Samir Kar

Others

3  

Samir Kar

Others

କୁନି ଶୁଆ

କୁନି ଶୁଆ

2 mins
458


ଅନେକ ଦିନ ତଳର କଥା । ମୁଁ ମୋ ରାସ୍ତାରେ ଏମିତି ଚାଲିଥାଏ । ଏକା ଏକା..।

ହଠାତ୍ ଦିନେ ମୋତେ ବାଟରୁ ମିଳିଗଲା ଗୋଟେ ସୁନ୍ଦରିଆ କୁନି 'ଶୁଆ' ଟିଏ । ଶୁଆ'ଟା ଛୋଟ ହେଲେ କଣ ହବ, ବେଶ୍ ଭଲ କଥା କହିପାରୁଥିଲା । ମୋତେ ବି ଭାରି ଭଲ ଲାଗିଲା । ତା' କଥା ଶୁଣିବାକୁ । କଥାବାର୍ତ୍ତା କଲି । 'ଆରେ...ବାଃ । ବଢିଆ ...ତ । ସେ ବି ସାଥ୍ ଦେଲା।


ଏଣିକି, ମୋତେ ଆଉ ଏକାଏକା ଲାଗିଲାନି। ମୋତେ ସାଥୀଟାଏ ମିଳିଗଲା । ତାକୁ... ବି। ଆରମ୍ଭ ହେଇଗଲା ଗୋଟେ ଭିନ୍ନଧରଣର ବନ୍ଧୁତ୍ବ । ଶୁଆଟି ମୋ ମନକଥା ବୁଝିପାରୁଥିଲା,..ଠିକ୍ ସେମିତି, ମୁଁ ବି ତା' ମନକଥା ବୁଝିପାରୁଥିଲି।

 ସମୟ ଗଡିଚାଲିଲା । ଛୋଟଶୁଆ ଧିରେଧିରେ ବଡ ହେଲା । ବୁଦ୍ଧି ବଢିଲା । ବାହାରେ ଉଡିଲା । ବହୁତ୍ ଲୋକଙ୍କୁ ଦେଖିଲା । ବହୁତ୍ ଲୋକ ତାକୁ ଭଲପାଇଲେ..। ଆଦର କଲେ । ଭଲକଥା..। ଆଦର କରିବାଟା କଣ ଖରାପ କି। କିନ୍ତୁ ଶୁଆ ଟି ସେମାନଙ୍କ ନୂଆନୂଆ ସ୍ନେହରେ ଏମିତି ଲାଖିରହିଲା ଯେ, ମୋ ସହ କଥାହବାକୁ ଆଉ ପସନ୍ଦ କଲାନି ।

   

ମୋତେ ଦୁଃଖଲାଗିବା କଥା । ହେଲେ ମୁଁ ତ ଆଗରୁ ପୁଣି ଏମିତି ଏକାଏକା ଚାଲୁଥିଲି। ତେଣୁ ମନକୁ ବୁଝେଇଦେଲି। ବୋଧହୁଏ ଯେହେତୁ ମୁଁ ମନସ୍ତତ୍ତ୍ବ ଉପରେ ଗବେଷଣା କରୁଥିଲି, ସେଥିପାଇଁ ମୋ 'ମନ' କୁ ବୁଝେଇଦବାରେ ମୋତେ ଅସୁବିଧା ହେଲlନି।

         ମୁଁ ପୁଣି ମୋ ରାସ୍ତାରେ ଆଗେଇଲି। ....ଏକୁଟିଆ । ଏଥର କିନ୍ତୁ ନୂଆପ୍ରକାର ଅସୁବିଧାଟେ ଆସି ପହଞ୍ଚିଲା। କ'ଣ... ନା, ଯୋଉ ଶୁଆ ଟି ମୋଠାରୁ ଦୂରେଇ ଦୂରେଇ ଉଡୁଥିଲା, ସେ ପୁଣି ମଝିରେ ମଝିରେ ମୋ ପାଖକୁ ଉଡିଆସି ମୋତେ ଡାକି ଦେଇ ମୋ ପାଖେ ବସି ପଡୁଥିଲା । ..ଆଉ ମୁଁ ଯେମିତି ତା ସାଙ୍ଗେ କଥାବାର୍ତ୍ତା କରିବାକୁ ଆରମ୍ଭ କରୁଥିଲି, ...ଚଟ୍ କିନା ଉଡିଯାଉଥିଲା । ଏମିତି ଥରେ ନୁହଁ କି ଦୁଇଥର ନୁହଁ, ପ୍ରାୟ ଅନେକ ଥର ଘଟିଲା। ମୋତେ ଭାରି ଖରାପ୍ ଲାଗିଲା। ନିଜକୁ ବୋକା ବୋକା ମନେହେଲା। ହେଲେ ମୁଁ କଣ ବା କରନ୍ତି ଯେ। ଜଣଙ୍କ କଥାଶୁଣି ଉତ୍ତର ନଦେଇ, ଚୁପ୍ ବା କେମିତି ରହନ୍ତି ଯେ..?

ଧରାଯାଉ- ମୁଁ ଆପଣଙ୍କୁ ଡାକିବି, କଥାବାର୍ତ୍ତା ଆରମ୍ଭ କରିବି, ଆଉ ଆପଣ କଥା ଆରମ୍ଭକଲା ମାତ୍ରେ ମୁଁ ଫଟ୍ କନା ଉଠିକି ଚାଲିଆସିବି, 'ଆପଣଙ୍କୁ ଖରାପ୍ ଲାଗିବନି ? ମୋତେ ବି,... ଠିକ୍ ସେମିତି 'ଖରାପ୍' ଲାଗୁଥିଲା । ମୋ...'ନିଜ - ଉପରେ' I


Rate this content
Log in

More oriya story from Samir Kar