Judhisthir Majhi

Others

3  

Judhisthir Majhi

Others

ଚନ୍ଦ୍ରିକା

ଚନ୍ଦ୍ରିକା

2 mins
143


   ଏପ୍ରିଲ ମାସ ତିରିଶ ତାରିଖ ରାତି- ପାଗ ଭଲ ନଥିଲା । ଜୋର୍‌ରେ ପବନ ବହିବା ସହ ବେଳେ ବେଳେ ବର୍ଷା ହେଉଥିଲା । ରାତି ୯ଟାରେ ଲାଇଟ୍ କଟ୍ ହୋଇଗଲା । ଶୋଇ ପଡିଲି - କେତେବେଲେ ଲାଇଟ୍ ଆସିଲା କି ନ ଆସିଲା ମୁଁ ଜାଣେ ନାହିଁ। ସକାଳୁ ଉଠି ମୋବାଇଲ ଦେଖେ ତ ବ୍ୟାଟିରୀ ଡାଉନ୍ । ମୋ ମଉସାଙ୍କ କଥା ମନେ ପଡେ । ସକାଳ ୬ଟା ସମୟ । ଏତିକି ବେଳକୁ କଲ୍ ଆସି ସାରନ୍ତାନି । ନାନି ଚା' ତିଆରି କରି ସାରିଲୁଣି କି ? ଆଜି କ'ଣ ହୋଇଛି - ପୋପଡି,ରୁଟି ନା ଆଉ କିଛି । ମତେ ବହୁତ ଭଲ ପାଅନ୍ତି ନିଜ ଝିଅଠୁ ବି ବେଶି ।ତାଙ୍କ ଘରେ ଏକ ମାତ୍ର ପୁଅ । ମୋ ମଲୟ ଭାଇ ।ଭାରି ଦୁଷ୍ଟ। ମୋ ମଉସାଙ୍କ ଗାଁ ପିପଲଭାଡି କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ । ମାମୁଘର ସାଲେ ଭଟ୍ଟା । ଆଉ ମୋ ଗାଁ ନାଁ ଶଗଡା (ଡାଳଗୁମା) ।ମଉସା ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଅନେକ ଥର ଯାଇଛନ୍ତି । ଗାଁରେ ଥାଆନ୍ତୁ କି ଭିନ୍ନ ରାଜ୍ୟରେ ଥାଆନ୍ତୁ ମତେ ଭାରି ମନେ ପକାଇଥାନ୍ତି । ଦିନକୁ ଦଶାଧିକ ଥର କଲ୍ କରିଥାନ୍ତି । ମୋ ଭଲ ମନ୍ଦ ପଚାରିଥାନ୍ତି । ମୋ ମାଉସୀ ବି ମଉସା ପରି । ଯେବେ ବି ଆସନ୍ତି ମୋ ପାଇଁ ଅନେକ ଉପହାର ଆଣି ଦିଅନ୍ତି ।


   ମା'ଙ୍କ ସ୍ବରଗ ଯାତ୍ରା ପରେ ମୋର କିଛି ଅସୁବିଧା ନ ହେଉ - ତା'ର ଯଥେଷ୍ଟ ଧ୍ୟାନ ଦେଉଥିଲେ । ଆଜି ମତେ କେତେ ଥର କଲ୍ କରିଥିବେ । ମୋବାଇଲ ସ୍ବୁଇଚ୍‌ଅଫ କହୁଥିବ । ମୋ ବିଷୟରେ କ'ଣ ଭାବୁଥିବେ କେଜାଣି ? ହୁଏତ ଭାରୀ ବ୍ୟସ୍ତ ହେଉଥିବେ । ମୋର କିଛି ଅସୁବିଧା ହୋଇନି ତ ? କାହିଁକି ଆଜି କଲ୍ ଲାଗୁନି କହିଁକ । ମୋ ମଉସା , ମାଉସୀ ଅଶିକ୍ଷିତ ହେଲେବି ,ମୋ ପାଇଁ ବହୁତ କିଛି । ମେ ମାସ୧ ତାରିଖ- ସକାଳ ୯ଟାରେ ଲାଇଟ୍ ଆସିଲା । ମୋବାଇଲଟା ଚାର୍ଜ ବସାଇଦେଲି ।


Rate this content
Log in

More oriya story from Judhisthir Majhi