କନ୍ୟାଭ୍ରୁଣ
କନ୍ୟାଭ୍ରୁଣ
1 min
207
କନ୍ୟାକୁ କହନ୍ତି ଘରର ଲକ୍ଷ୍ମୀ
ଘରକୁ ଦିଶେ ସୁନ୍ଦର,
ଦୟା, କ୍ଷମା, ସହନଶୀଳତା
ଏହି କାମଟି ତାହାର।
କନ୍ୟାଟି ନାହିଁ ଅବହେଳା ଯେ
ନାହିଁଟି ସେ ଦୁର୍ବଳା,
ବିପଦେ ସିଏ ମାଁ ଦୁର୍ଗା ପରି
ସୁଖରେ ହୁଏ କମଳା।
କନ୍ୟା ନ ଅଟଇ ଘୃଣାର ପାତ୍ରୀ
ସେ ବିନମ୍ରତା ର ପ୍ରତୀକ,
କନ୍ୟାଭ୍ରୁଣ କୁ ସୁରକ୍ଷିତ ରଖି
ପାଇବାକୁ ଦିଅ ଏ ମାଟିର ମହକ।
କେତେ ସତୀ, ବୁଦ୍ଧିମତୀ, ବୀର ଜନନୀ ହୋଇ
ହେଲେ ଜନମ,
ସେଭଳି ନାରୀ କନ୍ୟାକୁ ଫିଙ୍ଗିବା
ନୁହଁଇ ପରା ଧରମ।
କନ୍ୟା ସନ୍ତାନର ଲାଳନ କରି
ପହଞ୍ଚାଇ ଦେବା ଶିକ୍ଷାର ପାଶେ,
ପୁରୁଷ, ମହିଳା ଉଭୟେ ସମାନ
ଏ ମହିମଣ୍ଡଳ ଦେଶେ।
