ହରିବଂଶ 🌹🌹( ଭାଗ -୧)********
ହରିବଂଶ 🌹🌹( ଭାଗ -୧)********
ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ,।
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ ।।
ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥା ।
ଆଦୌ ଚାନ୍ତେ ଚ ମଧ୍ୟେ ଚ ହରିଃ ସର୍ଵତ୍ର ଗୀୟତେ ।।
ମୁକଂ କରୋତି ବାଚାଳଂ ପଙ୍ଗୁ ଲଙ୍ଘଯତେ ଗିରିଂ ।
ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ।।
ବେଦାନୁଦ୍ଧରତେ ଜଗତି ବହତେ ଭୟଗୋଳମୁଦ୍ ବିଭ୍ରତେ। ଦୈତ୍ୟାନ୍ ଦାରୟତେ ବଳିଂ ଛଳୟତେ କ୍ଷତ୍ରିକ୍ଷୟଂ କୁର୍ବତେ ।। ପୌଲସ୍ତ୍ୟଂ ଜୟତେ ହଳଂ କଳୟତେ କାରୁଣ୍ୟମାତନ୍ନତେ । ମ୍ଳେଚ୍ଛାନ୍ ମୂର୍ଚ୍ଛୟତେ ଦଶାକୃତକୃତେ କୃଷ୍ଣାୟ ତୁଭ୍ୟଂ ନମଃ ।
ଵ୍ୟାସ ବଶିଷ୍ଠ ନପ୍ତାରଂ ଶକ୍ତେଃ ପୌତ୍ରମକଳ୍ମଷଂ।
ପରାଶରାତ୍ମଜଂ ବନ୍ଦେଶୁକତାତଂ ତପୋନିଧିଂ ।।
#ଜୟ_ଶ୍ରୀଗଣେଶଙ୍କ_ଜନ୍ମ_ବୃତ୍ତାନ୍ତ_ଓ_ବନ୍ଦନ
ଜୟ ଶ୍ରୀ ଗଣେଶ ପ୍ରଭୁ ଲମ୍ବୋଦର ,ଆପଣଂକୁ ସ୍ମରଣା କଲେ
ସମସ୍ତ ଜୀଵ ସକଳ ଜନ୍ମ ,ଜନ୍ମ ଧରି ଅମର ହୁଅନ୍ତି ।ତୁ ହିଁ ସର୍ଵ ସିଦ୍ଧି ଙ୍କର ଆଦିଶକ୍ତି ।ତୋତେ ଆରାଧନା କରି ଦେବତାମାନେ ଗମନ କରିଥାନ୍ତି ଓ କୌଣସି ବାକ୍ୟ ଉଚ୍ଚାରଣ କଲାବେଳେ ବିଘ୍ନରାଜ ଙ୍କର ନାମକୁ ନେଇ ଥାଆନ୍ତି ।ହେ ଗଜାନନ ତୁମେ ସେଇ ହରଙ୍କର ସୁତ ଅଟ ।ମାତା ପାର୍ବତୀ ଅତି ହରଷ ରେ ତୁମ୍ଭକୁ ସୃଷ୍ଟି କରିଥିଲେ । ଦିନେ ହର କପିଳାସ ଛାଡି ପାତାଳପୁରକୁ ଯାଇ ଘୋର ତପସ୍ୟା ରେ ରହିଲେ।ଗୋଟିଏ ଦିନକୁ କହି ହର ଗୋଟିଏ କଳ୍ପ ରହିଗଲେ।ମାତା ପାର୍ବତୀ ଏକାକୀ କପିଳାସରେ ରହିଥାନ୍ତି ।ଦିନେ ପାର୍ବତୀ ମନେ ମନେ ବିଚାର କଲେ !