Manasranjan Yadav

Others

4  

Manasranjan Yadav

Others

ମିଛୁଆ ଈଶ୍ୱର

ମିଛୁଆ ଈଶ୍ୱର

2 mins
378


ଆଶୁତୋଷ ଏକୁଟିଆ ବସିଛି ତେଲ ନଦୀର ମୁହାଣରେ, ଆଖିରେ ତା ଲୁହର ଧାର l ସତେ ଯେମିତି ଆଜି ଫିକା ପଡିଛି ତା ଲୁହର ଧାର ସାମ୍ନାରେ ତେଲ ନଦୀର ତୀବ୍ରତା l ଦୁହେଁ ପରସ୍ପର ମଧ୍ୟରେ ପ୍ରତିଷ୍ପାର୍ଦ୍ଧା କରୁଛନ୍ତି l ଏବଂ ଏହି ପ୍ରତିଷ୍ପାର୍ଦ୍ଧା ରେ ଆଜି ହାର ମାନୁଛି ତେଲ l


କିଛି ଦିନ ତଳର କଥା l ଆଶୁତୋଷ ନିକଟସ୍ଥ ରାୟଗଡା ଜିଲ୍ଲାକୁ ବୁଲିବାକୁ ଯାଇଥିଲା l ରାୟଗଡା ଦେଖିବାକୁ ଅତିସୁନ୍ଦର ଜିଲ୍ଲା l ରାୟଗଡ଼ର ପ୍ରତିଟି କୋଣ ଯେମିତି ସବୁଜିମାରେ ପରିପୂର୍ଣ୍ଣ l ସବୁଜିମା ସହ ପାହାଡ଼ ଘେରା ସତେ ଯେମିତି ବନ୍ଦୀ କରିଛି ରାୟଗଡା ସହରକୁ, ସହର ଟି ଓଡିଶା ଏବଂ ତେଲେଙ୍ଗାନା ରାଜ୍ୟ ମଧ୍ୟରେ ଶେଷ ଓଡ଼ିଆ ସହର ଅଟେ l ଏଠାକାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି l ହଜାର ହଜାର ଭକ୍ତଙ୍କ ସମାଗମ ହୁଏ ମା ଙ୍କ ଦର୍ଶନ ପାଇଁ, ଆଉ କୁହନ୍ତି ଭାଗ୍ୟରେ ଥିଲେ ମା ଙ୍କ ଦର୍ଶନ ହୁଏ l ଆଶୁତୋଷ ମାଙ୍କ ଦର୍ଶନ ପାଇଁ ଚାଲିଯାଇଛି l ମାଙ୍କ ମନ୍ଦିର ଦେଖିବାକୁ ଅତି ଆକର୍ଷକ ଏବଂ ପ୍ରତିମୂର୍ତ୍ତି ସତେ ଯେମିତି ଜୀବନ୍ତ l ମାଙ୍କୁ ଦର୍ଶନ ବେଳେ ଆଶୁ ମନେ ମନେ ନିଜର ଇଚ୍ଛା ଅବା ପ୍ରାର୍ଥନା ପ୍ରକାଶ କରିଛି ମାଙ୍କ ସମ୍ମୁଖରେ, ପୁଣି ଫେରିଆସିଛି l ମାଙ୍କ ଦର୍ଶନ ପରେ ଖୁସି ମନାରେ ଘରକୁ ଫେରିଆସିଛି l


କିଛିଦିନର ବ୍ୟବଧାନ ପରେ ସତେ ଯେମିତି ଆଶୁ ଜୀବନରେ ପାହାଡ଼ ଭାଙ୍ଗି ପଡିଛି l ବହୁ ଦିନର ତା ପ୍ରେମ କେଜାଣି କେମିତି ତା ଠୁ ଦୁରେଇ ଯାଇଛି l ମନରେ ଥିବା ଅସୁମାରୀ ସ୍ବପ୍ନ ନିମିଷକେ ଚୁରମାର ହେଇ ମରୁଚିକା ବାଲି ପରି ବିତୃଷ୍ନା ହେଇଯାଇଛି l ଆଖିର ସୁଖ ହଜିଯାଇଛି l ମନେ ମନେ ସେ ଝଡି ପଡିଛି ଏବଂ କେବଳ ଈଶ୍ୱରଙ୍କୁ ଗୋଟେ ପ୍ରଶ୍ନ କରୁଛି "ହେ ଈଶ୍ୱର ତୁମେ ଏ କଣ କଲ l "

