କର୍ମ ଅନୁସାରେ ଫଳ
କର୍ମ ଅନୁସାରେ ଫଳ
(କର୍ମ ଅନୁସାରେ ଫଳ)
ଥରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଋରୁଛନ୍ତି ହେ ମାଧବ, ଆମ ଅଜାଣତରେ ଆମେ ବହୁସାରା ଭୁଲ୍ କରୁଛେ । ବହୁସାରା ପାପ କରୁଛେ । କ’ଣ ସେ ପାପ ଆମକୁ ଲାଗୁଛି ? ଶ୍ରୀକୃଷ୍ଣ ଟିକେ ହସିଲେ ଆଉ କହିଲେ, ହେ ପାର୍ଥ ଗୋଟିଏ ଗପ କହୁଛି ଶୁଣ । ଗୋଟେ ଦେଶରେ ଗୋଟେ ବଡ଼ ରାଜା ଥିଲେ ଓ ତାଙ୍କ ହୃଦୟଟି ବହୁତ ବଡ଼ ଥିଲା । ସେ ଗୋଟେ ଭବ୍ୟ ଭୋଜିର ଆୟୋଜନ କଲେ । ଯେଉଁ ଭବ୍ୟ ଭୋଜିରେ ସେ ପୁରା ଦେଶର ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । ଦେଶର ଲୋକମାନେ ଆସିଲାବେଳେ ସେ ନିଜ ହାତରେ ପରସି ଦେଉଥିଲେ । ଯେତେବେଳେ ସେ ହାତରେ ଭୋଜି ପରସି ଦେଉଥିଲେ, ଆକାଶ ମାର୍ଗରେ ଗୋଟେ ଚିଲ ଏକ ମୃତ ସାପକୁ ନେଇ ଯାଉଥିଲାବେଳେ ସାପର ଦୁଇବୁନ୍ଦା ବିଷ ରାଜାଙ୍କ ହାତରେ ପଡ଼ିଲା । ସେଇ ଖାଇବା ଖାଇକି ଜଣେ ବ୍ରାହ୍ମଣ ମରିଗଲେ । ଯମରାଜ ଭାବିଲେ ଏଠି ଦୋଷ କାହାର ? ପାପ କାହାର ? ପାପ କ’ଣ ସେ ରାଜା ଯିଏ କି ଖାଦ୍ୟ ଦେଉଥିଲେ ? ନା ପାପ ସେ ଚିଲର ଯିଏକି ତାର ପିଲା ଛୁଆଙ୍କ ପାଇଁ ଆହାର ନେଇକି ଯାଉଥୁଲା ? ନା ପାପ ସେହି ସାପର ଯାହା ଦେହରେ ଜୀବନ ହିଁ ନାହିଁ ।
ଏମିତି କିଛି ଦିନ ଗଲାପରେ ତିନିଜଣ ବ୍ରାହ୍ମଣ ସେହି ରାଜାଙ୍କୁ ଭେଟିବାକୁ ଆସୁଥିଲେ । କିନ୍ତୁ ବାଟ ଜାଣିନଥିଲେ । ସେ ସମସ୍ତଙ୍କୁ ପଋରି ପପ୍ସରି ଆସୁଥିଲେ, ଏ ମହାନ୍ ରାଜାଙ୍କର ପ୍ରାସାଦ କେଉଁଠି ? ସେ ବାଟରେ ଜଣେ ମହିଳାଙ୍କୁ ଦେଖୁଲେ ଆଉ ପପ୍ସରିଲେ ସେ ମହାନ୍ ରାଜାଙ୍କର ରାଜପ୍ରାସାଦ କେଉଁଠି ? ସେ ମହିଳା ଜଣଙ୍କ ରାଜପ୍ରାସାଦର ବାଟ ଦେଖାଇଦେଲେ । ତା’ପରେ ସେ ତାତ୍ସଲ୍ୟ ଓ ମଜାରେ କହିଲେ- ସେ ରାଜାଙ୍କ ପାଖକୁ ଯାଉଛ ନା, ବାଗେଇକି ଥିବ । ସେ ବ୍ରାହ୍ମଣମାନଙ୍କୁ ବିଷ ଦେଇ ମାରିଦେଇଛି । ହା, ହା, ହା... । ଯେତେବେଳେ ଏହି ଘଟଣା ଘଟିଲା ନା ଯମରାଜା ପୁରା ବ୍ରହ୍ମଦୋଷ ସେହି ମହିଳାକୁ ଦେଇଦେଲେ । ତା’ ପରେ ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ଶ୍ରୀକୃଷ୍ଣଙ୍କୁ ପଟ୍ଟରିଲେ । ସେ ମହିଳାର ଏ ବିଷୟରେ କିଛି ବି ଲେନାଦେନା ନାହିଁ । ଏହି ସମ୍ପର୍କରେ ସେହି ମହିଳାର କିଛି ବି ଅଭିଜ୍ଞତା ନଥିଲା । ତାଙ୍କୁ କ’ଣ ପାଇଁ ବ୍ରହ୍ମଦୋଷ ଲାଗିଲା ? ଶ୍ରୀକୃଷ୍ଣ ଟିକେ ହସିଲେ, ଆଉ କହିଲେ ଯେତେବେଳେ ବ୍ରାହ୍ମଣ ଜଣକ ମରିଗଲେ ନା, ସେତେବେଳେ ରାଜାଙ୍କୁ ଖୁସି ଲାଗିନଥ୍ଲା ? ସେ ଚିଲକୁ ମଧ୍ଯ ଖୁସି ଲାଗି ନଥୁଲା । ସେ ସାପକୁ ମଧ୍ଯ ଖୁସି ଲାଗିନଥିଲା । ତାର ମଜା ଉଡ଼େଇଲା କିଏ ? ନା ଏହି ମହିଳା ଜଣକ । ତେଣୁ ସେ ମହିଳାକୁ ବ୍ରହ୍ମଦୋଷ ଲାଗିଲା ।
କାହା ସାଙ୍ଗେ ଅଜାଣତରେ କିଛି ଯଦି ଖରାପ ହେଉଛି ନା, ତା’ର କେବେ ମଜା ଉଡ଼ାଇବା ନାହିଁ । ନଚେତ୍ ତାର ସବୁତକ ଦୋଷ ଆମକୁ ଲାଗିଯାଇଥାଏ । ସେଥିପାଇଁ କେବେହେଲେ କାହାରି ବି ମଜା ଉଡ଼େଇବା ନାହିଁ । କ’ଣ ଠିକ୍ ତ?
