୀମନ୍ତ ଦେବୀ ।ନାରୀ ତନୁ ସ୍ନିଗ୍ଧା ଲାବଣ୍ୟ ଅନ୍ତରେ ସ୍ବଚ୍ଛ
ପ୍ରତି ଧାରା ଏବଂ କଳ୍ପନାର ଇନ୍ଦ୍ରଧନୁ ଛଡ଼ା ଏହିସବୁର ସମାହାର ତା ଚରିତ୍ର କରିଛି ମହିମାନ୍ୱିତ । ଵୈଦିକ ଯୁଗରେ
ପ୍ରଜ୍ଜଳିତ ହୋମ ଶିଖା ଠାରୁ ଆରମ୍ଭ କରି ବଂଶ ଶତାବ୍ଦୀର ପରମାଣୁ ଧମୋଚ୍ଛାସ ପର୍ଯ୍ୟନ୍ତ ଯୁଗ ପରିବର୍ତ୍ତନ ତାଳେ ତାଳେ ଭାରତୀୟ ନାରୀ ମହିମା ପରିସ୍ଫୁଟିତ ହୋଇଛି । ସେ
ହେଉଛି ପୁରୁଷର ସହକର୍ମିଣୀ ସହଧର୍ମିଣୀ । ପୁରୁଷର ଭରିଦିଏ ସ୍ୱର୍ଗୀୟ ପ୍ରମେ । ନାରୀର ସାହାଯ୍ୟରେ ଜୀବନ ହୁଏ ପ୍ରେମମୟ ଓ ଅମୃତମୟ । ସଭ୍ୟତା ସଂସ୍କୃତିରେ ନାରୀ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରିଣୀ ମହାମାୟାଙ୍କର ଅଂଶ ରୂପେ ପରଳ୍ପିତ । ସମାଜରେ ସେ ପୂଜନୀୟ ଓ ବନ୍ଦନୀୟ । ସେଥିପାଇଁ ଶାସ୍ତ୍ରକାର ମାନଙ୍କ ଲେଖାରେ-
ଯତ୍ର ନାର୍ଯ୍ୟସ୍ତ ପୂଜ୍ୟନ୍ତେ ରମ୍ୟନ୍ତେ ତଥ୍ୟ ଦେବତାଃ ।
ଯେତ୍ରେତାସ୍ତୁ ନ ପୂଜ୍ୟନ୍ତେ
ସର୍ବସ୍ତତ୍ରାଫଳାଃ କ୍ରିୟାଃ ।”
ଯେଉଁ ପରିବାରରେ ନାରୀମାନଙ୍କୁ ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ କରାଯାଏ ‚ସେଠାରେ ଦେବତା ମାନେ ସନ୍ତୁଷ୍ଟ ହୁଅନ୍ତି । ସ୍ବାମୀ ବିବେକାନନ୍ଦ ମତରେ ଆମର ସମାଜରେ ଯେ କୌଣସି ଜଣେ ମହିଳାଙ୍କୁ ମା’ ରୂପେ ସମ୍ବୋଧନ କଲେ
ତାହା ମାତୃ ଜାତି ପ୍ରତି ଉପଯୁକ୍ତ ସମ୍ମାନର ସୂଚନା ଦେଇଥାଏ । ନାରୀମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ଵ୍ୟତିରେକ କୈାଣସି ଜାତି କେବଳ ସଭ୍ୟତାର ଉଚ୍ଚତର
ସୋପାନକୁ ଉତ୍ତୀର୍ଣ୍ଣ ହୋଇପାରେ ନାହିଁ । ସକଳ ଯନ୍ତ୍ରଣା ସମସ୍ତ ଗ୍ଳାନିକୁ ସେ ଆକଣ୍ଠପାନ କରି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରେ । ଆଜି ବିଂଶ ଶତାବ୍ଦୀର ଯୁଗରେ ମଣିଷର ଚନ୍ଦ୍ରରେ ପାଦ ଦେଇଛି । ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ସାଂପ୍ରତିକ ସମାଜକୁ କଵିଳତ କରିଛି । ମାତ୍ର ଭାରତୀୟ ନାରୀ ତା'ର ଧର୍ମ ଓ ଆଦର୍ଶକୁ ପରିତ୍ୟାଗ କରିନାହିଁ ।