ତୁମେ ସତରେ ଦୁନିଆରେ ନାହଁ l ମୁଁ ଯାହାକୁ ଏତେ ପ୍ରେମକଲି, ନିଜର ସର୍ବସ୍ବ ମାନିଲି ସେ ଆଜି ମୋ ଠୁ କେତେ ଦୂରେ l ସତେ ଯେମିତି ପୃଥିବୀ ଓ ଚନ୍ଦ୍ରମା l ଦୁହେଁ ପରସ୍ପରକୁ ଦେଖି ଅନୁଭବ କରୁଛନ୍ତି କିନ୍ତୁ ଏକା ହବା ଅସମ୍ଭବ l


ସେ ଗୋଟେ ଝିଅକୁ ବହୁତ ଦିନରୁ ଭଲ ପାଉଥିଲା l ଦୁହେଁ ଯେମିତି ଦି'ଶରୀର ହେଲେ ଗୋଟେ ହୃଦୟ l ପରସ୍ପର ମଧ୍ୟରେ ପ୍ରେମରଭାବ ଏମିତିକା ଥିଲା ଯେ ତାହା ବର୍ଣ୍ଣନା କରିବା ସଂକ୍ଷେପରେ ସମ୍ଭବ ନୁହେଁ l କିନ୍ତୁ ଅଦିନିଆ ଝଡ଼ରେ ଆଶୁତୋଷର ସେଇ ପ୍ରେମ ହଜିଯାଇଛି l ସେ ନିଜ ପ୍ରେମିକାକୁ କିଛି କହିପାରିନି l ସବୁତକ ରାଗ, ରୁଷା ଅଭିମାନ ଈଶ୍ୱରଙ୍କ ନାରେ ଓଗାଳି ଦେଉଛି l


ସତରେ ଈଶ୍ୱର ତୁମେ ନାହଁ l ଏମିତି କହି ତେଲ ନଦୀ ପାର୍ଶ୍ୱରେ ବହିଚାଲିଛି ହୃଦୟରେ ଲୁଚି ରହିଥିବା ସମସ୍ତ ଭାବନା l ବାରମ୍ବାର କହୁଛି ଈଶ୍ୱର ତମେ ଭାରି ମିଛୁଆ l ମୁଁ ସେଦିନ ପ୍ରାର୍ଥନା କରିଥିଲି ଯେ ମୋ ପ୍ରେମିକାର ସବୁତକ ଇଚ୍ଛା ପୂରଣ କର l ତାକୁ ଖୁସିରେ ରଖ, ତା ଦୁଃଖ ଯେମିତି ମୋ ଭାଗରେ ଦେଇଦିଅ l କିନ୍ତୁ ତମେ କିଛି ଶୁଣିଲ ନାହିଁ l ତମେ ଭାରି ମିଛୁଆ l ଏମିତି କହି କହି ଢଳି ପଡିଛି ଆଶୁତୋଷ l


ଆଶୁତୋଷ ମନରେ ଆଜି ମଧ୍ୟ ଈଶ୍ୱରଙ୍କୁ ନେଇ ସେଇ ଗୋଟେ ଭାବନା l ହେଲେ ସେ ସତରେ ବୁଝି ପାରିନି ଯେ ଈଶ୍ୱର କେବେ ନିଜ ପୁଅର ଭାବନାକୁ ଶୁଣନ୍ତିନି l ସେଦିନ ଈଶ୍ୱର ତା ହୃଦୟର ଭାବନାକୁ ବୁଝି ତା ମନ ମୁତାବକ ତା ସମସ୍ତ ଇଚ୍ଛା ପୂରଣ କରିଥିଲେ l ହେଲେ ସେ ବୁଝି ପାରିନି l ସେ ମାଗିଥିଲି ଯେ ତା ପ୍ରେମିକାର ସମସ୍ତ ଇଚ୍ଛା ପୂର୍ଣ୍ଣ ହେଉ ଯାହାକି ଈଶ୍ୱର ପୁରା କରିଦେଇଥିଲେ l ସେ ଝିଅର ଇଚ୍ଛା ଥିଲା ସେ ଆଶୁତୋଷ ଜୀବନରୁ ଦୂରକୁ ଚାଲିଯିବା ଯାହା ଆଜି ଘଟୁଛି l ହେଲେ ଆଶୁତୋଷ ତାହା ଜାଣିନ ପାରି ଈଶ୍ୱରଙ୍କୁ ଦୋଷମଳି କହୁଛି "ମିଛୁଆ ଈଶ୍ୱର" l



Rate this content
Log in

More oriya story from Manasranjan Yadav