STORYMIRROR

Pankajabasini Mohanty

Others

3  

Pankajabasini Mohanty

Others

ମା ଦୁର୍ଗI

ମା ଦୁର୍ଗI

1 min
252


ଶରତର ନିର୍ମଳ ଆକାଶେ ପହିଲି ଶିଶିର ପରସେ ଗଙ୍ଗ ଶିଉଳିର ହସ, ନଇପଠାରେ କାଶତଣ୍ଡୀର ନାଚ, ପୁର୍ଣଗର୍ଭା 

ନଦୀର ସଂଗୀତ ମୂର୍ଚ୍ଛନା, ଚଳଚଂଚଳ ପ୍ରକୃତି ରାଣୀ ,

ଜଗତ ଜୀବନ ଜାଗ୍ରତ ହୋଇଉଠେ "ମା" ର ପବିତ୍ର "ଚଣ୍ଡି"

ପାଠରେ. ଚତୁର୍ଦିଗ ପ୍ରକମ୍ପିତ ହୁଏ ଅମୃତ ପରସେ I


ଜାୟା, ଜନନୀ,ଭଗିନୀ, ତେଜସ୍ୱିନୀ, ନାରାୟଣୀ 

ସହନଶକ୍ତିର ପ୍ରତୀକ,ଗୃହର ଲକ୍ଷ୍ମୀ,ସାଠିଏ ପଉଟିର ଚାବି, 

ଦୀପର ଉଜ୍ବଳ ଆଲୋକ,ପୁର୍ଣମିର ଜହ୍ନ,ଶୀତଳ ଜୋସ୍ମା,

ସୌନ୍ଦର୍ଯ୍ୟର ଗନ୍ତାଘର,ସୁଲଳିତ ଗୀତ,ଆଶିଷର ସ୍ରୋତ,

ପବିତ୍ର ଝର,ସେ ସୃଷ୍ଟି ଆଦ୍ୟ ଚିରନ୍ତନି ସର୍ବଂସହା "ମା"

ଦଶଭୁଜେ ଦଶIୟୁଧ...."ମା" ଦୁର୍ଗI


ତୁମ ଆବିର୍ଭଵେ ମନ୍ଦୀରଠୁ ଘର ସବୁଠି କୋଳାହଳ,

ତୁମ ପାଦସ୍ପର୍ଶେ ଜଗତ ବ୍ୟIଗ୍ରତ,ଅସତ୍ୟ ଉପରେ ସତ୍ୟର 

ଜୟ,ତୁମେ ଶାନ୍ତି,ମୁକ୍ତି,ସୃଷ୍ଟି ମହାର୍ଘ୍ୟ ସମ୍ପତି "ମା"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Pankajabasini Mohanty