STORYMIRROR

ସୁରେନ୍ଦ୍ର ମିଶ୍ର

Children Stories

3  

ସୁରେନ୍ଦ୍ର ମିଶ୍ର

Children Stories

କୁନି ବାବୁ

କୁନି ବାବୁ

2 mins
177

କିଛି ଅଭୁଲା ସ୍ମୃତି ମୋ ଆଖି ଆଗରେ

ଘଟିଥିଲା କିଛି ବର୍ଷ ପୂର୍ବେ 

ଗୋଟିଏ ଖେଳନା ଦୋକାନ ପାଖରେ

ଗୋଟେ 8 ବର୍ଷ ର କୁନି ବାବୁ ତାର କୁନି ଭଉଣୀ

କୁ ହାତ ଧରି ରାସ୍ତାରେ ଟାଣି ଟାଣି ଆଣୁଥାଏ

ତାକୁ କଣ୍ଢେଇ ଦୋକାନ ରୁ କଣ୍ଢେଇ କିଣିଦେବା ପାଇଁ 5 ବର୍ଷ ର ସାନ ଭଉଣୀ ମୁହଁ ରେ ସତରେ ବହୁତ ଖୁସିର ମହକ ଦେଖିବାକୁ ସୁନ୍ଦର ।

ବାବୁ ପାଖରେ ବେଶୀ ପଇସା ନାହିଁ କେବଳ 

ସାର୍ଟ ର ପକେଟ କିଛି ମୁଦ୍ରା ଅଛି ଯାହା କି ଆଜି

ଦୁନିଆରେ କିଛି ମୂଲ୍ୟ ନାହିଁ ତାର ସଭିଏ କୁହନ୍ତି

କଣ ବା ଆସିବା ଏତିକି ରେ ହଁ ସତ କଥା କିନ୍ତୁ ବାବୁ ଆଗରେ ତାର କୁନି ଭଉଣୀ କିଛି ଖୁସି ମାଗିଛି କେମିତି ମନା କରିବ ଭାଇ, ସିଏ ପରା ତାର ସୁନା ଭଉଣୀ ଦୋକାନ ପାଖରେ ଆସି ପହଁଚିଲେ ଦୁହେଁ ,ବାବୁ ଦୋକାନୀକୁ କଣ୍ଢେଇ କୁ ଦେଖେଇ ମାଗିଲା ଦୋକାନୀ ଦେଲା ତାପରେ 

ବାବୁ ଦୋକାନୀ କୁ ପଚାରିଲା କେତେ ପଇସା କଣ୍ଢେଇ ର ଦାମ ପୁଣି ସାର୍ଟ ପକେଟ ରୁ କିଛି ମୁଦ୍ରା ବାହାର କରିଲା ଆଉ ଦୋକାନୀର ପାଖରେ ରଖିଦେଲା ବାବୁ ଆଉ କହିଲା ଆଜ୍ଞା ଏତିକିରେ

ହେଇଯିବ ତ ଦୋକାନୀ କୁନି ଭଉଣୀ ଓ ନିରୀହ ବାବୁ କୁ ଦେଖୁଛି ତାର ଭଉଣୀ ପାଇଁ ଅମୁଲ୍ୟ ତୁଲ୍ୟ ଭଲ ପାଇଁ ବହୁତ ଦିନ ପରେ ଭଉଣୀ ଖେଳନା ଦେଖୁଛି ସେଥିପାଇଁ ତାର ମୁହଁରେ

ଅପୂର୍ବ ହସ, ଖୁସିର ଉଜ୍ଜଳ ପୂର୍ଣ୍ଣ ରେ ଭରି ହୋଇଯାଏ।

ଦୋକାନୀ କହିଲା ବାବୁ ତୁମେ ଯେତେ ମୁଦ୍ରା ଦେଲଣି ତାହା ବେଶୀ ଅଧିକ ଖେଳନା ଏତେ ପଇସା ନୁହଁ ସେ ପଇସା ସବୁ ଦୋକାନୀ ନେଲେ ଆଉ ବଦଳରେ ଖେଳନା ଦେଲେ ପିଲା ଦୁହେଁ ବହୁତ ଖୁସିରେ କୌଣସି ମାତ୍ର ନାହିଁ ।।

ଦୋକାନୀ ଜଣ ଦୁଇ କୁନି ଭାଇ ଭଉଣୀର ଦୁଃଖ, ପରିସ୍ଥିତିକୁ ତାର ମୁହଁର ଢଳ ଢଳ ଆଖିର ଖୁସି କୁ ବୁଝି ପାରିଲା କଣ ତାର ଅଭାବ ହେବ ଯଦି ଜଣେ କୁନି ଛୁଆ କୁ ଟିକେ କମ ଦାମରେ ଗୋଟେ ଖେଳନା ଦେଇଦେବ ସେ ଛୁଆର ଖୁସି ବଦଳରେ ଖେଳନା ର ମୂଲ୍ୟ ବହୁତ କମ ।।

ବାବୁ ବହୁତ ଖୁସି କାହିଁକି ନା ସେ ଭାଇଟି ବି ଭାବିଲା ସେ କାହା ଆଗରେ ହାତ ପାତି ନାହିଁ ହକ ପଇସା ଦେଇ ଦୋକାନ ରୁ କିଣିଦେଇଛି ତାର ସୁନା ଭଉଣୀ ପାଇଁ ଖେଳନା ।ସତରେ ସଂସାର ରେ କେବଳ ପଇସା ପାଇଁ ସମସ୍ତେ ବଞ୍ଚୁ ନାହାନ୍ତି ବହୁତ ଭଲ ବ୍ୟକ୍ତି ମଧ୍ୟ ଅଛନ୍ତି ।

ଆଜିକାଲି କା ଦୁନିଆରେ ମଣିଷ ମଣିଷ କୁ ଯେମିତି ବ୍ୟବହାର କରୁଛନ୍ତି ତାହା କହିହେବ ନାହିଁ ,ସତରେ ମାନବ ସେବା ହିଁ ମାଧବ ସେବା ସମସ୍ତଙ୍କୁ ଅନୁରୋଧ ଜଣେ ବ୍ୟକ୍ତି ଙ୍କୁ ସାହାଯ୍ୟ କରିଲେ ଆପଣଙ୍କର କିଛି ଉଣା ହେବ ନାହିଁ ଆପଣଙ୍କର ଉନ୍ନତି ଓ ଭଗବାନଙ୍କର ଆଶୀର୍ବାଦ ଆପଣଙ୍କର ଉପରେ ସର୍ବଦା ରହିବ ।।

ଜୟ ଜଗନ୍ନାଥ ସ୍ୱାମୀ 

ସମସ୍ତ ଙ୍କୁ ସାହଯ୍ୟ କରିବା 

ଆଗକୁ ଗୋଟିଏ ପାହାଚ।


Rate this content
Log in