STORYMIRROR

Dibyanshu Dibyadarshan kanha

Children Stories Inspirational Children

3  

Dibyanshu Dibyadarshan kanha

Children Stories Inspirational Children

ଗୁରବେ ନମଃ

ଗୁରବେ ନମଃ

1 min
352

ଯିଏ ମୋତେ ଏଇ ଦିବ୍ୟ ସଂସାର କୁ ଆଣି କୁନିକୁନି ହାତ ଧରି ଚାଲିବା ଶିଖାଇଛନ୍ତି , ମଣିଷ ପରି ମଣିଷଟିଏ କରି ଗଢିବା ପାଇଁ ଯିଏ ନିଜର ସମସ୍ତ ଶ୍ରମ ଓ ଉପାର୍ଜନ କୁ ବିନିଯୋଗ କରିଛନ୍ତି ସେହି ମୋ ଆଦ୍ଯଗୁରୁ ପିତା ମାତା । ଯାହାଙ୍କ ସ୍ନେହାଶିଷ ଆମ ପାଇଁ ମହାପ୍ରସାଦ । ଯାହାଙ୍କ ଆଶିଷ ଜୀବନର ଚଲାପଥରେ ମାର୍ଗଦର୍ଶନ କରାଇଥାଏ। ସରସ ସୁନ୍ଦର ମଧୁମୟ କରାଇଥାଏ। ଉଜ୍ଜ୍ୱଳ ସୌଭାଗ୍ୟ ପ୍ରାପ୍ତିର ମନ୍ତ୍ର ଦୀକ୍ଷା ଦିଏ । ଯିଏ ଆମକୁ ଅମା ଅନ୍ଧକାରରୁ ଆଲୋକର ପଥ ଦର୍ଶନ କରାନ୍ତି, ସାଧାରଣ ରୁ ଅସାଧାରଣକୁ ଉନ୍ନିତ କରାଏ । ମାନବ ରୁ ମହା ମାନବ କରି ଗଢି ତୋଳିବା ର ଆତ୍ମବଳ ଦେଇଥାଏ । 

     ତତ୍ ପରେ ଶିକ୍ଷା ଗୁରୁ ସେହି ସମସ୍ତ ଶିକ୍ଷାଗୁରୁ,କଳା ଓ ସାହିତ୍ୟ କ୍ଷେତ୍ରରେ ସହଯୋଗ କରୁଥିବା ସମସ୍ତ ସାନ ବଡ଼ ବନ୍ଧୁ ଭାଇ ଭଗିନୀ, ଯେଉଁ ମାନଙ୍କ ପାଖରୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ କିଛି ଶିଖିବାକୁ ହିଁ ମିଳେ ସେମାନେ ବି ମୋ ଗୁରୁ। ସେମାନେ ବୟସରେ ଛୋଟ ହେଉ ଅବା ବଡ଼। ଅଥବା ଜୀବ ହେଉ କି ନିର୍ଜୀବ। ପଥର ରୁ ଆରମ୍ଭ ପିମ୍ପୁଡ଼ି ପାଖରୁ ବି ଆମ ଜ୍ଞାନ ଆହରଣ କରିବାକୁ ମିଳେ। ସେହି ସମସ୍ତ ଗୁରୁଙ୍କୁ ଆଜି ପରି ଏକ ପବିତ୍ର ଗୁରୁ ଦିବସରେ ମୋର ଭକ୍ତିପୂତ ନୈବେଦ୍ଯ ସହ ଭୂମିଷ୍ଠ ପ୍ରଣିପାତ କରୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Dibyanshu Dibyadarshan kanha