ସ୍ନେହ ପ୍ରମେ ଓ ପ୍ରୀତିର ପୂଜାରିଣୀ ଭାରତୀୟ
ନାରୀ ହୃଦୟରେ ସେବା ଓ ସୋହାର୍ଦ୍ଗ୍ୟ ଅଜସ୍ର ନିର୍ଝର ସ୍ବତଃ ଉତ୍ ଭାସିତ ଏହି ଭାରତୀୟ ସମାଜରୁ ସ୍ନେହଶୀଳ ‚ ସରସ ଓ ସୁନ୍ଦର କରିଛି । ସ୍ନେହ ପ୍ରମେ ଓ କୋମଳତା ଯେ ମୂର୍ତ୍ତିମନ୍ତ ପ୍ରତୀକ । ପୁରୁଷର କର୍ମକ୍କାନ୍ତ ପ୍ରାଣରେ ସାନ୍ତ୍ଵନା ତା’ର ଜୀବନକୁ ଦେଇ ଆହୁରି କର୍ମମୁଖର କରିବାକୁ ସେ ଅସୀମ ଶକ୍ତି ଓ ପ୍ରେରଣାରେ ଉଦ୍ ବୃଦ୍ଧ କରେ ।ନାରୀ ପୁରୁଷକୁ ପ୍ରଦାନ କରେ ଯେପରି ସ୍ୱର୍ଗୀଫେରାଇ ଆଣିଥିଲେ ନିଜର ମୃତ ସ୍ଵାମୀର ଜୀବନୟ ପ୍ରେମ ‚ ସେହିପରି ତାର ସନ୍ତାନମାନଙ୍କୁ ପ୍ରଦାନ କରେ ସୁଧାମୟ ବାତ୍ସଲ୍ୟ ମମତା । ସମସ୍ତେ ତା’ ସେହ୍ନ
ମମତାର କାଉଁରୀ ସ୍ପର୍ଶରେ ହୁଅନ୍ତି ବଶୀଭୂତ । ଭାରତୀୟ ନାରୀ ସନ୍ତାନ ମୋହରେ ଅନ୍ୟ ନାରୀର ସନ୍ତାନ ମାନଙ୍କ ଅମଙ୍ଗଳ କାମାନା କରେ ନାହିଁ । ମହାଭାରତ ବିଶ୍ଵଜନନୀ
ଗାନ୍ଧାରୀ ନିଜର ଶତପୁତ୍ରଙ୍କୁ ଯୁଦ୍ଧଭୂମିର ବିଭୀଷିକା ମଧ୍ୟକୁ ଠେଲିଦେଇ ସଂକୀର୍ଣ୍ଣ ସ୍ଵାର୍ଥପରତା ର ଉର୍ଦ୍ଧ୍ବରେ ଥାଇ ଉଦାର
କଣ୍ଠରେ କହିଛନ୍ତି-
“ଅକ୍ଷୟ ହେଉ ପୁଣ୍ୟ ଜଗତ
ଧର୍ମର ହେଉ ଜୟ ।”
ଗୈାରଵମୟୀ ଭାରତ ମାତାର ମୃତ୍ତିକା ରସରେ ପରିପୃଷ୍ଟା – ସୀତା ‚ସାଵିତ୍ରୀ ‚ ଦମୟନ୍ତୀ ପ୍ରଭୃତି ମାହିମନ୍ୱିତା
ନାରୀମାନଙ୍କର ଚରିତ୍ର ଆଦର୍ଶ ସମଗ୍ର ବିଶ୍ୱରେ ବିରଳ । ନାରୀ କେବଳ ଲୀଳା ସଙ୍ଗିନୀ – ପୁରୁଷର ଚକ୍ଷୁରେ କଳ୍ପନାର ମାୟାଜାଲ କିମ୍ବା ଛଳନାମୟୀ ନୃତ୍ୟଶୀଳା ଉର୍ବଶୀ ନୁହେଁ ‚ ସେ ସ୍ନେହମୟୀ ‚ ସହଧର୍ମିଣୀ ‚ ପ୍ରମେଶୀଳ । ଜୀବନର ସାମଗ୍ରୀକ ପୂର୍ଣ୍ଣତାରେ ଅଛି ତା ଜୀବନର ବୈଶିଷ୍ଟ୍ୟ । ଜନକ – ତନୟା ସୀତା ନିଜର ଅମଳିନ ସତୀତ୍ବ ଓ ପବିତ୍ରତାର କାହାଣୀ ଆଜି ମଧ୍ୟ ଆମକୁ ବିସ୍ମିତ କରେ । ପତି ହଁ ତାର ଜୀବନର ପରମଗତି ଏବଂ ମୁକ୍ତିଦାତା । ଭୋଗରେ ନୁହେଁ ‚ ତ୍ୟାଗରେ ତା ଜୀବନ ଗଢା । ଦମୟନ୍ତୀ ସ୍ବାମୀ ନୀଳଙ୍କ ସହିତ ସକଳ ଯନ୍ତ୍ରଣାକୁ
