STORYMIRROR

Rudra prasada Mahapatra

Children Stories Inspirational

3  

Rudra prasada Mahapatra

Children Stories Inspirational

ଖରାପ ଲୋକକୁ ପରିତ୍ୟାଗ କରିବା ଉଚିତ

ଖରାପ ଲୋକକୁ ପରିତ୍ୟାଗ କରିବା ଉଚିତ

1 min
351


ଥରେ କୌଣସି ଜଣେ ବଣିକ ବ୍ୟବସାୟ ପାଇଁ ଓଟ ପିଠିରେ ବସି ଯାତ୍ରା କରୁଥିଲେ। ବାଟରେ ଯାଉଥିବା ସମୟରେ ରାତ୍ରି ହୋଇଗଲା । ଗାଁ ବହୁତ ଦୂରରେ ଥିବା ଯୋଗୁଁ କୌଣସି ଆଶ୍ରୟ ସ୍ଥଳ ପାଇଲେ ନାହିଁ । ରାତ୍ରି ଯାପନ ପାଇଁ ସେ ନିଜେ ତମ୍ବୁ ଟାଣି ରହିଲେ। ନିଜ ତମ୍ବୁ ଖୁଣ୍ଟରେ ଓଟକୁ ବାନ୍ଧି ଦେଲେ। ରାତିରେ ଭୋଜନ କରି ଶୋଇବାକୁ ଗଲେ। ମଧ୍ୟ ରାତ୍ରିରେ ଶୀତ ପ୍ରକଳ ହେଲା ଓଟଟି ଶୀତକୁ ସହିନପାରି ନିଜ ମାଲିକକୁ କହିଲା, ହେ ସ୍ଵାମୀ ଶୀତ ବହୁତ ହେଉଛି . ଏଣୁ ତମ୍ବୁ ଭିତରେ ନିଜ ମୁହକୁ ରଖିବା ପାଇଁ ଆପଣ ଦୟା କରନ୍ତୁ । ଦୟାକୁ ମାଲିକ ଅନୁମତି ଦେଇଥିଲେ । ଏହାପରେ ଓଟଟି ନିଜର ଆଗ ପାଦ ଦୁଇଟି ତମ୍ବୁ ଭିତରେ ରଖିବା ପାଇଁ ଅନୁମତି ମାଗିଲା । ଅନୁମତି ପ୍ରଦାନ କରିବା ପରେ ଓଟଟି ଧିରେ ଧିରେ ନିଜ ସମ୍ପୁର୍ଣ୍ଣ ଶରୀରକୁ ତମ୍ବୁ ଭିତରେ ପ୍ରବେଶ କରାଇ ନିଜ ମାଲିକକୁ ତମ୍ବୁ ବାହାରକୁ ଚାଲିଯିବା ପାଇଁ ଆଦେଶ ଦେଲା। କାରଣ ତମ୍ବୁ ମଧ୍ୟରେ ଦୁଇଜଣ ରହିବା ପାଇଁ ସ୍ଥାନ ନଥିଲା, ଓଟ ମାଲିକବାହାରକୁ ଯିବାକୁ କୁଣ୍ଠିତ ହେବାରୁ ଓଟଟି ତାକୁ ପାଦରେ ଗୋଇଠା ମାରି ବାହାରକୁ ବାହାର କରିଦେଲା। 

   ଏଣୁ ଯଥାର୍ଥରେ କୁହାଯାଇ ଅଛିକି ,ପ୍ରଥମରୁ ହିଁ ଖରାପ ଲୋକଙ୍କୁ ଦୂରେଇ ରଖିକା ଉଚିତ, ନଚେଣ୍ ନିଶ୍ଚିତ ବିପଦ ଆସିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