ମା
ମା
ଝୁଣ୍ଟି ପଡିଲେ, ବାଟ ହୁଡ଼ିଲେ କିମ୍ବା କଣ୍ଟା ଫୁଟିଲେ ଆପେ ଆପେ ଯେଉଁ ଶବ୍ଦ ପାଟିରୁ ବାହାରି ପଡେ ତାହା ହେଉଛି ମା'। ନିଜେ ନ ଖାଇ ସନ୍ତାନ ପେଟକୁ ସଦାସର୍ବଦା ଭରିଦେଉଥିବା ନାଁ ଟି ହେଲା ମା'
ଚମ ଧୁଡୁଧୁଡୁ ଚିରା ଫଟା ଲୁଗାପିଦ୍ଧି ଅନ୍ୟ ଘରେ କାମ କରି ଯେତିକି ଟଙ୍କା ଆଣେ ରାଜଧାନୀ କୁ ପଠାଇଦିଏ ନିଜ ପୁଅ ତପନ ପାଖକୁ । ଗାଁ ରେ କୁହନ୍ତି ତପନ ମା'ର କେତେ ଧନ ସମ୍ପତ୍ତି ଥିଲା ସବୁ ବିକ୍ରି କରି ସେ ଟଙ୍କା ପଠେଇଦେଲା ପୁଅ ପାଖକୁ । ତପନ ମା'ର ଗୋଟିଏ ଆଖି ନଥାଏ ସେ କୁହେ, "ପୁଅ ମୋର ହାକିମ ହେବ ମୋ ଆଖି ଅପରେସନ କରିଦେବ ।" ପୁଅର ଚାକିରୀ ହୋଇଯାଏ ପୁଅ ମଧ୍ୟ ବିବାହ କରି ସ୍ତ୍ରୀ ପିଲାଙ୍କୁ ନେଇ ରାଜଧାନୀରେ ସୁଖରେ ରୁହେ । ଭୁଲି ଯାଇଥିଲା ତା'ର ଅନ୍ଧୁଣୀ ମା' କଥା।
ମା ଭାବେ ପୁଅର ଅସୁବିଧାରୁ ସେ ମୋ ପାଖକୁ ଆସି ପାରୁନାହିଁ । ତେଣୁ ସେ ପହଁଞ୍ଚି ଯାଏ ପୁଅ ପାଖରେ । ପୁଅ କବାଟ ବାଡେଇ ଡାକେ 'ଆରେ ତପୁ ତପୁ କିରେ ।' ତପନ ର ସ୍ତ୍ରୀ କବାଟ ଖୋଲେ ଏବଂ ଡରିଯାଇ ପୁଣି କବାଟ ଦେଇ ଦିଏ ଏବଂ ତପନକୁ ଡାକେ । ତପନ କବାଟ ଖୋଲି ଦେଖେ ତା'ର ମା'କୁ ଯାହାର ଗୋଟିଏ ଆଖି ନାହିଁ, ଲୁଗାପଟା ଅସନା, ମୁଣ୍ଡ ବାଳ ଫୁରୁଫୁରିଆ ଯେଉଁ ଦୃଶ୍ୟ ଦେଖି ତାର ସ୍ତ୍ରୀ ଡରି ଥିଲା । ତପନ ମା'କୁ କହିଲା ତୁ ଏଠାରୁ ପଳାଇଯା ତୋର ଏହି ମୁହଁ ଦେଖି ମୋ ସ୍ତ୍ର୍ରୀ, ପିଲାମାନେ ଡରୁଛନ୍ତି । କିଛି ଆପତ୍ତି ନ କରି ଗୋଟିଏ କାଗଜ ତପନ ହାତ କୁ ଦେଇ ଫେରିଆସିଥଲା। ମା' ତା'ର ଯେଉଁଥିରେ ଲେଖା ଥିଲା ପିଲା ବେଳେ କୁଆ ବାଡ଼ି ଖେଳିବା ସମୟ ରେ ବାଡ଼ି ବାଜି ତପନର ଗୋଟେ ଆଖି ଫୁଟି ଯାଇଥିଲା । ତା'ର ମା ନିଜର ପୁଅ ପାଇଁ ଗୋଟେ ଆଖି ଦେଇଦେଇଥିଲା । ଯେଉଁ ଆଖି ନଥିବାରୁ ସେ ତା ମା’ କୁ ଡରୁଥିଲା, ତା' ପରେ ତପନ ନିସ୍ତବ୍ଧ ହୋଇ ବସି ପଡ଼ିଲା ତା'ର ସବୁ ମନେ ପଡିଲା । ମା'ର ପଣତ, ଓଷାରେ ମା’ କରି ଦେଉଥିବା ପିଠା, ନିଜେ ତୋରାଣି ପେପିଇ ତାକୁ ଖୁଆଇଥିବା ଭାତ, ଆମ୍ବ ଚୋରି ଯୋଗୁଁ ମା' କୁ ଲୋକମାନେ କହୁଥିବା କଟୁକଥା । ତା'ପରେ ସେ ଉଠିଲା ଏବଂ ଖୋଜିଲା ତା'ର ସେହି ସ୍ନେହି, ଆଦରି ମା' କୁ ।
