STORYMIRROR

Bharati Dash

Others

4  

Bharati Dash

Others

ଜଗନ୍ନାଥ ତୁମେ ପରମବ୍ରହ୍ମ

ଜଗନ୍ନାଥ ତୁମେ ପରମବ୍ରହ୍ମ

1 min
278


ଜଗନ୍ନାଥ ପରମବ୍ରହ୍ମ ଜ୍ୟୋତି ମୟ

ସତ୍ୟ ସନାତନ ରୂପି

ଚତୁଃର୍ରଵେଦ ଯାର ଅଳଙ୍କୃତ ଅଟେ

ପ୍ରଣଵର ମହାଶକ୍ତି ୧/


କ୍ଷର ରେ ବିନାଶ ତତ୍ତ୍ ପୁରୁଷେ ଉର୍ଦ୍ଧ୍ବ

ଅକ୍ଷରରେ ଅବିନାଶି

ପ୍ରତି ନିଶ୍ଵାସ ରେ ପ୍ରତି ବିଶ୍ଵାସରେ

ଅଜପା ଜପର ସ୍ଥିତି ୨/


ପଞ୍ଚଭୂତେ ପଞ୍ଚଆତ୍ମାର ପ୍ରତିଷ୍ଠା

ମୂଳ ଆଧାର ତତ୍ତ୍ଵରେ

ରାଶି, ରାଶି ଅଣୁ ମଧ୍ୟେ ରହି ଯିଏ

ଯୋଗ କରେ ଜୀବ ଠାରେ ୩


ସତ୍ ଚିତ୍ତ୍ ପ୍ରଭୁ ଆନନ୍ଦ ମୟ ହେ

ନାଭିଵ୍ରହ୍ମେ ଶକ୍ତିଯାର

ହେ ଅନନ୍ତ ସର୍ଵ ଵ୍ଯାପକ ପ୍ରଭୁହେ

ଅବ୍ୟକ୍ତ ତତ୍ତ୍ଵର ସାର ୪/


ଅନନ୍ତ ଅବ୍ୟକ୍ତ ଅବର୍ଣ୍ଣନୀୟ ସେ

କୋଟି କୈବଲ୍ୟର ଦାତା

ଅନୁଭଵର ସେ ଵ୍ରହ୍ମମୟ ସାର

ନେତି, ନେତି ବେଦ ଗାଥା ୫/


ଗ୍ରହରୂପି ଜନାର୍ଦ୍ଦନ ବ୍ରହ୍ମମୟ

ସହସ୍ର ନାମରେ କ୍ଷାତ

ଜଗତ ଜନର ବନ୍ଧୁ ଶଖା ଯିଏ

ମହାବାହୁ ଜଗନ୍ନାଥ ୬/


ପରମ ପୁରୁଷ ରହସ୍ୟମୟ ସେ

ଶ୍ରୀମନ୍ଦିର ବେଢା ଠାରେ

ରାଶି ରାଶି ତତ୍ତ୍ଵ ଭରି ରହିଅଛି 

ମନ୍ଦିର ପରିକ୍ରମା ରେ ୭/


ପ୍ରଜ୍ଞାନୁ ଭାଵରେ ଅନୁଚିନ୍ତା ଯିଏ

ଚିନ୍ତନ ମନନ କରେ

ସୋହ°ରେ ମାର୍ଜିତ ତତ୍ତ୍ଵଦର୍ଶୀ ଵିଜ୍ଞ

ସଦା ତଵ ଅନୁଭଵେ ୮/


ଚେତନା ମୋହର ଅଭିବୃଦ୍ଧି କରି

ଅଃନ୍ତମୁଖୀ ମୋତେ କର

ସ°ସାର ଅସାର ମାୟା ମରୀଚିକା

ଭଵ ସାଗରୁ ଉଦ୍ଧାର ୯/



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