ହର ,ପାପରୁ ମୁକ୍ତି ପାଇବା ପାଇଁ ହର ତପସ୍ୟା କରିବାକୁ ଯାଇ ଆଉ ଆସିଲେ ନାହିଁ ।ହେ ବିଶ୍ୱନାଥ ମୋତେ ଛାଡ଼ି ତୁମେ କେଉଁଠାରେ ରହିଲ ,ଏମିତି କେତେ କଥା ପାର୍ବତୀ ଭାଳି ହେଉଥାନ୍ତି ।ଯଦି ତୁମେ ମୋ ପାଖକୁ ନ ଆସିବ ତେବେ ମୋର ନିର୍ଲଜ୍ଜ ଆତ୍ମା କୁ ଆଉ କିମ୍ପାଇଁ ରଖିବି ।ବ୍ରହ୍ମହତ୍ୟା କରି ହେ ସ୍ୱାମୀ ତୁମେ ସିନା ତପସ୍ୟା କରିବାକୁ ଗଲ ,ହେଲେ ତୁମ ବିନା ମୁଁ ଆଉ କେତେଦିନ କପିଳାସ ରେ ଏକାକୀ ରହିବି ।ମୋର ତ ଗୋଟିଏ ମନ ଓ ହୃଦୟ ଅଛି । ଆସ ମୋ ପାଖ କୁ ମୋ ମନର ଦେବତା ।ହର କିନ୍ତୁ ଗୋଟିଏ କଳ୍ପ ରହି ଯିବାରୁ ପାର୍ବତୀ ଅତିଶୟ ହୋଇ କହିଲେ "ମୁଁ ଯଦି ପ୍ରକୃତରେ ପତି ବ୍ରତା ମୋର ସ୍ୱାମୀ ଙ୍କ ପାପ ଦୂର ହୋଇଯାଉ ।"
ପର୍ବତ ଶିଖରରେ ପାର୍ବତୀ ମନଦୁଃଖରେ ବୁଲୁଥାନ୍ତି ଓ ଅନ୍ତର ଭିତରେ ଈଶ୍ୱରଙ୍କ ନାମ ଜପ କରୁଥାନ୍ତି ।ଉତ୍ତର ଦିଗ୍ ,ଦକ୍ଷିଣ ଦିଗ୍ କୁ ଭ୍ରମଣ କରି ଯେତେବେଳେ ପାର୍ବତୀ ପଶ୍ଚିମ ଦିଗକୁ ଯାଆନ୍ତି ସେହି ସମୟରେ ସେ ଦେଖିଲେ ଜୀବମାନେ ପରସ୍ପର କୁ ପ୍ରେମ କରୁଥାନ୍ତି ।କିଛି ଜୀବ ରତି କ୍ରୀଡ଼ାରେମାତି ଯାଇଥାଇ ଛନ୍ତି। କାରଣ ଏହା ଥିଲା ମିଥୁନ ମାସ ।ଜୀଵ ମାନଙ୍କର ପ୍ରେମରସ ପୂର୍ବକ ରତିକ୍ରୀଡା ଦେଖି ପାର୍ବତୀ ଙ୍କ ମନ ଦୁଃଖ ହେଲା ।ଜୀବଙ୍କ ହରସ ଦେଖି ପାର୍ବତୀ ବିରସ ହୋଇଗଲେ ।
ପାର୍ବତୀ ଚନ୍ତାକଲେ !ଯଦି ଏହି ସମୟରେ ହର ମୋ ପାଶରେ ଥାଆନ୍ତେ ତାହାଲେ ଅନେକ ରଙ୍ଗରସ ରେ ଆମେ ଦୁହେଁ ରତିକ୍ରୀଡା କରି ମୁଁ ଅନେକ ଆନନ୍ଦ ପାଇ ପାରନ୍ତି ।ପୁଣି ପାର୍ବତୀ ମା ଚିନ୍ତା କରିଛନ୍ତି "ଏହି ସମୟରେ ମୋର ଯଦି କୁମର ଟିଏ ହୁଅନ୍ତା ମୋ ହୃଦୟରେ ଅନେକ ସୁଖ ଜାତ ହୁଅନ୍ତା ।
"ଏହି ସମୟରେ ଯେବେ ହୁଅନ୍ତା କୁମର
