STORYMIRROR

Dipti ranjan

Others

3  

Dipti ranjan

Others

ମନର କିଛି କଥା

ମନର କିଛି କଥା

1 min
167

              

ଆଜି ବି ଅତୀତ ଓ ବର୍ତ୍ତମାନ ଭିତରେ ବଞ୍ଚିବା ରେ ଏତେ କଷ୍ଟ ଅନୁଭବ ହେଉଛି ଯେମିତିକି, ହୁତୁ ହୁତୁ ଜଳୁଥିବା ନିଆଁ ରେ ଶୋଇଯାଇଛି। ନା ଅତୀତ କୁ ଭୁଲିପାରୁଛି, ନା ବର୍ତ୍ତମାନ କୁ ଗ୍ରହଣ କରିପାରୁଛି, ବାସ୍ ନିଜ ଭିତରେ ଥିବା ସମସ୍ତ ଯନ୍ତ୍ରଣା କୁ ତାଲା ପକେଇ ଚାବି କୁ ହଜେଇଦେଇଛି। ଜାଣିନି ସେ ଚାବି କୁ କେବେ ପୁଣି ଖୋଜି ପାଇବି କି ନାହିଁ, ଆଉ ସବୁ କିଛି କୁ ବାହାର କରି ନୂଆ ଜୀବନ ଗଢ଼ିପାରିବିକି ନାହିଁ । ହଁ ମୁଁ ଜାଣିଛି ମୋ ଦ୍ଵାରା ତୁମକୁ ଭୁଲିବା ସମ୍ଭବ ନୁହଁ। ତଥାପି ଚେଷ୍ଟା ନ କରି ହାରିଯିବା ବି ତ ଠିକ୍ ନୁହଁ । ତୁମେ ତ ବିନା ବୁଝାମଣା ରେ ସବୁ ସମ୍ପର୍କ କୁ ଉଡୁଥିବା ଗୁଡି ର ସୂତା କୁ କାଟିଲା ପରି କାଟି ଛାଡ଼ିଦେଲ , ଆଉ ମୁଁ ବିନା କିଛି ସାହାରା ରେ ଏଣେତେଣେ ବୁଲି ଶେଷରେ ତଳେ ପଡ଼ିଗଲି । ଆଉ ଯେତେ ଚାହିଁଲେ ବି ଉଡ଼ିବାକୁ ଉଡ଼ିପାରୁନି। ବାସ୍ ଖାଲି ଚାହେଁ ଜୀବନ ରେ କରିଥିବା ଭୁଲ୍ କୁ ନ ଦୋହରେଇ ସମୟ ସହ ଡୋର ବାନ୍ଧି ଆଗକୁ ଚାଲିଯିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