ବରି ଦେଇଥିଲେ । ଶେଷରେ ତାଙ୍କ ନିଷ୍ଠା ଯୋଗୁଁ ସେ
ହେଲେ ବିଜୟିନୀ । ସତୀ ଶିରୋମଣୀ ସତତ୍ବ ବଳରେ ହଁ ଫେରାଇ ଆଣିବାକୁ ନିଜର ମୃତ ସ୍ଵାମୀର ଜୀବନ
ଯମରାଜାଙ୍କ ଠାରୁ । ଭାରତୀୟ ନାରୀ ବୈଶିଷ୍ଟ୍ୟ ତା'ର
ପବିତ୍ରତା ଆଚରଣ ଓ ସତତ୍ବ ।
ଶକ୍ତି ଓ ସାଧନା କ୍ଷେତ୍ରରେ ଭାରତୀୟ ନାରୀ
ଅନନ୍ୟା ଓ ଅସାଧାରଣ । ସେ ସୃଷ୍ଟିକାରିଣୀ ପୁଣି ‚ସଂସାର
କାରିଣୀ । ସେ ନିଜର ପଣତ କାନିରେ ସମସ୍ତଙ୍କୁ ସ୍ନେହ ମମତାରେ ବାନ୍ଧି ରଖି ଅଭୟ ପ୍ରଦାନ କଲାବେଳେ ଅନ୍ୟାୟ
ବିରୁଦ୍ଧରେ ଭୟଙ୍କର ମୃର୍ତ୍ତିଧାରଣ କରିଛି । ଅବଳା ରୂପେ ଦୁର୍ବଳା ନୁହେଁ । ସେ ମଧ୍ୟ ବଳୀୟାନ୍ । ସେ ମଧ୍ୟ ଶକ୍ତିମୟୀ । ଅପରୂପ ସମସ୍ୟାର ସମାଧାନ କରିପାରନ୍ତି । ଯେଉଁଠି ପୁରୁଷ ଶକ୍ତିର ଶେଷ ସେଠି ଆରମ୍ଭ ନାରୀର ଶକ୍ତି । ସ୍ନେହ ‚
ପ୍ରେମ ‚ କମଳତା ତଥା ସରଳତାର ଏହି ମୃର୍ତ୍ତିମୟୀ ଦେବୀ
ନିଜ ହୃଦୟକୁ ପଥର ପରି କଠୋର କରି ରଣକ୍ଷତ୍ରରେ ବିଭୀଷିକା ମଧ୍ୟକୁ ଲମ୍ଫ ପ୍ରଦାନ କରିଛି । ସୃଷ୍ଟି ପ୍ରଳୟକାରିଣୀ ନାରୀ କେଉଁଠାରେ ହେଲେ ଦୁର୍ବଳତା ଓ
ଘୃଣ୍ୟ ଭୀରୁତାକୁ ପ୍ରାଶୟ ଦେଇ ନିଜ ଉପରେ କଳାଙ୍କର
ଟିକା ଲଗାଇ ନାହିଁ । ହେଲେ ହଁ ଧ୍ୱଂସକାରଣୀ ରୂପପଛରେ
ରହିଛି ତା'ର ଐଶ୍ଵର୍ଯ୍ୟମୟୀ ଅନ୍ନପୂର୍ଣ୍ଣାର ରୂପ ।
ମାତ୍ରର ଦୁଃଖର ବିଷୟ ‚ ନାରୀର ଏ ସମସ୍ତ
ଅବଦାନ ବଳରେ ସେ ପାଇଛି । ଲାଞ୍ଛନା ଓ ଅତ୍ୟାଚାର ।
ସର୍ବଦା ସେ ଯନ୍ତ୍ରଣା ଜର୍ଜରିତ ହୋଇ ନୀରବ ଅଶ୍ରୁ ସଂପାଦକ କରିଛି । ନାରୀ ହୃଦୟକୁ ସମସ୍ତ ମହୟୀତା
କୁ ସାଂପ୍ରତିକ ସମାଜର ପୁରୁଷର ତାକୁ କରିଛି କେବଳ
ଲୀଳାସଙ୍ଗିନୀ ତାହା କ୍ରୀଡାନକ । ପୁରୁଷର ସ୍ଵାର୍ଥୀନ୍ୟେଷୀ
ମନୋଭୋଗ ଏବଂ ଅବମାନନାହଁ ଆଜିର ସମାଜରେ ନାରୀ
ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ‚ ତଥାପି ନାରୀ ପଛେଇ ଯାଇ
ନାହିଁ । ଅତୀତର ସମସ୍ତ ଅଜ୍ଞତା କୁ ସଂସ୍ଥାର ଇତ୍ୟାଦିକୁ
ପରିତ୍ୟାଗ କରି ନବ ଭାରତ ଗଠନରେ ପୁରୁଷ ମଧ୍ୟ ପାଦ
ମିଲାଇ ଆଗେଇ ଚାଲିଛି ।
