Lalita Jena

Others

3  

Lalita Jena

Others

ଦଶହରା ପୂଜା ଅନୁଭୂତି

ଦଶହରା ପୂଜା ଅନୁଭୂତି

2 mins
172



ପାର୍ବଣ ଋତୁ ଆସିଲେ ମନ ଭାରି ଆନନ୍ଦ ଲାଗେ । ସ୍କୁଲ କଲେଜ ଅଫିସ୍ ସବୁ ବନ୍ଦ ରୁହେ , ଦଶହରା ରେ ନୂଆ ଜାମା ପିନ୍ଧୁ କେତେ ପିଠା ପଣା ଭୋଜିଭାତ ଘରେ ଘରେ ହେଉ ଥାଏ । ବନ୍ଧୁ ବାନ୍ଧବ ଯିବା ଆସିବା ଲାଗି ରହେ । ଆମେ ପ୍ରତି ବର୍ଷ ଦଶହରା ଛୁଟି ରେ ମୋ ମାମୁଁ ଘର ବୁଲି ଯାଉ ସେଇ ମାମୁଁ ଘର ଯିବାର ଗୋଟେ ଅନୁଭୂତି ମୁଁ ଆଜି ଏଠାରେ ପ୍ରକାଶ କରୁଛି ।


ମୋ ପିଲା ଦିନ ରେ ମୁଁ ମୋ ବଡ ଭଉଣୀ ଓ ମୋ ବଡ ବାପାଙ୍କ ଝିଅ ଆମେ ତିନି ଭଉଣୀ ମିଶି ମୋ ମା ମାମୁଁ ଘର ଗାଁକୁ ଦଶହରା ଛୁଟି ରେ ଯାଇଥିଲୁ । ମୋ ମାମୁଁ ଘର କଟକ ସ୍ଥିତ ଗୋଠପୁରୁ ଗ୍ରାମରେ । କଟକ ରେ ବଡ଼ ଧୁମ୍ ଧାମରେ ଦଶହରା ପୂଜା ହୁଏ । ଆମେ କଟକ ଦେବୀ ଦେଖିବା ପାଇଁ ମୋ ଆଈକୁ କହି ଜିଦ୍ କଲୁ । ମୋ ଆଈ ଆମ ଅଳି ଶୁଣି ରାଜି ହେଲା କଟକ ନେବା ପାଇଁ । ଆମେ ସବୁ ଖାଇ ପି ଦିନ ବାରଟା ସୁଧା କଟକ ଅଭିମୁଖେ ବାହାରିଗଲୁ । ସେତେବେଳେ ଏତେ ଗାଡି ବସର ସୁବିଧା ନଥାଏ , ଆମେ ଚାଲି ଚାଲି ଆଈ ସାଙ୍ଗରେ ଦଶହରା ବୁଲି ଗଲୁ । ମୋ ଆଈ ନେଇ ଆମକୁ କଟକର ଗୋଟେ ବଜାର ରେ ଦେବୀ ଙ୍କୁ ବାରମ୍ବାର ଦେଖାଉ ଥାଏ , ଆମେ ସେତେବେଳେ ଛୋଟ ଥାଉ , ଆମେ ଭାବୁଥାଉ ସବୁ ମେଢ଼ ବୋଧେ ଏକା ପରି ଏଠି ହୁଏ । ଆଈ ଏ ଗଳି ସେ ଗଳି ବୁଲାଇ ବୁଲାଇ ସାତ ଥର ଆମକୁ ମେଢ଼ ଦେଖାଇଲା ଆମେ ଭାବିଲୁ ସାତଟି ଠାକୁର ମେଢ଼ ଦେଖିଲୁ । ଖୁସି ହୋଇ ଠାକୁର ଦେଖି ବେଲୁନ କିଣି ବୁଟ ସିଝା ଖାଇ ସନ୍ଧ୍ୟାରେ ଚାଲି ଚାଲି ଘର କୁ ଫେରିଲୁ ।

ବାଟରେ ଆଈ ପଚାରିଲା ପିଲା ମନେ ମେଢ଼ ଦେଖି କେମିତି ଲାଗିଲା ଆମେ ପଚାରିଲୁ ଆଈ ଠାକୁର ତ ଦେଖିଲୁ ହେଲେ ସବୁ ଠାକୁର ଆମକୁ ଏକା ପରି ଲାଗିଲେ କଟକରେ କଣ ସବୁ ଠାକୁର ଏକା ପରି ଲାଗେ କି ? ମୋ ଆଈ ଫେଁ କିନି ହସି କହିଲା ଆଲୋ କଟକ ସହର ବାଉନ ବଜାର ତେପନ ଗଳି ତୁମେ ଝିଅ ପିଲା ତୁମକୁ ଧରି ମୁଁ ସେ ସହରରେ କିଭଳି ବୁଲି ଥାନ୍ତି । ଦଶହରା ଭିଡ଼ ଫେଲା ଠେଲା ମୁଁ ପାରି ନଥାନ୍ତି ବୁଢ଼ୀ ମଣିଷ । ତୁମ ମନ ବୁଝିବାକୁ ମୁଁ ଗୋଟେ ଠାକୁର ମେଢ଼ କୁ ମୁଁ ସାତ ଥର ବୁଲି ବାଲି ଦେଖାଇଛି । ଆମେ ସେ ଦିନ ତିନି ଭଉଣୀ ଆଈ ପାଖରେ ବୋକା ବନି ଯାଇ ଥିଲୁ ଆମେ ଆଈ କଥା ଶୁଣି ହସି ହସି ଗଡି ଗଲୁ , ଭାରି ମଜା ଥିଲା ଆମ ଦଶହରା ବୁଲା ତାଠୁ ବେଶି ମଜା ଥିଲା ମୋ ଆଈ ର ଆମକୁ ଠକିବା । ଏହି ଥିଲା ଆମ ପିଲା ଦିନର ସେଇ ଦଶହରା ଦେଖା ଓ ମୋ ପୁରା ଅନୁଭୂତି ର କଥା । ସେଇ ଦିନ ଠାରୁ ଯେବେ ଦଶହରା ଆସେ ମୋର ସେଇ ମାମୁଁ ଘର ଗାଁ , ଆଈ ଓ କଟକ ଦଶହରା ଦେଖା ମନେ ପଡେ । ଆମେ ପକାଇ ମନେ ମନେ ହସେ ଓ ମୋ ପିଲା ମାନଙ୍କୁ ମୋ ପିଲା ଦିନର ଅନୁଭୂତି କୁହେ । 



Rate this content
Log in