ଅନେକ ଜାତ ହୁଅନ୍ତା ସୁଖ ହୃଦୟର "
ଏମନ୍ତ ଭାବି ମାତା ପାର୍ବତୀ ଦେବୀ ହର ଙ୍କ ନାମକୁ ଧରିଲେ ଓ ଵିଭୂତି ରେ କୁଙ୍କୁମ କୁ ମିଶାଇ ନିଜ ଦେହରେ ବୋଳି ହେଲେ ।
ପୁନଶ୍ଚ ଈଶ୍ୱର ଙ୍କୁ ସ୍ମରଣ କରି ମନରେ ଦୁଃଖ ପାଇଲେ ।ପାର୍ବତୀ ମା ଙ୍କର ଦେହରୁ ରଜ ସ୍ଖଳିତ ହୋଇ ତଳେ ବୋହିଗଲା ।ପାର୍ବତୀ ନିଜ ହାତରେ ସେଇ ରଜ କୁ ତୋଳି ଧରି ଲେ ।ଈଶ୍ୱରଙ୍କ ନାମ ଧରି ସେଇ ରଜକୁ ବିଭୂତି ରେ ବୋଲିଦେଲେ ।ହର ନାମକୁ ଯେମିତି ମାତା ପାର୍ବତୀ ଧରିଛନ୍ତି ସଂଗେ ସଂଗେ ଗୋଟିଏ ପୁତ୍ର ଜାତ ହୋଇଗଲା ।ମାତାପାର୍ବତୀ ପୁତ୍ରର ନାମ ଗଣପତି ରଖିଲେ ।ପୁତ୍ରଟିଏ ପାଇ ଦେବୀ ବହୁତ ଖୁସି ହୋଇଗଲେ ।ମାତା ପାର୍ବତୀ ଗଣପତି ଙ୍କୁ ପାଖରେ ବସାଇ କହିଲେ -ରେ ପୁତ୍ର ,ତୁ ଦକ୍ଷିଣ ଦ୍ୱାର ର ଜଗୁଆଳି ।ଏହି ଦ୍ୱାର ଦେଇ କେହି ଯେପରି ଭିତରକୁ ପ୍ରବେଶ ନକରନ୍ତି ।ତୋତେ ମୁଁ ଏହି ଦାଇତ୍ୱ ଦେଉଅଛି ।ନିଷ୍ଠାର ସହିତ ପାଳନ କରିବୁ !।
ଏହି ସମୟରେ ହର ତପ କରୁଥିଲେ ।ହତ୍ୟା ପାପ ଛଡାଇଣ ବାହାରି ଆସିଲେ ।ହର ଆସି କପିଳାସ ପୁରରେ ପ୍ରବେଶ କରି ଦକ୍ଷଣି ଦ୍ୱାର ଦେଇ ଭିତରକୁ ପ୍ରବେଶ କରିବାକୁ ଉଦ୍ୟତ ହେଲାବେଳେ ବିଘ୍ନ ରାଜ ,ହରଙ୍କୁ ବାରଣ କଲେ ଓ କହଲେ ତୁ ଲଙ୍ଗଳା ହୋଇ କଅଣ ଭିତରେ ପଶିବାକୁ ଚେଷ୍ଠା କରୁଛୁ ?।ଗୋଟେ ଚାପୁଡ଼ା ମାରିବି ଯେ ତୋ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯିବ ।ହର ,ବିଘ୍ନରାଜ ଙ୍କର ଏପରି ଆଚରଣ ଦେଖି ରାଗିଗଲେ ଓ କଟୁରୀ ସାହାଯ୍ୟ ରେ ଗଣପତି ଙ୍କ ମୁଣ୍ଡ କୁ କାଟିଦେଲେ ।ଗଣପତି ଙ୍କୁ କଟୁରୀ ରେ ହାଣିଦେଇ ହର ,ପାର୍ବତୀ ଙ୍କ ନିକଟରେ ପହଁଞ୍ଚି ଗଲେ । ହରଙ୍କୁ ଦେଖି ଗିରିଜା ବହୁ ଆନନ୍ଦିତ ହେଲେ ।ପଞ୍ଚରତ୍ନ ମଣି ନେଇ ହରଙ୍କୁ ବନ୍ଦନା କଲେ ।ହର ,ପାର୍ବତୀଙ୍କୁ ନିଜ ପାଖକୁ ନେଇଗଲେ ଓ ଗୋଟିଏ ଆସନରେ ଦୁଇଜଣ ବସିଲେ ।ହରଙ୍କ କଟୁରୀ ରେ ରକ୍ତ ଲାଗିଥିବା ଦେଖି ପାର୍ବତୀ ପଚାରିଲେ -"ଭୋ ଦେବ ଆପଣଂକ କଟୁରୀ ରେ ରକ୍ତ ଲାଗିଛି ?କାହାକୁ ବଧ କଲକି ପ୍ରଭୁ ?କାଇଁ ମୋତେ ତ ଏ ବିଷୟରେ ଆପଣ କିଛି କହି ନାହାନ୍ତି ?।
ହର ,ପାର୍ବତୀଙ୍କୁ କହିଲେ "ଦକ୍ଷିଣ ଦ୍ୱାରରେ ଜଣେ ବାଳକ ଥିଲା ।ମୋତେ ଭିତରକୁ ପଶିବାକୁ ବାରଣ କରିବା ସହିତ ବହୁତ ଝିଙ୍ଗାସିଲା ।ତା କଥାକୁ ସହି ନପାରିଣ କୋପରେ କଟୁରୀ ଧରି ତା ମୁଣ୍ଡକୁ କାଟିଦେଲି "।
"ଭୋ ଦେବ କଟାରେ ରକ୍ତ ଲାଗିଲାକ କାହୁଁ
କାହାକୁ ବଧିଲ ସ୍ୱାମୀ ମୋତେ ତ ନକହୁ।
ସେହୁ ବୋଇଲେ ଦକ୍ଷଣି ଦ୍ୱାରେ ଜଣେ ଥିଲା
ଆସିବା ବେଳରେ ମୋତେ ବହୁ ଝିଙ୍ଗାସିଲା ।
ସହି ନପାରି ତା କଥା କୋପରେ ଧରିଲି
କଟାରେ ଘେନିଣ ତାର ମୁଣ୍ଡକୁ କାଟିଲି "।
ହରଙ୍କ କଥାକୁ ଶୁଣି ମାତା ପାର୍ବତୀ କାନ୍ଦି କାନ୍ଦି କହିଲେ "ସ୍ୱାମୀ
ମୁଁ ଯେଉଁ ପୁତ୍ରକୁ ଜାତ କରିଥିଲି ତାକୁ ତୁମେ ମାରିଦେଲ ?ମୋର ସେଇ ପୁତ୍ର ଦରକାର ।ତା'ବିନା ମୁଁ ବଞ୍ଚି ପାରିବି ନାହିଁ ?ଯଦି ତା'ର କିଛି ହୋଇଯାଏ ତେବେ ମୁଁ ପ୍ରାଣ ହାରିଦେବି ।"ମୋ ପୁତ୍ରକୁ ଯଦି ଆପଣ ଜୀଆଇ ନଦେବେ ତେବେ ସ୍ତ୍ରୀ ହତ୍ୟା ଦୋଷ ଆପଣଂକ ଠାରେ ନିଶ୍ଚୟ ଲାଗିବ । ପାର୍ବତୀଙ୍କ କଥା ଶୁଣି ହର ଆଚମ୍ବିତ ହେଲେ ।ସେଇ କଟୁରୀ କୁ ନେଇ ଦକ୍ଷଣି ଦ୍ୱାର କୁ ଗଲେ ।ହର ସେଠାରେ ଦେଖିଲେ ବାଳକଟିର ମୁଣ୍ଡ ନାହିଁ ଖାଲି ଗଣ୍ଡି ଟି ପଡ଼ିଅଛି ।ସୁଦକ୍ଷ ଦୈତ୍ୟ ମାନେ ସେଇ ଗଣ୍ଡି ଟିକୁ ଦରାଣ୍ଡି ଦରାଣ୍ଡି ଖାଉଛନ୍ତି ।
"ଦେଖିଲେ ମୁଣ୍ଡଟି ନାହିଁ ପଡ଼ିଅଛି ଗଣ୍ଡି
ସୁଦକ୍ଷ ଦଇତ ତାକୁ ଖାଉଛି ଦରାଣ୍ଡି "।
ହର ,ବାଳକଟିର ମୁଣ୍ଡ ଟିକୁ ନପାଇ ,ଚାରିଦିଗ କୁ ଚାହିଁଲେ ।ଦେଖିଲେ ଭଦ୍ରଗଜ ଗୋଟିଏ ପଶ୍ଚିମ ଭାଗରେ ଶୋଇଅଛି ।ଶିବ ଭଗବାନ କଟୁରୀ ରେ ସେହି ଗଜ ର ମୁଣ୍ଡଟିକୁ କାଟି ଆଣି ଗଣପତି ଙ୍କ ମୁଣ୍ଡର ଯୋଡ଼ିଦେଲେ ।ଜୀଵଦାନ ଦେଇ ବାଳକ ଗଣପତିଙ୍କୁ ଉଠାଇ କୋଳରେ ଧରିଲେ ।ଅତି ଆନନ୍ଦରେ ଶିବ ଭଗବାନ ଅମୃତ ଲଡୁଟିଏ ଗଣପତିଙ୍କ ହାତରେ ଧରାଇ ଦେଇ ଅମର ବର ପ୍ରଦାନ କଲେ ।ପୁନଶ୍ଚ ଶିବ ଭଗବାନ କହିଲେ "ଆଜିଠାରୁ ତୁ ଦେବତା ରୂପେ ଗଣା ହେଲୁ ।ତୋତେ ସକଳ ଦେବତା ଆଗ ପୂଜା କରିବେ ।ଯମକୁ ତୁ ଜିଣି ଇନ୍ଦୁର ବାହାନ ଆଣିବୁ ଓ ସକଳ ସଂସାର ତୋର ପୂଜାର୍ଚ୍ଚନା କରିବେ ।ହରଙ୍କ ଏପରି ଆଶୀର୍ବାଦ ଦେଖି ମାତା ପାର୍ବତୀ ଖୁସି ହୋଇଗଲେ ।
"ଦକ୍ଷିଣ ମୂରତି ଏକଦନ୍ତ ମହାକାୟ
ତୋତେ ଦରଶନ କଲେ ପାପ ହୁଏ କ୍ଷୟ ।
ପ୍ରାତଃକାଳେ ତୋତେ ଯେବେ ଦରଶନ କରି
ସକଳ ଦେଶ ଦର୍ଶନ ଯେହ୍ନେ ହୁଏ ସରି ।
ଜୟ ତୁ ଜୟ ତୁ ଦେବ ବିଘ୍ନ ବିନାଶନ
ତୋହର ଆଜ୍ଞାରେ ଯାଏ ସର୍ଵ ପାପମାନ ।
ବ୍ୟାସ ଅନୁକୂଳ ଶାସ୍ତ୍ର ଯେଉକାଳେ କଲା
ତୋତେ ବନ୍ଦିଣ ସକଳ ଶାସ୍ତ୍ର ଭିଆଇଲା
ତୁହି ଦେବ ସର୍ବକାଳେ ଗ୍ରନ୍ଥ ଆଦିମୂଳ
ଜୟ ତୁ ବିନାୟକ ହେ ହର ଦ୍ୱାରପାଳ ।
ଜୟ ଜୟ ବିଘ୍ନରାଜ ମହିମା ଅପାର
ତୋତେ ବନ୍ଦିବାକୁ ଶକ୍ତି ଅଛଇ କାହାର ।
ତୋହରି ଆଜ୍ଞାରେ ଶାସ୍ତ୍ର କରିବି ଉକତ
ତୁ ଯେବେ ଦୟା କରିବୁ ଦେବ ଗଣନାଥ ।
ତୁ ଯେବେ ପ୍ରସନ୍ନ ମୋତେ ହେବୁ ଗଣେଶ୍ୱର
ତେବେ ମୁଁ ହରିବଂଶ କୁ କରିବି ପ୍ରଚାର ।
ଜନ୍ମ ମୂର୍ଖ ଦ୍ଵିଜ ମୁହିଁ କିଛି ନଜାଣଇ
ପଣ୍ଡିତ ଗୋଷ୍ଠୀରେ ମୋର ସମ୍ଭାଷଣ ନାହିଁ।
ବେଦରୁ ଜାଣିଲି ମୁହିଁ ହରିନାମ ସାର
ହରି ନାମକୁ କହିଲେ ଭବୁଁ ହେବି ପାର ।
(କେତକା ଅଂଶ ମୂଳ ହରିବଂଶ ଗ୍ରନ୍ଥ ରୁ ଆସିଅଛି )
କ୍ରମଶଃ
